Advertisment

ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ! ମଧ୍ୟପ୍ରାଚ୍ୟରେ ଜାରି ହେଲା ହାଇଆଲର୍ଟ

ଜର୍ମାନୀ ଓ ରୁଷର ପଦକ୍ଷେପ ପରେ ଇସ୍ରାଏଲ ଉପରେ ଇରାନର ସମ୍ଭାବ୍ୟ ଆକ୍ରମଣ ଭୟ ଆହୁରି ଘନୀଭୂତ ହେବାରେ ଲାଗିଛି।

author-image
Hemant Lenka
Iran

Iran

ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଇରାନ। ଏହା ଦୃଷ୍ଟିରେ ରଖି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଜାରି ହୋଇଛି ହାଇଆଲର୍ଟ।

Advertisment

ଜର୍ମାନୀର ଲୁଫଥାନାସା ଏୟାରଲାଇନ୍ସ ଗୁରୁବାର ତେହରାନ ସହ ବିମାନ ସେବାକୁ ବାତିଲ କରି ଦେଇଛି। ସେହିପରି ରୁଷ ପକ୍ଷରୁ ନିଜ ଦେଶର ନାଗରିକଙ୍କୁ ମଧ୍ୟପ୍ରାଚ୍ୟ ଗସ୍ତରେ ନ ଯିବାକୁ ପରାମର୍ଶ ଦିଆଯାଇଛି। ଜର୍ମାନୀ ଓ ରୁଷର ଏପରି ପଦକ୍ଷେପ ପରେ ଇସ୍ରାଏଲ ଉପରେ ଇରାନର ସମ୍ଭାବ୍ୟ ଆକ୍ରମଣ ଭୟ ଆହୁରି ଘନୀଭୂତ ହେବାରେ ଲାଗିଛି।

ଏପ୍ରିଲ ୧ରେ ସିରିଆର ଡାମସକସରେ ଥିବା ଇରାନ ଦୂତାବସ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିବା ଅଭିଯୋଗ ହୋଇଛି। ଏଥିରେ ୨ ଜଣ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାର ପ୍ରତିଶୋଧ ନେବାକୁ ଇରାନ ଘୋଷଣା କରିବା ପରେ ମଧ୍ୟପ୍ରାଚ୍ୟର ଚିନ୍ତା ବଢ଼ିଛି।

Advertisment

ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନି ବୁଧବାର ଘୋଷଣା କରି ସାରିଛନ୍ତି ଯେ “ଇସ୍ରାଏଲ ଯେମିତି ହେଲେ ବି ଦଣ୍ଡ ପାଇବ।” ତେବେ ଏପ୍ରିଲ ୧ ଆକ୍ରମଣ ପଛରେ ଇସ୍ରାଏଲର ହାତ ପ୍ରକୃତରେ ରହିଛି କି ନାହିଁ, ସେକଥା ଦେଶ ପକ୍ଷରୁ ଏଯାଏ ସ୍ପଷ୍ଟ କରାଯାଇ ନାହିଁ।

ଗୁରୁବାର ଜର୍ମାନୀ ଏୟାରଲାଇନ୍ସ ଲୁଫଥାନାସା ଏପ୍ରିଲ ୧୩ ଯାଏ ତେହରାନରୁ ଓ ତେହରାନକୁ ଯାଉଥିବା ବିମାନର ଉଡ଼ାଣକୁ ବନ୍ଦ କରି ଦେଇଛି। ବିମାନ ଉଡ଼ାଣ ହେଲେ କ୍ରୁ ସଦସ୍ୟଙ୍କୁ ତେହରାନରେ ରାତି କାଟିବାକୁ ପଡ଼ିବ। ଏହା ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କାରେ ଲୁଫଥାନାସା ଏପରି ପଦକ୍ଷେପ ନେଇଛି।

ରୁଷ ପକ୍ଷରୁ ନିଜର ନାଗରିକଙ୍କୁ ମଧ୍ୟପ୍ରାଚ୍ୟ ବିଶେଷ କରି ଇସ୍ରାଏଲ, ଲେବାନନ ଓ ପାଲେଷ୍ଟାଇନକୁ ନ ଯିବାକୁ କୁହାଯାଇଛି। ସେହିପରି ଉକ୍ତ ଅଞ୍ଚଳରେ ଥିବା ରୁଷ ନାଗରିକଙ୍କୁ କ୍ରେମଲିନ ଅତ୍ୟନ୍ତ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛି।

ବର୍ତ୍ତମାନ ଗାଜାରେ ପାଲେଷ୍ଟାଇନ ସଂଗଠନ ହମାସ ସହ ଯୁଦ୍ଧ କରୁଥିବା ଇସ୍ରାଏଲ ସେନା ଇରାନର ସମ୍ଭାବ୍ୟ ଆକ୍ରମଣର ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଉଭୟ ଆକ୍ରମଣ ଓ ଡିଫେନ୍ସ ପାଇଁ ଆମେ ପ୍ରସ୍ତୁତ ଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି।

Israel Iran On War