Advertisment

ବର ସାଜିଲେ ମିଡିଆ ଟାଇକୁନ୍‌, ପଞ୍ଚମ ଥର ପାଇଁ ପଡ଼ିଲା ହାତଗଣ୍ଠି

୯୩ ବର୍ଷ ବୟସରେ ପଞ୍ଚମ ଥର ପାଇଁ ବିବାହ କରିଛନ୍ତି ମିଡିଆ ଟାଇକୁନ୍‌ ରୁପର୍ଟ ମର୍ଡୋକ୍‌।

author-image
Madhupriya Mistry
Rupert Murdoch married

Rupert Murdoch married

ପୁଣି ହାତକୁ ଦି ହାତ ହେଲେ ମିଡିଆ ଟାଇକୁନ୍‌। ୯୩ ବର୍ଷ ବୟସରେ ପଡିଲା ହାତଗଣ୍ଠି। ପଞ୍ଚମ ଥର ପାଇଁ ବର ସାଜିଲେ ରୁପର୍ଟ ମର୍ଡୋକ୍‌। ସେ ତାଙ୍କ ଗାର୍ଲଫ୍ରେଣ୍ଡ ଏଲେନା ଜୁକୋଭାଙ୍କ ହାତ ଧରିଛନ୍ତି। ବିବାହ ବେଳର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment
Rupert Murdochବିବାହ ପରେ ଫଟୋ ପାଇଁ ପୋଜ୍‌ ଦେଉଛନ୍ତି ରୁପର୍ଟ ମର୍ଡୋକ୍‌ ଓ ଏଲେନା ଜୁକୋଭା

ବ୍ଲାକ୍ ସୁଟ୍‌ ଓ ହଳଦିଆ ରଙ୍ଗର ଟାଇ ପିନ୍ଧି ଫଟୋ ପାଇଁ ପୋଜ୍‌ ଦେଇଛନ୍ତି ରୁପର୍ଟ। ସେହିପରି ଧଲା ରଙ୍ଗର ଅଫ୍‌ ସୋଲ୍ଡର ଗାଉନ୍‌ ଓ ହାତରେ ଫୁଲ ତୋଡା ଧରି ତାଙ୍କ ପାଖରେ ଠିଆ ହୋଇଛନ୍ତି ପତ୍ନୀ ଏଲେନା ଜୁକୋଭା। ମର୍ଡୋକ୍ ମାଲିକାନାରେ ଥିବା ବ୍ରିଟିଶ୍ ଟାବ୍ଲଏଡ୍ ଦି ସନରେ ପ୍ରକାଶିତ ଫଟୋରେ ଏହି ଦମ୍ପତି ପୋଜ୍ ଦେଇ ହସୁଥିବାର ଦେଖିବାକୁ ମିଳିଛି।

ରୁପର୍ଟ କାଲିଫର୍ଣ୍ଣିଆ ସ୍ଥିତ ନିଜ ଫାର୍ମ ହାଉସରେ ରବିବାର ୬୭ ବର୍ଷୀୟା ପ୍ରେମିକା ଏଲେନାଙ୍କ ସହ ବିବାହ କରିଛନ୍ତି। ଏହି ଗ୍ରାଣ୍ଡ ଓ୍ୱେଡିଂରେ ବହୁ ବଡ ବଡ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ। ପୂର୍ବରୁ ଜୁନ୍‌ ମାସରେ ଏଲେନାଙ୍କୁ ବିବାହ କରିବେ ବୋଲି ମିଡିଆ ଟାଇକୁନ୍‌ ଘୋଷଣା କରିଥିଲେ।

Advertisment

ଏଲେନା ଜୁକୋଭା ହେଉଛନ୍ତି ଜଣେ ଅବରସପ୍ରାପ୍ତି ବାୟୋଲଜିଷ୍ଟ ତଥା ଜୀବବିଜ୍ଞାନୀ। ଜୁକୋଭା ରୁଷରୁ ଆସି ଆମେରିକାର ବାସିନ୍ଦା ପାଲଟିଛନ୍ତି । ଏପ୍ରିଲ ୨୦୨୩ରେ ପୂର୍ବତନ ପୁଲିସ ଅଧିକାରୀ ତଥା ରେଡିଓ ହୋଷ୍ଟ ଏନ୍‌ ଲସ୍‌ଲିଙ୍କ ସହ ନିର୍ବନ୍ଧ ଭାଙ୍ଗିବା ପରେ ରୁପର୍ଟ ତୁରନ୍ତ ଜୁକୋଭାଙ୍କ ସହ ଡେଟିଂ ଆରମ୍ଭ କରିଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା।

ତୃତୀୟ ପତ୍ନୀ ୱେଣ୍ଡି ଡେଙ୍ଗଙ୍କ ଦ୍ୱାରା ଆୟୋଜିତ ଏକ ପାରିବାରିକ ସମାବେଶରେ ମର୍ଡୋକ ଜୁକୋଭାଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ସେ ଏଲେନାଙ୍କ ପ୍ରେମରେ ପଡିଯାଇଥିଲେ। ମର୍ଡୋକ ଓ ଲେସ୍‌ଲି ସ୍ମିଥଙ୍କ ନିର୍ବନ୍ଧ ହେବାର ଦୁଇ ସପ୍ତାହ ପରେ ପରେ ହିଁ ବ୍ରେକ୍‌ଅପ୍‌ ହୋଇ ଯାଇଥିଲା।

ଏହାପୂର୍ବରୁ ରୁପର୍ଟ ମୁର୍ଡୋକ ୪ ଥର ବିବାହ କରିସାରିଛନ୍ତି। ୨୦୨୨ରେ ଚତୁର୍ଥ ପତ୍ନୀ ଜେରୀ ହାଲଙ୍କ ଠାରୁ ଅଲଗା ହୋଇଯାଇଥିଲେ ଏହି ମିଡିଆ ଟାଇକୁନ୍‌। ସେ ଅଷ୍ଟ୍ରେଲିଆର ଫ୍ଲାଇଟ୍ ଆଟେଣ୍ଡାଣ୍ଟ ପାଟ୍ରିସିଆ ବୁକର୍, ସ୍କଟଲ୍ୟାଣ୍ଡରେ ଜନ୍ମିତ ସାମ୍ବାଦିକା ଆନ୍ନା ମାନ୍ ଏବଂ ଚାଇନାର ବ୍ୟବସାୟୀ ୱେଣ୍ଡି ଡେଙ୍ଗଙ୍କୁ ବିବାହ କରିଥିଲେ। ୧୪ ବର୍ଷର ସମ୍ପର୍କ ପରେ ୨୦୧୩ରେ ସେ ତାଙ୍କ ତୃତୀୟ ପତ୍ନୀ ଓ୍ୱେଣ୍ଡିଂ ଠାରୁ ଅଲଗା ହୋଇଥିଲେ। ରୁପର୍ଟଙ୍କ ମୋଟ ୬ଟି ପିଲା ଅଛନ୍ତି।

ସେହିପରି ଜୁକୋଭାଙ୍କ ମଧ୍ୟ ଜଣେ ୪୨ ବର୍ଷୀୟ ଝିଅ ଅଛି। ଜୁକୋଭା ପୂର୍ବରୁ ରୁଷର ପ୍ରିମିୟର ଲିଗ୍‌ ଫୁଟବଲ୍‌ କ୍ଲବ ଚେଲ୍ସିର ପୂର୍ବତନ ମାଲିକ ରୋମନ ଅବ୍ରାମୋବିଚଙ୍କୁ ବିବାହ କରିଥିଲେ। ତେବେ ରୁପର୍ଟଙ୍କ ସହ ନିର୍ବନ୍ଧ କରିବାର ୫ ମାସ ପୂର୍ବେ ସେ ତାଙ୍କୁ ଛାଡପତ୍ର ଦେଇଥିବା ସୂଚନା ମିଳିଛି। 

Rupert Murdoch Elena Zhukova Rupert Murdoch Gets Married