Advertisment

ଇସ୍ରାଏଲ ସେନାକୁ ମାଗଣା ଖାଦ୍ୟ ଯୋଗାଇ ବିବାଦରେ McDonald's

ଏହାପରଠାରୁ କମ୍ପାନୀର ଇସ୍ରାଏଲ ଅଫିସିଆଲ୍ ଆକାଉଣ୍ଟ ପ୍ରାଇଭେଟ୍ କରିଦେଇଛି।

McDonald's

McDonald's

Advertisment

ହମାସ୍ ବିରୋଧରେ ଯୁଦ୍ଧ ଜାରି ରଖିଥିବା ଇସ୍ରାଏଲ ସେନାକୁ ମାଗଣାରେ ଖାଇବା ଯୋଗାଉଛି ବିଶ୍ୱର ପ୍ରସିଦ୍ଧ ଫାଷ୍ଟଫୁଡ୍ ଚେନ୍ ସଂସ୍ଥା ମେକଡୋନାଲଡ୍ସ। ଏନେଇ ସଂସ୍ଥା ତରଫରୁ ଏକ ସୋଶାଲ ମିଡିଆ ପୋଷ୍ଟ ଜରିଆରେ ସୂଚନା ଦିଆଯାଇଛି। ସପ୍ତାହରୁ ଅଧିକ ସମୟ ଧରି ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ସେବା ଯୋଗାଉଥିବା କର୍ମଚାରୀଙ୍କୁ ଖାଇବା ଯୋଗାଇ ଦିଆଯାଉଥିବା ପୋଷ୍ଟରେ କୁହାଯାଇଛି।

Advertisment

Newsweek ରିପୋର୍ଟ ଅନୁସାରେ, ମେକଡନାଲଡ୍ସ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି କହିଥିଲା ଯେ, କମ୍ପାନୀ ଇସ୍ରାଏଲ୍ ସୈନିକମାନଙ୍କୁ ହଜାର ହଜାର ମାଗଣା ମିଲ୍ ଯୋଗାଇ ଦେଉଛି। ସଦ୍ୟତମ ରିପୋର୍ଟ ମୁତାବକ ହସ୍ପିଟାଲ ଏବଂ ସେନା କର୍ମଚାରୀଙ୍କ ପାଖକୁ 4000ରୁ ଅଧିକ ମିଲ୍ ପଠାଇଛୁ। ଏଥିସହ ରେସ୍ତୋରାଁ ଆସୁଥିବା ସୈନ୍ୟମାନଙ୍କୁ ରିହାତିରେ ମିଲ୍ ଦେଉଛୁ। ଏହି ଉଦ୍ଦେଶ୍ୟରେ ଏଠାରେ କେବଳ 5ଟି ରେଷ୍ଟୁରାଣ୍ଟ ଖୋଲାଯାଇଛି ବୋଲି ମେକଡନାଲଡ୍ସ ପୋଷ୍ଟରେ କହିଥିଲା। 

ରେସ୍ତୋରାଁର ଏହି ପୋଷ୍ଟ ପରେ ସମାଲୋଚନା କରିଛନ୍ତି କିଛି ନେଟିଜେନ୍ସ। ଜଣେ ୟୁଜର୍ ଲେଖିଛନ୍ତି, "ମେକଡୋନାଲଡ୍ସ ଆଇଡିଏଫ(ଇସ୍ରାଏଲର ସାମରିକ ବାହିନୀ)କୁ ମାଗଣା ଖାଇବା ଯୋଗାଉଛି। ଏହାକୁ ବଏକଟ୍ କରନ୍ତୁ।" ଅନ୍ୟ ଜଣେ ବ୍ୟକ୍ତି କମେଣ୍ଟ ଦେଇ କହିଛନ୍ତି, "ଯଦି ମେକଡୋନାଲଡ୍ସ, ଇସ୍ରାଏଲ ପ୍ରତିରକ୍ଷା ବାହିନୀକୁ ମାଗଣା ଖାଦ୍ୟ ଯୋଗାଉଛି କିନ୍ତୁ ଗାଜାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ନୁହେଁ, ତେବେ ମୁଁ ଭାବୁଛି ବିଶ୍ୱରେ ଥିବା ସମସ୍ତ ମୁସଲମାନ ଏହାକୁ ବଏକଟ୍ କରିବା ଉଚିତ୍।"

Advertisment

ସେହିପରି କେତେକ ୟୁଜର୍ସ ମଧ୍ୟ ଇସ୍ରାଏଲର ସମର୍ଥନ ପାଇଁ ମେକଡୋନାଲଡ୍ସକୁ ପ୍ରଶଂସା କରିଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି, ମେକଡୋନାଲଡ୍ସ, ଇସ୍ରାଏଲରେ ଭଲ କାମ କରିଛି। ଏହାପରଠାରୁ କମ୍ପାନୀର ଇସ୍ରାଏଲ ଅଫିସିଆଲ୍ ଆକାଉଣ୍ଟ ପ୍ରାଇଭେଟ୍ ହୋଇଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ମେକଡୋନାଲଡ୍ସର ଏହି ପଦକ୍ଷେପ ପରେ ଅକ୍ଟୋବର 13ରେ ଲେବାନନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଲେବାନନର ନ୍ୟୁଜ ଏଜେନ୍ସି '961' ଅନୁଯାୟୀ ସ୍ପିନ୍ନିଜ ଏବଂ ସିଡନରେ ଥିବା ମେକଡୋନାଲଡ୍ସ ଉପରେ ପାଲେଷ୍ଟାଇନ୍ ଗୋଷ୍ଠୀ ଆକ୍ରମଣ କରିଥିଲେ। ଏସବୁ ମଧ୍ୟରେ, ମେକଡୋନାଲଡ୍ସର ଓମାନ, ଏକ୍ସ(ପୂର୍ବର ଟ୍ୱିଟର)ରେ ଗାଜାକୁ ସମର୍ଥନ କରୁଥିବା ଉଲ୍ଲେଖ କରିଛି। ଶନିବାର ଏକ ପୋଷ୍ଟରେ କହିଛି, "ଓମାନ ଗାଜା ସହିତ ଛିଡା ହୋଇଛି। ଗାଜାରେ ଥିବା ଲୋକଙ୍କ ପାଇଁ ରିଲିଫ୍ ଯୋଗାଇ ଦେବାକୁ କମ୍ପାନୀ 100,000 ଡଲାର ଦାନ କରିଛି। "

IDF McDonald's Palestine Israel-Palestine Conflict Hamas War Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe