Advertisment

ଅସ୍ଥାୟୀ ଭାବେ ଅଫିସ ବନ୍ଦ କଲା ମ୍ୟାକଡୋନାଲ୍ଡ, ଛଟେଇ ପାଇଁ ପ୍ରସ୍ତୁତି ଆରମ୍ଭ

ବିଶ୍ୱର ବିଭିନ୍ନ ବଡ଼ବଡ଼ କମ୍ପାନୀ ନିଜର କଷ୍ଟ କଟିଂ ପାଇଁ କର୍ମଚାରୀଙ୍କୁ ବିଦା କରୁଥିବା ବେଳେ ଏବେ ମ୍ୟାକଡୋନାଲ୍ଡ ଏହି ତାଲିକାରେ ଯୋଡ଼ି ହେବାକୁ ଯାଉଛି।

McDonald

McDonald

Advertisment

ବିଶ୍ୱର ଅନ୍ୟତମ ବଡ଼ ଫାଷ୍ଟଫୁଡ ଚେନ ମ୍ୟାକଡୋନାଲ୍ଡ ଉପରେ ମଧ୍ୟ ଅର୍ଥନୀତିକ ମାନ୍ଦାବାସ୍ଥାର ପ୍ରଭାବ ପଡ଼ିଛି। ବିଶ୍ୱର ବିଭିନ୍ନ ବଡ଼ବଡ଼ କମ୍ପାନୀ ନିଜର କଷ୍ଟ କଟିଂ ପାଇଁ କର୍ମଚାରୀଙ୍କୁ ବିଦା କରୁଥିବା ବେଳେ ଏବେ ମ୍ୟାକଡୋନାଲ୍ଡ ଏହି ତାଲିକାରେ ଯୋଡ଼ି ହେବାକୁ ଯାଉଛି। ଚଳିତ ସପ୍ତାହରେ ମ୍ୟାକଡୋନାଲ୍ଡ ଆମେରିକାରେ ଥିବା ତା’ର ସବୁ ଅଫିସକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ଯାଉଛି। କମ୍ପାନୀ ତା’ର କର୍ପୋରେଟ କର୍ମଚାରୀଙ୍କୁ ଛଟେଇ କରିବ। ଏ ସମ୍ପର୍କରେ ସମସ୍ତଙ୍କୁ ଜଣାଇବା ପାଇଁ ସଂସ୍ଥା ଏପରି ପଦକ୍ଷେପ ନେଉଛି ବୋଲି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ଖବର ପ୍ରକାଶ ପାଇଛି।

Advertisment

କମ୍ପାନୀ ପକ୍ଷରୁ ଗତ ସପ୍ତାହରେ ତା’ କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ଇ-ମେଲ କରାଯାଇଛି। ସୋମବାରରୁ ବୁଧବାର ଯାଏ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ କୁହାଯାଇଛି। ଏହାଦ୍ୱାରା କମ୍ପାନୀ ଭର୍ଚ୍ୟୁଆଲ ମାଧ୍ୟରେ ଛଟେଇ ସମ୍ପର୍କରେ କର୍ମଚାରୀମାନଙ୍କୁ ସୂଚନା ଦେଇପାରିବ। ତେବେ ପ୍ରଥମ ପର୍ଯ୍ୟାୟରେ କେତେ ଜଣ କର୍ମଚାରୀଙ୍କୁ ବିଦା କରାଯିବ, ସେକଥା ସ୍ପଷ୍ଟ ହୋଇନି।

ମ୍ୟାକଡୋନାଲ୍ଡ ପକ୍ଷରୁ କର୍ମଚାରୀମାନଙ୍କୁ ପଠାଇ ଯାଇଥିବା ଇ-ମେଲରେ କୁହାଯାଇଛି ଯେ “ଏପ୍ରିଲ ୩ରୁ ଆରମ୍ଭ ହେଉଥିବା ସପ୍ତାହରେ ଆମେ କର୍ମଚାରୀଙ୍କ ଭୂମିକା ଓ ସ୍ତରକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବୁ। ତେଣୁ କର୍ମଚାରୀମାନେ ସୋମବାର ଠାରୁ ବୁଧବାର ଯାଏ ଘରେ ରହି କାମ କରିବେ।” ସେହିପରି ଚଳିତ ସପ୍ତାହରେ ଇନ-ପର୍ସନ ବା ସମସ୍ତ ପ୍ରକାରର ବ୍ୟକ୍ତଗତ ସ୍ତରୀୟ ମିଟିଂକୁ ବାତିଲ କରି ଦିଆଯାଇଛି।

Advertisment

ଜାନୁଆରୀ ମାସରେ କମ୍ପାନୀ କହିଥିଲା ଯେ କର୍ପୋରେଟ କର୍ମଚାରୀଙ୍କ ସ୍ତରକୁ ସମୀକ୍ଷା କରି ବ୍ୟବସାୟୀ ରଣନୀତିକୁ ଅପଡେଟ କରାଯିବ। ଏହାଦ୍ୱାରା କିଛି ଛଟେଇ ହୋଇପାରେ ଓ କିଛି ସ୍ଥାନରେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇ ପାରେ। ଏବେ ଇ-ମେଲ ପହଞ୍ଚି ସାରିଥିବାରୁ ବୁଧବାର ସୁଦ୍ଧା କମ୍ପାନୀର ଆଭିମୁଖ୍ୟ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।

କର୍ମଚାରୀଙ୍କୁ ବିଦା କରିବା ଏବେ ସବୁ କମ୍ପାନୀର ଅଭ୍ୟାସରେ ପରିଣତ ହୋଇଗଲାଣି। ମ୍ୟାକଡୋନାଲ୍ଡ ପୂର୍ବରୁ ଗୁଗଲ, ଆମଜନ, ଫେସବୁକ ଭଳି ବଡ଼ବଡ଼ କମ୍ପାନୀ ସେମାନଙ୍କର ହଜାର ହଜାର କର୍ମଚାରୀଙ୍କୁ ବିଦା କରିଥିଲେ।

USA McDonald
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe