Advertisment

ଘୋଡ଼ା ପିଠିରୁ ପଡ଼ି ଚାଲିଗଲା ଅଷ୍ଟ୍ରେଲିଆ ସୁନ୍ଦରୀଙ୍କ ଜୀବନ

ଘୋଡ଼ାଙ୍କ ପ୍ରତି ନିଜ ଭଲ ପାଇବା ବ୍ୟକ୍ତ କରି ଦିନେ ଏପରି କହିଥିବା ଅଷ୍ଟ୍ରେଲିଆ ସୁନ୍ଦରୀଙ୍କର ଶେଷରେ ଘୋଡ଼ାରୁ ପଡ଼ି ଜୀବନ ଗଲା।

Sienna Weird

Sienna Weird

Advertisment

‘ଘୋଡ଼ା ଚଢ଼ିବାକୁ ମୁଁ ପାଗଳ ପରି ଭଲ ପାଏ। ମୋ’ର ଏଥିପ୍ରତି ଦୁର୍ବଳତା କେବେଠୁ ସୃଷ୍ଟି ହୋଇଛି ସେ କଥା ମୁଁ ନିଜେ ବି ଜାଣିନି। ହେଲେ ଘୋଡ଼ା ଚଢ଼ିବା ବିନା ମୋ ଜୀବନର ପରିକଳ୍ପନା କରିବା ଅସମ୍ଭବ ।’ ଘୋଡ଼ାଙ୍କ ପ୍ରତି ନିଜ ଭଲ ପାଇବା ବ୍ୟକ୍ତ କରି ଦିନେ ଏପରି କହିଥିବା ଅଷ୍ଟ୍ରେଲିଆ ସୁନ୍ଦରୀଙ୍କର ଶେଷରେ ଘୋଡ଼ାରୁ ପଡ଼ି ଜୀବନ ଗଲା। ମାତ୍ର ୨୩ ବର୍ଷ ବୟସରେ ଅଷ୍ଟ୍ରେଲିଆ ବିୟୁଟି ସିଆନା ୱେରଙ୍କର ଅକାଳ ମୃତ୍ୟୁ ହୋଇଥିବା ବେଳେ ଏହାକୁ ସହଜେ ତାଙ୍କ ଫ୍ୟାନ୍ସ ଗ୍ରହଣ କରି ପାରି ନାହାନ୍ତି।

Advertisment

ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ତରଫରୁ ପ୍ରତିନିଧୀତ୍ୱ କରିଥିବା ସିଆନା ୱେର ଗତ ୪ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଷ୍ଟ୍ରେଲିଆର ଜଣେ ଫଟୋଗ୍ରାଫର ସିଆନାଙ୍କ ମୃତ୍ୟୁ ସମ୍ପର୍କରେ ଟ୍ୱିଟ କରିଛନ୍ତି।

ଗତ ଏପ୍ରିଲ ୨ ତାରିଖରେ ସିଆନା ଘୋଡ଼ା ଚଢ଼ିବା ନିମନ୍ତେ ୱିଣ୍ଡସରସ୍ଥିତ ପୋଲୋ ଗ୍ରାଉଣ୍ଡକୁ ଯାଇଥିଲେ। ସେଠାରେ ସେ ଚଢ଼ିଥିବା ଘୋଡ଼ାଟି ଦ୍ରୁତ ଗତିରେ ଦୌଡ଼ିବାରୁ ନିୟନ୍ତ୍ରଣ ହରାଇ ତଳେ ପଡ଼ି ଯାଇଥିଲେ ସିଆନା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତୁରନ୍ତ ତାଙ୍କୁ ୱେଷ୍ଟମିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାୟ ମାସେ ସମୟ ଲାଇଫ ସପୋର୍ଟ ସିଷ୍ଟମରେ ରହିବା ପରେ ଗତ ୪ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ସିଆନା ଘୋଡ଼ା ଚଢ଼ାକୁ ଖୁବ ଭଲ ପାଉଥିବା ବେଳେ ଏଥିନିମନ୍ତେ ସେ ଖୁବ୍‌ କମ୍‌ ବୟସରୁ ପ୍ରଶିକ୍ଷଣ ବି ନେଉଥିଲେ। ଏହାସତ୍ତ୍ୱେ ଘୋଡ଼ା ପିଠିରୁ ଖସି ତାଙ୍କ ଜୀବନ ଯିବା ଘଟଣାକୁ ତାଙ୍କ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଝିଅର ଅକାଳ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ବହୁ ଲୋକ ଟ୍ୱିଟ କରି ସାନ୍ତ୍ୱନା ଦେଉଛନ୍ତି।

Beauty Pageant Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe