ଟ୍ରକ୍‌ ପିଟିବାରୁ ଜଳିଗଲା ଭ୍ୟାନ୍‌; ଆଖି ବୁଜିଲେ ୨୬

ଏକ ମାଲବାହୀ ଟ୍ରକ୍‌ ଓ ଭ୍ୟାନ୍‌ ମଧ୍ୟରେ ଦୁର୍ଘଟଣା ଘଟିବା ସହ ନିଆଁ ଲାଗିଯିବାରୁ ୨୬ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ବହୁ ଛୋଟ ଛୁଆ ଥିବା ଜଣାଯାଇଛି ।

Accident

ଦୁର୍ଘଟଣାଗ୍ରସ୍ତ ଗାଡ଼ି ।

Niharika Rout
  • Published: Monday, 15 May 2023
  • Updated: 15 May 2023, 08:31 AM IST

Sports

Latest News

ଉତ୍ତର ମେକ୍ସିକୋର ଟାମୁଲିପାସ୍‌ରେ ଗତକାଲି ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ମାଲବାହୀ ଟ୍ରକ୍‌ ଓ ଭ୍ୟାନ୍‌ ମଧ୍ୟରେ ଦୁର୍ଘଟଣା ଘଟିବା ସହ ନିଆଁ ଲାଗିଯିବାରୁ ୨୬ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ବହୁ ଛୋଟ ଛୁଆ ଥିବା ଜଣାଯାଇଛି ।

ସ୍ଥାନୀୟ ପୁଲିସ୍‌ ସୂଚନା ଅନୁଯାୟୀ, ଭ୍ୟାନଟି ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀର ହୋଇଥିବା ବେଳେ କିଛି ଲୋକ ତାହାକୁ ଭଡ଼ାରେ ନେଇ ଛୁଟି କାଟିବାକୁ ଯାଇଥିଲେ। ସେମାନେ ଛୁଟିରୁ ଫେରୁଥିବା ବେଳେ ଗତକାଲି ସକାଳେ ଏହି ଦୁର୍ଘଟଣା ଘଟିଛି। 

ଭ୍ୟାନ୍‌ଟି ଜାତୀୟ ରାଜପଥରେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ଗାଡ଼ିଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ବହୁ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମେକ୍ସିକୋର ବାସିନ୍ଦା ହୋଇଥିବା ଜଣାଯାଇଛି।

Also Read

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍‌ଟି ପଳାଇ ଯାଇଥିବା ବେଳେ ତା’ ଡ୍ରାଇଭରଙ୍କ ସମ୍ପର୍କରେ ପତ୍ତା ମିଳିପାରିନି। ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟ୍ରକ୍‌ଟିକୁ ଖୋଜିବା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos