Advertisment

ଦରଦାମ ବୃଦ୍ଧିକୁ ନେଇ ତାଣ୍ଡବ, ଜଣେ ପୁଲିସ କର୍ମୀ ମୃତ

ସଂଘର୍ଷରେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ରୁ ଅଧିକ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
PoK-Protests

PoK-Protests

Advertisment

ଦିନକୁ ଦିନ ଅଶାନ୍ତ ହୋଇପଡୁଛି ପାକିସ୍ତାନ ଅଧିକୃତ କଶ୍ମୀରର ସ୍ଥିତି। ଦରଦାମ ବୃଦ୍ଧିକୁ ନେଇ ଏଠାକାର ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ପାକିସ୍ତାନ ସରକାରଙ୍କ ବିରୋଧରେ ଜାରି ରହିଛି ବିକ୍ଷୋଭ ପ୍ରଦର୍ଶନ। ଏହି ବିରୋଧକୁ ଦମନ କରିବାକୁ ଅଧିକାରୀମାନେ ବ୍ୟାପକ ପଦକ୍ଷେପ ନେଉଛନ୍ତି। ଶନିବାର ଦିନ ହୋଇଥିବା ସଂଘର୍ଷରେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ ଜଣ ଆହତ ହୋଇଛନ୍ତି। ମୁଦ୍ରାସ୍ଫୀତି, ବର୍ଦ୍ଧିତ ଟ୍ୟାକ୍ସ ଏବଂ ବିଦ୍ୟୁତ୍ ଅଭାବ ଓ ସବ୍‌ସିଡି କାଟ୍‌ ବିରୋଧରେ ଆରମ୍ଭ ହୋଇଥିବା ଏହି ବିରୋଧ PoK ରେ ଅଧିକାର ଏବଂ ସ୍ୱାଧୀନତା ପାଇଁ ଏକ ଆନ୍ଦୋଳନରେ ପରିଣତ ହୋଇଛି।

Advertisment

ବିକ୍ଷୋଭକାରୀମାନେ ଲଗାତର 'ସ୍ୱାଧୀନତା'ର ସ୍ଲୋଗାନ ଦେଉଛନ୍ତି। ମୁଜାଫରବାଦ ଏବଂ ଅନ୍ୟ ଜିଲ୍ଲାର ପୁଲିସ ଏବଂ ସୁରକ୍ଷା ଏଜେନ୍ସି ସହିତ ବିକ୍ଷୋଭକାରୀଙ୍କ ସଂଘର୍ଷ ହୋଇଛି। ପୁଲିସ ବିକ୍ଷୋଭକାରୀଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିବା ସହ ଲୁହା ବୁହା ଗ୍ୟାସ୍‌ ଓ ଲାଠି ଚାର୍ଜ ମଧ୍ୟ କରିଛି। ଏଥିରେ ତିନିରୁ ଚାରି ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୨ରୁ ଅଧିକ ନେତା ଓ ସଦସ୍ୟଙ୍କୁ ଗିରଫ କରାଯାଇଛି।

ଡନ୍‌ ନ୍ୟୁଜ୍‌ ମୁତାବକ, ଜମ୍ମୁ-କଶ୍ମୀର ଯୁଗ୍ମ ଆଓ୍ୱାମ ଆକ୍ସନ କମିଟିର ଆହ୍ୱାନରେ ଶୁକ୍ରବାର ପିଓକେର ମୁଜାଫରବାଦରେ ସଟର ଡାଉନ୍‌ ଏବଂ ଚକ ଜାମ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଏହି ସମୟ ମଧ୍ୟରେ ବିକ୍ଷୋଭକାରୀମାନେ ପୁଲିସ ଉପରକୁ ପଥର ମାଡ କରିଥିଲେ। ପୁଲିସ ଏହାର ପ୍ରତିଶୋଧ ନେବାକୁ ଯାଇ ବର୍ବରତା ଆପଣାଇଥିଲା। ବିକ୍ଷୋଭକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ଛାଡିବା ସହ ଗୁଳି ମାଡ କରିଥିଲା। ଏହି ସଂଘର୍ଷରେ ଜଣେ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୫୯ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି।

Advertisment

ଖବର ଅନୁଯାୟୀ, ଇସଲାମଗଢ଼ ସହରରେ ନିୟୋଜିତ ଥିବା ମିରପୁର ସିନିୟର ସୁପରିଣ୍ଟେଣ୍ଡେଣ୍ଟ (ଏସଏସପି) କାମରନ ଅଲିଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଛାତିରେ ଗୁଳିବାଜିବା ଯୋଗୁ ସେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ। ମୁଜାଫରବାଦରେ ରାଲି ବନ୍ଦ କରିବାକୁ ତାଙ୍କୁ ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ନିୟୋଜିତ କରାଯାଇଥିଲା।

ପିଓକେର ସମସ୍ତ ଜିଲ୍ଲାର ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଇ ଆସି ବିକ୍ଷୋଭ କରୁଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସରକାର ପିଓକେରେ ୧୪୪ ଧାରା ଲାଗୁ କରିଛନ୍ତି। ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରାଯାଇଛି।

Pakistan Jammu Kashmir POK Protest In POK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe