Advertisment

ଚୀନକୁ ଝଟ୍‌କା, ମାଇକ୍‌ ଓ୍ୱାଲ୍ଟ ଟ୍ରମ୍ପଙ୍କ ନୂଆ ଜାତୀୟ ସୁରକ୍ଷା ପରାମର୍ଶଦାତା

ମାଇକ୍ ଓ୍ୱାଲ୍ଟ ଚୀନ୍‌ର ଜଣେ ପ୍ରମୁଖ ସମାଲୋଚକ ଅଟନ୍ତି।

author-image
Madhupriya Mistry
Mike Waltz

Mike Waltz

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ​​ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ଆକ୍ସନ୍ ମୁଡରେ ଅଛନ୍ତି। ଚୀନ୍ ବିରୋଧରେ ତାଙ୍କ ରଣନୀତିକୁ ଆହୁରି ମଜବୁତ କରିବାକୁ ସେ ରିପବ୍ଲିକାନ୍ ପ୍ରତିନିଧୀ ମାଇକ୍ ୱାଲ୍ଟଙ୍କୁ ତାଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି।

Advertisment

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଏକ ଗୁରୁତ୍ୱପୂର୍ଣ୍ଣ ପଦ ଯାହାକି ରାଷ୍ଟ୍ରପତିଙ୍କୁ ସିଧାସଳଖ ପରାମର୍ଶ ଦେଇଥାଏ। ଏହି ପଦବୀ ସିନେଟ୍ ନିଶ୍ଚିତକରଣ ଆବଶ୍ୟକ କରେ ନାହିଁ, ତେଣୁ ଏହା ରାଷ୍ଟ୍ରପତିଙ୍କ ପସନ୍ଦ ଦ୍ୱାରା ସିଧାସଳଖ ପୂରଣ ହୋଇପାରିବ। ଏହି ପଦବୀରେ ଥିବାବେଳେ ୱାଲ୍ଟଙ୍କୁ ପ୍ରମୁଖ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଟ୍ରମ୍ପଙ୍କୁ ସୂଚନା ପ୍ରଦାନ କରିବା ଏବଂ ବିଭିନ୍ନ ସରକାରୀ ଏଜେନ୍ସି ସହ ସମନ୍ୱୟ ରକ୍ଷା କରିବାର ଦାୟିତ୍ୱ ରହିବ।

୫୦ ବର୍ଷିୟ ଅବସରପ୍ରାପ୍ତ କର୍ଣ୍ଣେଲ ମାଇକ ୱାଲ୍ଟ ସହ ଇଣ୍ଡିଆ କକ୍‌ସର ସହ-ଚେୟାରମ୍ୟାନ୍ ଅଟନ୍ତି। ସେ ଆମେରିକାର ସେନାର ଏକ ସ୍ୱତନ୍ତ୍ର ୟୁନିଟ୍ ଗ୍ରୀନ୍ ବେରେଟରେ କାମ କରିସାରିଛନ୍ତି। ସୂଚନାନୁସାରେ, ସେ ଚୀନ୍‌ର ଜଣେ ପ୍ରମୁଖ ସମାଲୋଚକ ଅଟନ୍ତି। ଏଭଳି ପରିସ୍ଥିତିରେ ଟ୍ରମ୍ପଙ୍କ ଏହି ପଦକ୍ଷେପ ଏହା ସଙ୍କେତ ଦେଉଛି ଯେ ସେ ଅଧିକ ଆକ୍ରମଣାତ୍ମକ ଭାବରେ ତାଙ୍କର ବୈଦେଶିକ ନୀତି ଆପଣାଇବାକୁ ପ୍ରସ୍ତୁତ ଅଛନ୍ତି।

Advertisment

ମାଇକ୍ ଓ୍ୱାଲ୍ଟ ୨୦୧୯ରୁ ଆମେରିକା ସଂସଦ (US House of Representatives) ର ସଦସ୍ୟ ଅଟନ୍ତି। ସେ ଟ୍ରମ୍ପଙ୍କ ଜଣେ ଦୃଢ଼ ସମର୍ଥକ ଏବଂ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଅଗ୍ରାହ୍ୟ କରିବା ପାଇଁ ତାଙ୍କର ଉଦ୍ୟମକୁ ମଧ୍ୟ ସମର୍ଥନ ଜଣାଇଥିଲେ। ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୈଦେଶିକ ନୀତିର ସର୍ବାଧିକ ସମାଲୋଚକମାନଙ୍କ ମଧ୍ୟରେ ମାଇକ୍‌ଙ୍କୁ ଗଣନା କରାଯାଏ।

୨୦୨୧ ମସିହାରେ ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାରକୁ ନେଇ ସେ ବାଇଡେନଙ୍କୁ ଘେରି ଥିଲେ। ୟୁକ୍ରେନକୁ ସମର୍ଥନ କରିବାକୁ ମଧ୍ୟ ସେ ହିଁ ଆହ୍ୱାନ ଦେଇଥିଲେ।

Donald Trump Nsa Mike Waltz National Security Advisor