Advertisment

ବିଶ୍ୱବ୍ୟାପୀ ଠପ୍ ହେଲା ମାଇକ୍ରୋସଫ୍ଟ ସର୍ଭର; ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବି ସେବା ପ୍ରଭାବିତ

ଭାରତ ସମେତ ଆମେରିକା, ଅଷ୍ଟ୍ରେଲିଆ, ଲଣ୍ଡନ, ଜର୍ମାନୀ, ୟୁକେରେ ଏବଂ ବିଶ୍ବର ବିଭିନ୍ନ ସ୍ଥାନରେ ମାଇକ୍ରୋସଫ୍ଟ ସେବା ପ୍ରଭାବିତ ହୋଇଛି । ମାଇକ୍ରୋସଫ୍ଟ ୱିଣ୍ଡୋ ଖୋଲିବା ମାତ୍ରେ ନୀଳ ସ୍କ୍ରିନ୍ ସାମ୍ନାକୁ ଆସୁଛି ।

ଅଦ୍ୟତନ ହୋଇଛି
Worldwide Microsoft Outage

Worldwide Microsoft Outage

Advertisment

ବିମାନ ଉଡ଼ାଣଠାରୁ ଆରମ୍ଭ କରି ସୁପରମାର୍କେଟ୍, ସେୟାର ବଜାର ଏବଂ ବ୍ୟାଙ୍କିଙ୍ଗ୍ ପରିଚାଳନା ପର୍ଯ୍ୟନ୍ତ, ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟର ଅଚଳାବସ୍ଥା ଏକାଧିକ କ୍ଷେତ୍ରକୁ ପ୍ରଭାବିତ କରିଛି। ଏବଂ ଏହା ଖୁବ୍‌ ଶୀଘ୍ର ସମାଧାନ ନହେଲେ ବ୍ୟାପକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।

Advertisment

ଏୟାରପୋର୍ଟ, ଫ୍ଲାଇଟ୍, ବ୍ୟାଙ୍କ ଏବଂ ସେୟାର ବଜାର ସବୁ ଠପ୍ ହୋଇଛି । ପ୍ରଭାବିତ ହୋଇଥିବା ଏୟାରଲାଇନ୍ସ ସେବା ଭିତରେ ରହିଛି ଇଣ୍ଡିଗୋ, ସ୍ପାଇସଜେଟ, ଭିସ୍ତାରା ଏବଂ ଆକାଶ ଏୟାରଲାଇନ୍ସ । ଫ୍ଲାଇଟ୍ ବୁକିଂ ଏବଂ ଏୟାରପୋର୍ଟରେ ଚେକଇନ୍ ଭଳି ସେବା ବେଶି ପ୍ରଭାବିତ ହୋଇଛି । ବିମାନ କମ୍ପାନୀଗୁଡ଼ିକ ଏବେ ଯାତ୍ରୀମାନଙ୍କୁ ମାନୁଆଲି ଯାଞ୍ଚ କରୁଛନ୍ତି।

ଭାରତ ସମେତ ଆମେରିକା, ଅଷ୍ଟ୍ରେଲିଆ, ଲଣ୍ଡନ, ଜର୍ମାନୀ, ୟୁକେରେ ଏବଂ ବିଶ୍ବର ବିଭିନ୍ନ ସ୍ଥାନରେ ମାଇକ୍ରୋସଫ୍ଟ ସେବା ପ୍ରଭାବିତ ହୋଇଛି । ମାଇକ୍ରୋସଫ୍ଟ ୱିଣ୍ଡୋ ଖୋଲିବା ମାତ୍ରେ ଏକ ନୀଳ ସ୍କ୍ରିନ୍ ସାମ୍ନାକୁ ଆସୁଛି । ଏହାପରେ ତୁମର ଡିଭାଇସ୍ ସମସ୍ୟାରେ ଅଛି, ରିଷ୍ଟାର୍ଟ କରିବାର ଆବଶ୍ୟକ ରହିଛି ବୋଲି ଲେଖା ଆସୁଛି । ଯଦି ଏହି ସମସ୍ୟାର ସମାଧାନ ନହୁଏ ତେବେ ବିଶ୍ୱ ସାରା ବ୍ୟାପକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।

Advertisment

ଏପଟେ ଭୁବନେଶ୍ବରରେ ବି ବିମାନ ସେବା ପ୍ରଭାବିତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ମାନୁଆଲ ଭାବେ ଯାତ୍ରୀଙ୍କ ଚେକ୍‌ ଇନ୍‌ ହେଉଛି । ମାନୁଆଲି ଦିଆଯାଉଛି ବୋର୍ଡିଂ ପାସ୍‌ । ସେହିଭଳି ଭୁବନେଶ୍ୱରରୁକିଛିବିମାନ ବାତିଲ୍ ହୋଇଛି।ଇଣ୍ଡିଗୋକାଲିପର୍ଯ୍ୟନ୍ତଉଡ଼ାଣବାତିଲକରିଥିବାସୂଚନା ମିଳିଛି।ଚେକ୍ଇନ୍ଚେକ୍ଆଉଟ୍ରେସମସ୍ୟା ହେଉଛି। ସବୁମାନୁଆଲିହେଉଥିବାରୁବୋର୍ଡିଂରେବ୍ୟାପକସମସ୍ୟା ହେଉଛି। ତେବେ ମାଇକ୍ରୋସଫ୍ଟରେଅଚଳାବସ୍ଥାପାଇଁସାରାବିଶ୍ୱପ୍ରଭାବିତ ହୋଇଛି।

ତେବେ ଏହି ସମସ୍ୟାକୁ ନେଇ ସ୍ପାଇସଜେଟ ପକ୍ଷରୁ ଏକ୍ସରେ କୁହାଯାଇଛି ଯେ, ଆମେ ବର୍ତ୍ତମାନ ଏକ ବୈଷୟିକ ସମସ୍ୟାର ସମ୍ମୁଖୀନ ହେଉଛୁ। ଏହି ବୈଷୟିକ ସମସ୍ୟା କାରଣରୁ ଆମର କିଛି ଅନଲାଇନ୍‌ ସର୍ଭିସ, ଯେଉଁଥିରେ ବୁକିଂ, ଚେକ୍-ଇନ୍ ସର୍ଭିସରେ ଅସ୍ଥାୟୀ ଭାବେ ଉପଲବ୍ଧ ହେଉ ନାହିଁ। ବର୍ତ୍ତମାନ ଆମେ ବିମାନ ବନ୍ଦରରେ ମାନୁଆଲରେ ଚେକ୍-ଇନ୍ ଏବଂ ବୋର୍ଡିଂ ପ୍ରକ୍ରିୟା ଅନୁସରଣ କରୁଛୁ। ଏହି ସମସ୍ୟାର ସମାଧାନ ପାଇଁ ଆମ ଟିମ୍ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। କୌଣସି ଅସୁବିଧା ପାଇଁ ଆମେ ଦୁଃଖିତ ଏବଂ ସମସ୍ୟାର ସମାଧାନ ହେବା ପରେ ଆମେ ଆପଣଙ୍କୁ ଅପଡେଟ୍ କରିବୁ। ଆପଣଙ୍କ ଧୈର୍ୟ୍ୟ ଏବଂ ସହଯୋଗ ପାଇଁ ଧନ୍ୟବାଦ ।

Microsoft
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe