Advertisment

ବାର୍ ଭିତରେ ଆଖିବୁଜା ଗୁଳିମାଡ଼, ୧୦ ମୃତ

ଏଥିସହ ୫ ଜଣ ଗୁରୁତର ଅଛନ୍ତି।

author-image
Madhupriya Mistry
Open Firing at bar

Open Firing at bar

ବାର୍ ଭିତରେ ଫୁଟିଲା ଗୁଳି। ୨ ଜଣ ବନ୍ଧୁକଧାରୀ ବାର୍ ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମେକ୍ସିକୋର ଗୁଆନାଜୁଏଟୋରେ ଘଟିଛି ଏହି ଗୁଳିକାଣ୍ଡ।

Advertisment

ଗତ ରାତିରେ ଦୁଇ ବନ୍ଧୁକଧାରୀ ଏଠାକାର ଏଷ୍ଟାଡିଓ ବାର୍ ଉପରେ ଆକ୍ରମଣ କରିଥିଲେ। ସେମାନେ ବାର୍ ଭିତରେ ପଶି ଗ୍ରାହକ ଓ କର୍ମଚାରୀଙ୍କ ଉପରେ ଗୁଳିମାଡ କରିଥିଲେ। ଏଥିରେ ୭ ଜଣ ପୁରୁଷ ଓ ତିନି ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଏଥିସହ ୫ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ମେକ୍ସିକୋର ଗୁଆନାଜୁଏଟୋ ଏକ ସମୃଦ୍ଧ ଶିଳ୍ପାଞ୍ଚଳ। ଏହା ମେକ୍ସିକୋର ଲୋକପ୍ରିୟ ପର‌୍ୟ୍ୟଟନ ସ୍ଥଳୀ ମଧ୍ୟ। ତେବେ ବନ୍ଧୁକ ପ୍ରଥା ସଂସ୍କୃତି ଯୋଗୁ ଏହା ଦେଶର ରକ୍ତାକ୍ତ ରାଜ୍ୟରେ ପରିଣତ ହୋଇଛି। ଗତ ବର୍ଷ ମଧ୍ୟ ନଭେମ୍ବରରେ ଗୁଆନାଜୁଏଟୋରୁ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ଗୁଳିକାଣ୍ଡ ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ।

Advertisment
Firing Mexico