Advertisment

ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ୮ ମୃତ

ଶୁକ୍ରବାର ଏହି ଦୁର୍ଘଟଣା ଘଟିଛି। ମୃତ ୮ ଜଣ ପ୍ରବାସୀ ଏସିଆର ବୋଲି ଆଶଙ୍କା କରାଯାଇଛି।

Boat Accident

Boat Accident

Advertisment

ମଝି ସମୁଦ୍ରରେ ଓଲଟିଲା ଡଙ୍ଗା। ପ୍ରବାସୀଙ୍କୁ ଆଣୁଥିବା ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ମେକ୍ସିକୋର ଦକ୍ଷିଣ ପ୍ରଶାନ୍ତ ମହାସାଗର ଉପକୂଳ ନିକଟରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ସୂଚନା ମୁତାବକ, ଶୁକ୍ରବାର ଏହି ଦୁର୍ଘଟଣା ଘଟିଛି। ମୃତ ୮ ଜଣ ପ୍ରବାସୀ ଏସିଆର ବୋଲି ଆଶଙ୍କା କରାଯାଇଛି। ମେକ୍ସିକୋର ଦକ୍ଷିଣ ରାଜ୍ୟ ଓକ୍ସାକା କର୍ତ୍ତୃପକ୍ଷ କହିଛନ୍ତି ଯେ ଦୁର୍ଘଟଣାରୁ ବଞ୍ଚିଥିବା ଜଣେ ଏସିୟ ଲୋକ ଅଛନ୍ତି। ସମସ୍ତ ମୃତଦେହ ପ୍ଲା ଭିସେଣ୍ଟେ ସହରର ଏକ ସମୁଦ୍ର କୂଳ ନିକଟରେ ମିଳିଥିଲା। ତେବେ କେଉଁ କାରଣରୁ ଡଙ୍ଗାଟି ଦୁର୍ଘଟଣାର ଶିକାର ହେଲା ସେ ନେଇଁ କିଛି ସୂଚନା ମିଳି ନାହିଁ। ଏହାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

କହିରଖୁ ଯେ, ମେକ୍ସିକୋର ଦକ୍ଷିଣ ପ୍ରଶାନ୍ତ ଉପକୂଳବର୍ତ୍ତୀ ଅଞ୍ଚଳଟି ପ୍ରବାସୀଙ୍କ ଲାଗି ମେକ୍ସିକୋ ପାର ହୋଇ ଆମେରିକା ସୀମାରେ ପହଞ୍ଚିବା ପାଇଁ ଏକ ପ୍ରମୁଖ ମାର୍ଗ ଅଟେ। ଅଧିକାଂଶ ପ୍ରବାସୀମାନେ ସ୍ଥଳଭାଗରେ ଯାତ୍ରା କରନ୍ତି, କିନ୍ତୁ କେତେକ ମେକ୍ସିକୋ ଭିତରେ ଥିବା ଇମିଗ୍ରେସନ ଚେକପଏଣ୍ଟକୁ ଏଡାଇବା ସମୁଦ୍ର ରାସ୍ତା ଦେଇ ଯିବାକୁ ବାଛିଥାନ୍ତି ଏବଂ ପରେ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି। ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଏପରି ଦୁର୍ଘଟଣା ଘଟିଛି ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। 

Advertisment
Migrants Boat Accident Mexico
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe