Advertisment

୯୨ ବର୍ଷରେ ବିବାହ କରିବେ ମିଡିଆ ଟାଇକୁନ୍‌ ରୁପର୍ଟ, ସରିଲା ନିର୍ବନ୍ଧ

ଆସନ୍ତା ଜୁନ୍‌ ମାସରେ ୫ମ ଥର ପାଇଁ ରୁପର୍ଟ ହାତକୁ ଦି ହାତ ହେବେ। ସେ ତାଙ୍କ ପ୍ରେମିକା ଏଲେନା ଜୁକୋଭାଙ୍କ ହାତ ଧରିବେ।

Media tycoon Rupert Murdoch and Elena Zhukova

Media tycoon Rupert Murdoch and Elena Zhukova

Advertisment

୯୨ ବର୍ଷ ବୟସରେ ପଞ୍ଚମ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ମିଡିଆ ଟାଇକୁନ୍‌ ରୁପର୍ଟ ମର୍ଡୋକ। ନିକଟରେ ସରିଛି ତାଙ୍କ ନିର୍ବନ୍ଧ। ସେ ତାଙ୍କ ଗାର୍ଲଫ୍ରେଣ୍ଡ ଏଲେନା ଜୁକୋଭାଙ୍କ ସହ ନିର୍ବନ୍ଧ କରିଛନ୍ତି। ଏନେଇ ରୁପର୍ଟ ମୁର୍ଡୋକଙ୍କ ଟିମ୍‌ ସୂଚନା ଦେଇଛନ୍ତି।

Advertisment

ଦ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ମୁତାବକ, ଆସନ୍ତା ଜୁନ୍‌ ମାସରେ ରୁପର୍ଟ ହାତକୁ ଦି ହାତ ହେବେ। ସେ ତାଙ୍କ ପ୍ରେମିକା ଏଲେନା ଜୁକୋଭାଙ୍କ ହାତ ଧରିବେ। ଏନେଇ ଗୁରୁବାର ଖୋଦ୍‌ ସେ ଘୋଷଣା କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇପଡିଛନ୍ତି।

ଏଲେନା ହେଉଛନ୍ତି ଜଣେ ଅବସରପ୍ରାପ୍ତ ବୈଜ୍ଞାନିକ। ତୃତୀୟ ପତ୍ନୀ ୱେଣ୍ଡି ଡେଙ୍ଗଙ୍କ ଦ୍ୱାରା ଆୟୋଜିତ ଏକ ପାରିବାରିକ ସମାବେଶରେ ମର୍ଡୋକ ଜୁକୋଭାଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ସେ ଏଲେନାଙ୍କ ପ୍ରେମରେ ପଡିଯାଇଥିଲେ। ଗତ ବର୍ଷ ଏପ୍ରିଲ ମାସରେ ରୁପର୍ଟ ଏଲେନାଙ୍କୁ ଡେଟ୍‌ କରୁଥିବା ଖବର ସାମ୍ନାକୁ ଆସିଥିଲା। ଏହି ଖବର ସାମ୍ନାକୁ ଆସିବାର ୪ ମାସ ପୂର୍ବରୁ ହିଁ ମର୍ଡୋକ ରେଡିଓ ହୋଷ୍ଟ ଏନ୍ ଲେସଲି ସ୍ମିଥଙ୍କ ସହ ନିର୍ବନ୍ଧକୁ ଭାଙ୍ଗି ଦେଇଥିଲେ। ମର୍ଡୋକ ଓ ଲେସ୍‌ଲି ସ୍ମିଥଙ୍କ ନିର୍ବନ୍ଧ ହେବାର ଦୁଇ ସପ୍ତାହ ପରେ ପରେ ହିଁ ବ୍ରେକ୍‌ଅପ୍‌ ହୋଇ ଯାଇଥିଲା।

Advertisment

କୁହାଯାଉଛି ଯେ, କାଲିଫର୍ଣ୍ଣିଆରେ ଏଲେନାଙ୍କୁ ବିବାହ କରିବେ ମର୍ଡୋକ। ତାଙ୍କ ଅଙ୍ଗୁର ବଗିଚା ମୋରଗାରେ ଏହି ଗ୍ରାଣ୍ଡ ଓ୍ୱେଣ୍ଡିଂ ଅନୁଷ୍ଠିତ ହେବ। ଏଥିପାଇଁ ପୂର୍ବରୁ ହିଁ ସମସ୍ତଙ୍କୁ ନିମନ୍ତ୍ରଣା ପଠା ସରିଛି।

ଏହାପୂର୍ବରୁ ରୁପର୍ଟ ମୁର୍ଡୋକ ୪ ଥର ବିବାହ କରିସାରିଛନ୍ତି। ୨୦୨୨ରେ ଚତୁର୍ଥ ପତ୍ନୀ ଜେରୀ ହାଲଙ୍କ ଠାରୁ ଅଲଗା ହୋଇଯାଇଥିଲେ ଏହି ମିଡିଆ ଟାଇକୁନ୍‌। ସେ ଅଷ୍ଟ୍ରେଲିଆର ଫ୍ଲାଇଟ୍ ଆଟେଣ୍ଡାଣ୍ଟ ପାଟ୍ରିସିଆ ବୁକର୍, ସ୍କଟଲ୍ୟାଣ୍ଡରେ ଜନ୍ମିତ ସାମ୍ବାଦିକା ଆନ୍ନା ମାନ୍ ଏବଂ ଚାଇନାର ବ୍ୟବସାୟୀ ୱେଣ୍ଡି ଡେଙ୍ଗଙ୍କୁ ବିବାହ କରିଥିଲେ। ୧୪ ବର୍ଷର ସମ୍ପର୍କ ପରେ ୨୦୧୩ରେ ସେ ତାଙ୍କ ତୃତୀୟ ପତ୍ନୀ ଓ୍ୱେଣ୍ଡିଂ ଠାରୁ ଅଲଗା ହୋଇଥିଲେ। ରୁପର୍ଟଙ୍କ ମୋଟ ୬ଟି ପିଲା ଅଛନ୍ତି।

ସେହିପରି ଜୁକୋଭାଙ୍କ ମଧ୍ୟ ଜଣେ ୪୨ ବର୍ଷୀୟ ଝିଅ ଅଛନ୍ତି। ଜୁକୋଭା ପୂର୍ବରୁ ରୁଷର ପ୍ରିମିୟର ଲିଗ୍‌ ଫୁଟବଲ୍‌ କ୍ଲବ ଚେଲ୍ସିର ପୂର୍ବତନ ମାଲିକ ରୋମନ ଅବ୍ରାମୋବିଚଙ୍କୁ ବିବାହ କରିଥିଲେ। ତେବେ ରୁପର୍ଟଙ୍କ ସହ ନିର୍ବନ୍ଧ କରିବାର ୫ ମାସ ପୂର୍ବେ ସେ ତାଙ୍କୁ ଛାଡପତ୍ର ଦେଇଥିବା ସୂଚନା ମିଳିଛି। 

Elena Zhukova Media Tycoon Rupert Murdoc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe