Advertisment

ଭାରତ ଉପରେ ପରମାଣୁ ହମଲା କର, ଟ୍ରମ୍ପଙ୍କୁ ଖତମ କର: ମିନ୍ନେୟାପୋଲିସ ଶୁଟରର୍‌ ବନ୍ଧୁକରେ ସାଂଘାତିକ ବାର୍ତ୍ତା

ବନ୍ଧୁକରେ ଭାରତ ଉପରେ ପରମାଣୁ ହମଲା କରାଯାଉ ବୋଲି ଲେଖା ରହିଥିଲା। ଏହାବାଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କର ବୋଲି ବନ୍ଧୁକରେ ଲେଖାଯାଇଥିଲା।

author-image
Hemant Lenka
Robin

Robin

ସ୍କୁଲ ପିଲାମାନେ ଚର୍ଚ୍ଚରେ ପ୍ରାର୍ଥନା କରିବା ବେଳେ ସେମାନଙ୍କ ଉପରକୁ ଗୁଳି ମାଡ଼ କରିଥିବା ଆତତାୟୀ ପୂରା ବିଶ୍ୱକୁ ସାଂଘାତିକ ବାର୍ତ୍ତା ଦେଇଛି। ଆମେରିକାର ମିନ୍ନେୟାପୋଲିସରେ ବୁଧବାର ହୋଇଥିବା ଗୁଳିମାଡ଼ରେ ୨ ଜଣ ପିଲା ପ୍ରାଣ ହରାଇଥିବା ବେଳେ ଆତତାୟୀ ଜଣକ ନିଜ ଜୀବନ ନିଜେ ନେଇ ଯାଇଛି। ତେବେ ସେ ଆକ୍ରମଣ ପାଇଁ ବ୍ୟବହାର କରିଥିବା ବନ୍ଧୁକରେ ଭାରତ ବିରୋଧୀ ବାର୍ତ୍ତା ରହିଥିବା ଫଟୋ ସାମ୍ନାକୁ ଆସିଛି।

Advertisment

ବନ୍ଧୁକରେ ଭାରତ ଉପରେ ପରମାଣୁ ହମଲା କରାଯାଉ ବୋଲି ଲେଖା ରହିଥିଲା। ଏହାବାଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କର ବୋଲି ବନ୍ଧୁକରେ ଲେଖାଯାଇଥିଲା। ବିଭିନ୍ନ ୟୁଟ୍ୟୁବ ଚ୍ୟାନେଲରେ ଆକ୍ରମଣର ବ୍ୟବହୃତ ବନ୍ଧୁକର ଭିଡିଓ ପୋଷ୍ଟ କରାଯାଇଥିଲା। କିନ୍ତୁ ଏବେ ସେଗୁଡ଼ିକୁ ଡିଲିଟ କରି ଦିଆଯାଇଛି। ହେଲେ ଏହାର ସ୍କ୍ରିନଶଟ ଏବେ ବି ସୋଶାଲ ମିଡିଆରେ ରହିଛି।

ସ୍କୁଲ ପିଲାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିବା ୨୩ ବର୍ଷୀୟ ଶୁଟର ଜଣକ ହେଲା ରବିନ ୱେଷ୍ଟମାନ। ସେ ଆକ୍ରମଣରେ ଗୋଟିଏ ରାଇଫଲ, ଗୋଟିଏ ଶଟଗନ ଓ ଗୋଟିଏ ପିସ୍ତଲ ବ୍ୟବହାର କରିଥିଲା। ଆନ୍ନୁନସିଏସନ କ୍ୟାଥୋଲିକ ସ୍କୁଲରେ ଥିବା ଚର୍ଚ୍ଚରେ ପିଲାମାନେ ପ୍ରାର୍ଥନା କରୁଥିବା ବେଳେ ରବିନ ସେଠାରେ ପହଞ୍ଚି ୧୦ରୁ ଅଧିକ ରାଉଣ୍ଡ ଗୁଳି ଚଳାଇଥିଲା।

Advertisment

ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପାର୍କିଂ ଅଞ୍ଚଳରୁ ରବିନର ମୃତଦେହ ମିଳିଥିଲା। ସେ ନିଜକୁ ନିଜେ ଗୁଳି ମାରି ଜୀବନ ହାରିଥିବା ସୁରକ୍ଷା ଅଧିକାରୀମାନେ ଜାଣିବାକୁ ପାଇଛନ୍ତି।

ପ୍ରଶାସନ ପକ୍ଷରୁ ହଟାଯିବା ପୂର୍ବରୁ ରବିନ ଡବ୍ଲ୍ୟୁ ନାଁରେ ଥିବା ୟୁଟ୍ୟୁବ ଚ୍ୟାନେଲରେ ୨ଟି ଭିଡିଓ ପୋଷ୍ଟ ହୋଇଥିଲା। ଗୋଟିଏ ଭିଡିଓ ୧୦ ମିନଟର ହୋଇଥିବା ବେଳେ ଏହାକୁ ମୋବାଇଲ ଦ୍ୱାରା ରେକର୍ଡ କରାଯାଇଥିଲା। ଏଥିରେ ବିଭିନ୍ନ ପ୍ରକାରର ବନ୍ଧୁକ, ଗୁଳି ଓ ଲୋଡେଡ ମାଗାଜିନକୁ ପ୍ରଦର୍ଶିତ କରାଯାଇଛି। ମାଗାଜିନରେ ‘କିଲ ଡୋନାଲ୍ଡ ଟ୍ରମ୍ପ, କିଲ ଟ୍ରମ୍ପ ନାଓ, ଇସ୍ରାଏଲ ମଷ୍ଟ ଫଲ ଓ ବର୍ଣ୍ଣ ଇସ୍ରାଏଲ ଭଳି ବାର୍ତ୍ତା ଲେଖାଯାଇଥିଲା। ଗୋଟିଏ ବନ୍ଧୁକରେ ‘ନ୍ୟୁକ ଇଣ୍ଡିଆ’ ମଧ୍ୟ ଲେଖାଯାଇଛି।

‘ଭଗବାନ କେଉଁଠି? ଓ ଏହା ପିଲାଙ୍କ ପାଇଁ’ ମଧ୍ୟ ବନ୍ଧୁକରେ ଲେଖାଯାଇଥିବା ୟୁଟ୍ୟୁବରେ ପୋଷ୍ଟ ଭିଡିଓରେ ଦେଖିବାକୁ ମିଳିଥିଲା। ଭିଡିଓରେ ଆକ୍ରମଣକାରୀର ପରିବାର ଲୋକଙ୍କ ଉଦ୍ଦେଶ୍ୟରେ କ୍ଷମା ପ୍ରାର୍ଥନା କରାଯାଇଥିଲା।

ଦ୍ୱିତୀୟ ଭିଡିଓଟି ୨୦ ମିନିଟ ଲମ୍ବା। ଏଥିରେ ଦୁଇଟି ଭିନ୍ନ ଜର୍ଣ୍ଣାଲ ରହିଛି। ପ୍ରଥମ ଜର୍ଣ୍ଣାଲଟି ୧୫୦ ପୃଷ୍ଠାର ହୋଇଥିବା ବେଳେ ଦ୍ୱିତୀୟ ଟି ୬୦ ପୃଷ୍ଠାର। ଆମେରିକା ହୋମଲାଣ୍ଡ ସଚିବ କ୍ରିଷ୍ଟି ନୋଇମ ଘଟଣାକୁ ନିଶ୍ଚିତ କରିବା ସହ ବନ୍ଧୁକ ଓ ମାଗାଜିନରେ ଥିବା ଲେଖାରେ ସତ୍ୟତା ଥିବା କହିଛନ୍ତି। ଏଥିସହ ଘଟଣାର ତଦନ୍ତ ଚାଲିଥିବା ସେ ସୂଚନା ଦେଇଛନ୍ତି।

USA Shooting