Advertisment

୯୨ ବର୍ଷରେ ପଞ୍ଚମ ବିବାହ କରିବେ ମିଡିଆ ଟାଇକୁନ୍ ରୁପର୍ଟ ମୁଦ୍ରୋକ

ଗତବର୍ଷ ଚତୁର୍ଥ ପତ୍ନୀ ଜେରୀ ହାଲଙ୍କ ଠାରୁ ଅଲଗା ହୋଇଯାଇଥିଲେ ଏହି ବିଲେନିୟର୍ ମିଡିଆ ଟାଇକୁନ୍‌।

author-image
Madhupriya Mistry
Rupert Murdoch marry for fifth time

Rupert Murdoch marry for fifth time

ପ୍ରେମ ମନେ ନାହିଁ ବୟସ। ଏକଥାକୁ ଏବେ ପ୍ରମାଣିତ କରି ଦେଖାଇଛନ୍ତି ମିଡିଆ ଟାଇକୁନ୍ ରୁପର୍ଟ ମୁଦ୍ରୋକ। ୯୨ ବର୍ଷ ବୟସରେ ପଞ୍ଚମ ଥର ପାଇଁ ବିବାହ କରିବାକୁ ଘୋଷଣା କରିଛନ୍ତି ଏହି ବିଶିଷ୍ଟ ବ୍ୟକ୍ତି। ସେ ତାଙ୍କ ୬୬ ବର୍ଷୀୟା ପ୍ରେମିକା ଏନ୍ ଲେସ୍‌ଲୀ ସ୍ମିଥଙ୍କୁ ବିବହା କରିବାକୁ ଯାଉଛନ୍ତି। ତେବେ ବିବାହ ପୂର୍ବରୁ ଉଭୟଙ୍କ ନିର୍ବନ୍ଧ ହେବ। ରୁପର୍ଟଙ୍କ ଏହି ଘୋଷଣା ଏବେ ସମସ୍ତଙ୍କୁ ଚକିତ କରିଦେଇଛିି। 

Advertisment

ଗତବର୍ଷ ସେପ୍ଟେମ୍ବର ମାସରେ ରୁପର୍ଟ ଓ ଲେସ୍‌ଲୀଙ୍କ ଦେଖା ସାକ୍ଷାତ ହୋଇଥିଲା। କାଲିଫର୍ଣ୍ଣିଆ ସ୍ଥିତ ନିଜ ବଗିଚାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲେସ୍‌ଲୀଙ୍କୁ ଭେଟିଥିଲେ ରୁପର୍ଟ। ପ୍ରଥମ ଦେଖାରେ ହିଁ ୯୨ ବର୍ଷୀୟ ରୁପର୍ଟ ଲେସ୍‌ଲୀଙ୍କ ପ୍ରେମରେ ପଡି ଯାଇଥିଲେ। ପରେ ସେଣ୍ଟ ପେଟ୍ରିକ୍ସ ଡେ’ ଅବସରରେ ସେ ଲେସ୍‌ଲୀଙ୍କୁ ପ୍ରପୋଜ କରିଥିଲେ। ଆସନ୍ତା ୨ରୁ ୩ ମାସ ଭିତରେ ଉଭୟ ବିବାହ କରିବେ।

ବିଲେନିୟର୍ ମିଡିଆ ଟାଇକୁନ୍ ରୁପର୍ଟ ମୁଦ୍ରୋକ ନିଜ ପ୍ରକାଶନ ସଂସ୍ଥା ନ୍ୟୁୟର୍କ ପୋଷ୍ଟରେ ବିବାହ ସମ୍ପର୍କିତ ଲେଖା ପ୍ରକାଶ କରି ନିଜ ଖୁସି ଜାହିର କରିଛନ୍ତି। ସେ କହିଛନ୍ତି, ‘ମୋତେ ପ୍ରେମ କରିବାକୁ ଭାରି ଡ଼ର ଲାଗେ। ହେଲେ ମୁଁ ଜାଣିଛି ଏହା ମୋର ଶେଷ ପ୍ରେମ । ଏହି ପ୍ରେମ ମୋ ଜୀବନର ସର୍ବଶ୍ରେଷ୍ଠ ପ୍ରେମ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ମୁଁ ବେଶ୍ ଖୁସି ।’

Advertisment

୫ମ ସ୍ତ୍ରୀ ହେବାକୁ ଯାଉଥିବା ଲେସଲୀ ସ୍ମିଥଙ୍କ ବାବଦରେ ରୁପର୍ଟ କହିଛନ୍ତି, ‘ଲେସଲୀଙ୍କୁ ପ୍ରସ୍ତାବ ଦେବା ବେଳେ ସେ ବେଶ୍ ନର୍ଭସ ହୋଇପଡିଥିଲେ। ଲେସଲୀଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇସାରିଛି। ଲେସଲୀ ଜଣେ କାଉଁସିଲର ହୋଇଥିଲେ ବି ସେ ଜଣେ ଗାୟୀକା।’

ଅନ୍ୟପଟେ ଲେସଲୀ କହିଛନ୍ତି, ‘ଏହା ଆମ ଉଭୟଙ୍କ ପାଇଁ ଭଗବାନଙ୍କ ଉପହାର। ଆମେ ପରସ୍ପରକୁ ଗତବର୍ଷ ଭେଟିଥିଲୁ। ମୁଁ ୧୪ବର୍ଷ ପୂର୍ବରୁ ମୋ ସ୍ୱାମୀଙ୍କୁ ହରାଇ ସାରିଛି। ମୋ ସ୍ୱାମୀ ବି ରୁପର୍ଟଙ୍କ ଭଳି ଜଣେ ବ୍ୟବସାୟୀ ଥିଲେ।’ 

ଗତବର୍ଷ ଚତୁର୍ଥ ପତ୍ନୀ ଜେରୀ ହାଲଙ୍କ ଠାରୁ ଅଲଗା ହୋଇଯାଇଥିଲେ ଏହି ମିଡିଆ ଟାଇକୁନ୍‌। ପୂର୍ବରୁ ୪ଟି ବିବାହ କରିସାରିଛନ୍ତି ରୁପର୍ଟ। ସେ ଅଷ୍ଟ୍ରେଲିଆର ଫ୍ଲାଇଟ୍ ଆଟେଣ୍ଡାଣ୍ଟ ପାଟ୍ରିସିଆ ବୁକର୍, ସ୍କଟଲ୍ୟାଣ୍ଡରେ ଜନ୍ମିତ ସାମ୍ବାଦିକା ଆନ୍ନା ମାନ୍ ଏବଂ ଚାଇନାର ବ୍ୟବସାୟୀ ୱେଣ୍ଡି ଡେଙ୍ଗଙ୍କୁ ବିବାହ କରିଥିଲେ। ରୁପର୍ଟଙ୍କ ମୋଟ ୬ଟି ପିଲା ଅଛନ୍ତି।

Rupert Murdoch Media Tycoon