Advertisment

ମଧ୍ୟପ୍ରାଚ୍ୟରେ ଘନେଇଲା ଯୁଦ୍ଧ, ସହାୟତା ପଠାଇଲା ଆମେରିକା

ଶନିବାର ଇରାନ୍‌ ଓ ଏହାର ସହଯୋଗୀ ଅତଙ୍କବାଦୀ ସଙ୍ଗଠନ ହମାସ ଏବଂ ହିଜବୁଲ୍ଲା ଇସ୍ରାଏଲ୍‌ ଉପରେ ଘନ ଘନ ରକେଟ୍‌ ମାଡ଼ କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Iran Attack on Israel

Iran Attack on Israel

ପ୍ରତିଶୋଧ ନିଆଁରେ ଜଳୁଛି ଇରାନ୍। ଇସ୍ରାଏଲ ଆକ୍ରମଣରେ ଗାଜାର ଶାସକ ତଥା ହମାସ୍‌ ମୁଖ୍ୟ ଇସ୍‌ମାଇଲ୍‌ ନିହତ ହେବା ପରେ ମଧ୍ୟପ୍ରାଚ୍ୟରେ ବଢ଼ିବାରେ ଲାଗିଛି ଉତ୍ତେଜନା। ଇରାନର ରିଭୋଲ୍ୟୁଶନାରୀ ଗାର୍ଡମାନେ ହାନିଆଙ୍କ ହତ୍ୟା ପାଇଁ କଠୋର ପ୍ରତିଶୋଧ ନେବାକୁ ଶପଥ ନେଇଛନ୍ତି। ତାଙ୍କ ମୃତ୍ୟୁ ପାଇଁ ଇସ୍ରାଏଲକୁ ଦାୟୀ କରିଛନ୍ତି। ଶନିବାର ଇରାନ୍‌ ଓ ଏହାର ସହଯୋଗୀ ଅତଙ୍କବାଦୀ ସଙ୍ଗଠନ ହମାସ ଏବଂ ହିଜବୁଲ୍ଲା ଇସ୍ରାଏଲ୍‌ ଉପରେ ଘନ ଘନ ରକେଟ୍‌ ମାଡ଼ କରିଛନ୍ତି। ଇସ୍ରାଏଲ୍‌ ଉପରେ ପ୍ରାୟ ୫୦ରୁ ଅଧିକ ରେକଡ୍‌ ମାଡ଼ ହୋଇଛି।

Advertisment

ଅନ୍ୟପକ୍ଷରେ ଲେବନାନ୍ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି। ହାନିଆଙ୍କ ହତ୍ୟା ପରେ ଇସ୍ରାଏଲ ହିଜବୁଲାର ସାମରିକ କମାଣ୍ଡର ଫୁଆଦ ଶୁକରଙ୍କୁ ମଧ୍ୟ ହତ୍ୟା କରିଛି। ଏହାଦ୍ୱାରା ଇସ୍ରାଏଲ ଏବଂ ଲେବନାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଦକ୍ଷିଣ ଲେବନାନରେ ଇସ୍ରାଏଲ ଆଟାକ୍‌ କରିଛି। ଏଥିରେ ହିଜବୁଲ୍ଲାର ଜଣେ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଛି। ତାଙ୍କ କାର୍‌କୁ ଟାର୍ଗେଟ୍‌ କରି ଏୟାର୍-ଟୁ-ଗ୍ରାଉଣ୍ଡରେ ମିସାଇଲ୍‌ରେ ଆକ୍ରମଣ କରାଯାଇଥିଲା।

ସେପଟେ ଇସ୍ରାଏଲ୍‌ ଏବଂ ଇରାନ ଯୁଦ୍ଧର ନିକଟତର ହେଉଥିବାବେଳେ ଆମେରିକା ସୈନ୍ୟବାହିନୀ ମଧ୍ୟପ୍ରାଚ୍ୟରେ ଅତିରିକ୍ତ ଯୁଦ୍ଧବିମାନ ଏବଂ ନୌସେନା ଯୁଦ୍ଧଜାହାଜ ମୁତୟନ କରିବାକୁ ଯାଉଛି। ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ୍‌ ମଧ୍ୟପ୍ରାଚ୍ୟ ଏବଂ ୟୁରୋପକୁ ଅତିରିକ୍ତ ଯୁଦ୍ଧଜାହାଜ ଏବଂ ଲଢ଼ୁଆ ବିମାନ ପଠାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଉକ୍ତ ଅଞ୍ଚଳରେ ଆମେରିକାର ପ୍ରତିରକ୍ଷା ସାମର୍ଥ୍ୟ ବଢ଼ାଇବା ସହ ଇସ୍ରାଏଲ୍‌ ସେନାକୁ ଅଧିକ ସହାୟତା ଯୋଗାଇଦେବା ନିମନ୍ତେ ଅଷ୍ଟିନ୍‌ ସେନାକୁ ନିର୍ଦ୍ଦେଶ ଦେଇଥିବା ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି।

Advertisment

ଏକ ରିପୋର୍ଟ ଅନୁଯାୟୀ, ଆମେରିକୀୟ ଯବାନଙ୍କ ସୁରକ୍ଷା ଓ ଇସ୍ରାଏଲର ସୁରକ୍ଷା ପାଇଁ ମଧ୍ୟପ୍ରାଚ୍ୟରେ ଆମେରିକା ଅତିରିକ୍ତ ଯୁଦ୍ଧ ଜାହାଜ ଓ ଲଢ଼ୁଆ ବିମାନ ମୁତୟନ କରିବା ଆରମ୍ଭ କରିସାରିଛି। ଅତିରିକ୍ତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା କ୍ଷମତା ସମ୍ପନ୍ନ କ୍ରୁଜର ଓ ଡେଷ୍ଟ୍ରୟରର ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ପେଣ୍ଟାଗନ୍ ଅଧିକାରୀମାନେ କହିଛନ୍ତି।

ରିପୋର୍ଟ ଅନୁଯାୟୀ, ଆମେରିକା ପ୍ରଶାସନ ନିଶ୍ଚିତ ଯେ ଇରାନ ଚଳିତ ସପ୍ତାହ ଶେଷ ସୁଦ୍ଧା ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଯାଉଛି। ଏପ୍ରିଲ ୧୩ରେ ସିରିଆରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ର ପ୍ରତିଶୋଧ ନେବା ପାଇଁ ହୋଇଥିବା ଆକ୍ରମଣ ତୁଳନାରେ ଏହି ଆକ୍ରମଣ ଅଧିକ ବ୍ୟାପକ ଓ ଭୟାନକ ହୋଇପାରେ ବୋଲି ଆମେରିକା ଆଶଙ୍କା କରୁଛି।

କହିରଖୁ ଯେ, ଇରାନ ରାଜଧାନୀ ତେହରାନ୍‌ରେ ବୁଧବାର ହମାସ୍‌ ନେତା ଇସ୍‌ମାଇଲ ହାନିଆଙ୍କୁ ହତ୍ୟା କରାଯାଇଥିଲା। ଏହାର ଦିନକ ପୂର୍ବରୁ ତେହରାନ ସମର୍ଥତ୍ତ ହିଜବୁଲ୍ଲା ସଂଗଠନର କମାଣ୍ଡର ଫୁଆଦ ଶୁକ୍‌ରଙ୍କୁ ଇସ୍ରାଏଲ୍‌ ହତ୍ୟା କରିଥିଲା। ଏହି ଆକ୍ରମଣରେ ଅନ୍ୟ ୫ ଜଣ ସାଧାରଣ ନାଗରିକ ନିହତ ହୋଇଥିଲେ। ତେଣୁ ଲେବାନନ୍‌ର ହିଜବୁଲ୍ଲା ଆତଙ୍କବାଦୀମାନେ ଇସ୍ରାଏଲ୍‌ରେ ପ୍ରବେଶ କରି ଆକ୍ରମଣ କରିବାକୁ ଇରାନ ଚାହୁଁଛି।

ୟେମେନ୍‌ର ଇରାନ ସମର୍ଥତ୍ତ ହୁତି ବିଦ୍ରୋହୀମାନେ ମଧ୍ୟ ଇସ୍‌ମାଇଲଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ସଂକଳ୍ପ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଁ ସେମାନେ ଇସ୍ରାଏଲ୍‌କୁ ଦାୟୀ କରିଛନ୍ତି। ଗତ ନଭେମ୍ବରରୁ ୟେମେନ୍‌ର ହୁତି ବିଦ୍ରୋହୀମାନେ ଇସ୍ରାଏଲ୍‌ ଓ ଏହାର ସହଯୋଗୀ ଦେଶର ଜାହାଜଗୁଡ଼ିକୁ କ୍ରମାଗତ ଆକ୍ରମଣ ଜାରି ରଖିଛି।

America Middle East Iran Israel War Hezbollah Strikes Israel