Advertisment

ମ୍ୟାକଡୋନାଲ୍ଡ ବର୍ଗର ଖାଇ ଜଣେ ମୃତ, ୧୦ ଅସୁସ୍ଥ

ଗୁରୁତର ବ୍ୟକ୍ତିଙ୍କ ଠାରେ ଇ.କୋଲି ନାମକ ଭାଇରସ ଚିହ୍ନଟ ହୋଇଛି।

author-image
Madhupriya Mistry
Burger

Burger

ବର୍ଗର ଖାଇବା ଆଜିକାଲିର ଯୁବପିଢ଼ିଙ୍କୁ ବେଶ୍‌ ପସନ୍ଦ। କେବଳ ଯୁବପିଢ଼ି ନୁହନ୍ତି ପିଲାଠୁ ଆରମ୍ଭ କରି ବୟସ୍କ, ସମସ୍ତେ ବର୍ଗର ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହି ବର୍ଗର ଖାଇବା ଏବେ ମହଙ୍ଗା ପଡିଛି। ବର୍ଗର ଖାଇ ଚାଲି ଯାଇଛି ଜଣଙ୍କ ଜୀବନ। ସେହିପରି ୧୦ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି। ଆମେରିକାରେ ଘଟିଛି ଏଭଳି କିଛି ଘଟଣା।

Advertisment

ଆମେରିକାରେ ପ୍ରସିଦ୍ଧ ଫୁଡ୍‌ ଚେନ୍‌ ମ୍ୟାକଡୋନାଲ୍ଡ ବର୍ଗର ଖାଇବା ପରେ ଅସୁସ୍ଥ ହେବା ମାମଲା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ବର୍ଗର ଖାଇବା ପରେ ଆମେରିକାରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦଶରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହାପରେ କମ୍ପାନୀ ବର୍ଗର ବିକ୍ରି ଉପରେ କିଛି ସମୟ ପାଇଁ ବ୍ୟାନ୍‌ ଲଗାଇଛି।

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି ଯେ ଏହି ମାମଲା ମ୍ୟାକଡୋନାଲ୍ଡର ବର୍ଗର କ୍ୱାର୍ଟର ପାଉଣ୍ଡର ହାମବର୍ଗ ସହିତ ଜଡିତ। ଗୁରୁତର ବ୍ୟକ୍ତିଙ୍କ ଠାରେ ଇ.କୋଲି ନାମକ ଭାଇରସ ଚିହ୍ନଟ ହୋଇଛି। ସଂକ୍ରମଣ ହେତୁ ବର୍ତ୍ତମାନ ଦଶ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ଯେଉଁଥିରୁ ଗୋଟିଏ ଶିଶୁର ଅବସ୍ଥା ଗୁରୁତର ଥିବା କୁହାଯାଉଛି।

Advertisment

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି ଯେ ବର୍ଗର ଖାଇବା ପରେ ସଂକ୍ରମଣ ହେତୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଅନୁସନ୍ଧାନରୁ ଜଣାପଡିଛି ସଂକ୍ରମିତ ଲୋକମାନେ ମ୍ୟାକଡୋନାଲ୍ଡର କ୍ୱାର୍ଟର ପାଉଣ୍ଡର ହେମବର୍ଗର୍ ଖାଇଥିଲେ। ତେବେ ସଂକ୍ରମଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ବର୍ଗରରେ ବ୍ୟବହୃତ କଟା ପିଆଜ ଏବଂ ଗୋ-ମାଂସ ପ୍ୟାଟି ଉପରେ ଅନୁସନ୍ଧାନ ଚାଲିଛି। ତଦନ୍ତ ଶେଷ ହେବା ଯାଏ ମ୍ୟାକଡୋନାଲ୍ଡର ରେଷ୍ଟୁରାଣ୍ଟରୁ ଏହି ଦୁଇଟି ଜିନିଷର ବ୍ୟବହାର ଉପରେ ବ୍ୟାନ୍‌ ଲଗାଯାଇଛି।

ମିଡିଆ ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ମାସର ଶେଷ ଆଡ଼କୁ ବର୍ଗର ଖାଇ କିଛି ଲୋକ ଅସୁସ୍ଥ ହେବା ମାମଲା ସାମ୍ନାକୁ ଆସିଥିଲା। ବର୍ଗର ଖାଇ ସଂକ୍ରମିତ ହେବାର ମାମଲା ଆମେରିକାର ୧୦ଟି ରାଜ୍ୟରେ ଦେଖିବାକୁ ମିଳିଛି, ସେଥିମଧ୍ୟରୁ ସର୍ବାଧିକ ୪୯ଟି ମାମଲା କୋଲେରାଡୋ ଏବଂ ନେବ୍ରାସ୍କା ଭଳି ରାଜ୍ୟରେ ଚିହ୍ନଟ ହୋଇଛି। ବର୍ଗର ଖାଇବା ପରେ ଲୋକଙ୍କ ଅସୁସ୍ଥା ହେବାର ପ୍ରଭାବ ଏବେ ମ୍ୟାକଡୋନଲ୍ଡ କମ୍ପାନୀ ଉପରେ ପଡ଼ିଛି। କମ୍ପାନୀର ୬% ଶେୟାର ହ୍ରାସ ପାଇଛି।

ଇ.କୋଲି ସଂକ୍ରମଣର ଲକ୍ଷଣ କ'ଣ?

ଇ. କୋଲିରେ ସଂକ୍ରମିତରେ ହୋଇଥିବା ବ୍ୟକ୍ତିଙ୍କ ଠାରେ ପ୍ରବଳ ଜ୍ୱର, ଝାଡ଼ା, ବାନ୍ତି ଭଳି ସମସ୍ୟା ଦେଖିବାକୁ ମିଳେ। ଏହାର ଲକ୍ଷଣ ସାଧାରଣତଃ ତିନିରୁ ଚାରି ଦିନ ରୁହେ। ଅଧିକାଂଶ କ୍ଷେତ୍ରରେ ସଂକ୍ରମିତ ବ୍ୟକ୍ତି ନିଜେ ସୁସ୍ଥ ହୋଇ ଯାଇଥାନ୍ତି, କିନ୍ତୁ କେତେକ ମାମଲା ଗୁରୁତର ହୋଇପାରେ ଏବଂ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିପାରେ। 

USA McDonald's Burger E Coli Virus