Advertisment

୧୦ ହଜାର କର୍ମଚାରୀ ଛଟେଇ କରିବ ‘ମେଟା’!

ମାର୍କ ଜୁକରବର୍ଗ ନିକଟରେ କର୍ମଚାରୀମାନଙ୍କୁ ବାର୍ତ୍ତା ଦେଇ କମ୍ପାନୀର କର୍ମଚାରୀ ସଂଖ୍ୟା କମ୍ କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
META

META

Advertisment

ବିଶ୍ୱର ବଡ଼ କମ୍ପାନୀମାନେ କର୍ମଚାରୀ ଛଟେଇ ଜାରି ରଖିଥିବା ଆଲୋଚନାର ବିଷୟ ହୋଇଥିବା ବେଳେ ଆଗକୁ ‘ମେଟା’ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତି କରୁଛି! ଫେସ୍‌ବୁକ୍‌ର ଏହି ପ୍ୟାରେଣ୍ଟ କମ୍ପାନୀର ପଦକ୍ଷେପ କର୍ମଚାରୀଙ୍କ ଭିତରେ ଚିନ୍ତାର ବିଷୟ ହୋଇଛି।

Advertisment

ସୂଚନା ଥାଉକି, ଏହା ପୂର୍ବରୁ ଟ୍ୱିଟର ଓ ଗୁଗୁଲ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିଥିଲା। ଆମାଜନ ୧୮ ହଜାର, ଆଲଫାବେଟ୍  ୧୨ ହଜାର, ମାଇକ୍ରୋସଫ୍ଟ ୧୦ ହଜାର, ସେଲସଫୋର୍ସ ୮ ହଜାର, ଏଚ୍ ପି ୬ହଜାର, ଆଇବିଏମ୍ ୩ହଜାର ୯୦୦ ଏବଂ ଟ୍ୱିଟର ୩ ହଜାର ୭୦୦ କର୍ମଚାରୀଙ୍କୁ ଛଟେଇ କରିସାରିଛି। ୪ ମାସ ପୂର୍ବରୁ ‘ମେଟା’ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। ସମାଚାର ଏଜେନ୍ସି ରାଇଟର୍ସ ମୁତାବକ ମେଟାର କାର୍ଯ୍ୟକାରୀ ଅଧିକାରୀ ମାର୍କ ଜୁକରବର୍ଗ ନିକଟରେ କର୍ମଚାରୀମାନଙ୍କୁ ବାର୍ତ୍ତା ଦେଇ କମ୍ପାନୀର କର୍ମଚାରୀ ସଂଖ୍ୟା କମ୍ କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି।

ମାର୍କ ଜୁକରବର୍ଗ ଏହା ପୂର୍ବରୁ ମଧ୍ୟ ଛଟେଇ ନେଇ ସଙ୍କେତ ଦେଇଥିଲେ। ଏଥିସହ କମ୍ପାନୀ ଆଭ୍ୟନ୍ତରୀଣ ବୈଠକରେ ଛଟେଇ ନେଇ ଅଶଙ୍କା ମଧ୍ୟ ପ୍ରକାଶ କରିଥିଲେ। ୧୧ ହଜାର କର୍ମଚାରୀ ଛଟେଇର ମାତ୍ର କିଛି ମାସ ପରେ ଏହା ସାମ୍ନାକୁ ଆସିଛି। ଗତ ମାସରେ ‘ମେଟା’ର ମୁଖ୍ୟ ଉତ୍ପାଦ ଅଧିକାରୀଙ୍କ ବିବୃତ୍ତି ସହ ଏହି ଆଶଙ୍କାକୁ ଦେଖିଲେ ଛଟେଇ ସମ୍ଭାବନା ଅଧିକ ରହିଛି।

Advertisment
Unemployment Employment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe