ସାକେତ (ଫାଇଲ ଫଟୋ)
ଫେବୃଆରୀ ୯ରୁ ନିଖୋଜ ଥିବା ୨୨ ବର୍ଷୀୟ ଭାରତୀୟ ଛାତ୍ର(Indian student) ସାକେତ ଏସଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ବେରକେଲେୟରେ ଥିବା କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ସାକେତ ପଢ଼ୁଥିଲେ। ନିଖୋଜର ୬ ଦିନ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ମିସନ ପକ୍ଷରୁ ଅବଗତ କରାଯାଇଛି।
ମିସନ ପକ୍ଷରୁ ଏକ୍ସରେ କୁହାଯାଇଛି ଯେ ସ୍ଥାନୀୟ ପୁଲିସ୍ ନିଖୋଜ ଭାରତୀୟ ଛାତ୍ର ସାକେତ ଏସ୍ଙ୍କ ମୃତଦେକୁ ଠାବ କରିଥିବା ନିଶ୍ଚିତ କରିଛି। ଏପରି ଏକ ଘଡ଼ିଷନ୍ଧି ମୁହୂର୍ତ୍ତରେ ଆମେ ତାଙ୍କ ପରିବାର ଓ ପ୍ରିୟଜନକଙ୍କୁ ସମବେଦନା ଜଣାଉଛୁ। ମିସନ ପକ୍ଷରୁ ସାକେତଙ୍କ ପରିବାର ବର୍ଗଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ।
ସ୍ଥାନୀୟ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ଯଥାଶୀଘ୍ର ପାର୍ଥିବ ଶରୀରକୁ ଭାରତ ପଠାଇବାକୁ ବ୍ୟବସ୍ଥା ହେବ। ଆମ ଅଧିକାରୀମାନେ ସିଧାସଳଖ ସାକେତଙ୍କ ପରିବାର ଲୋକଙ୍କ ଯୋଗାଯୋଗରେ ରହିଥିବା ମିସନ ପକ୍ଷରୁ କୁହାଯାଇଛି।
ଫେବୃଆରୀ ୯ରେ ନିଖୋଜ ହେବା ପୂର୍ବର ସାକେତଙ୍କୁ ଶେଷ ଥର ବେରକେଲେୟର ଅଞ୍ଜା ହ୍ରଦ ନିକଟରେ ଦେଖିବାକୁ ମିଳିଥିଲା। ସେହିପରି ତାଙ୍କ ବ୍ୟାଗକୁ ନିକଟସ୍ଥ ଅଞ୍ଚଳରୁ ଠାବ କରାଯାଇଥିଲା। ଏଥିରେ ସାକେତଙ୍କ ଲ୍ୟାପଟପ ଓ ପାସପୋର୍ଟ ରହିଥିଲା। ହେଲେ ସାକେତଙ୍କ ଖୋଜ ଖବର ମିଳି ନଥିଲା। ୬ ଦିନର ଖୋଜାଖୋଜି ପରେ ସାକେତଙ୍କ ମୃତଦେହକୁ ପୁଲିସ୍ କାଲିଫର୍ଣ୍ଣିଆରୁ ଉଦ୍ଧାର କରିଛି।
କର୍ଣ୍ଣାଟକାର ମୂଳବାସିନ୍ଦା ସାକେତ ଆଇଆଇଟି ମାଡ୍ରାସରୁ କେମିକାଲ ଇଞ୍ଜିନିୟରିଂରେ ବିଟେକ ଡିଗ୍ରୀ ହାସଲ କରିଥିଲେ। ୨୦୨୫ରେ ଗୋଟିଏ ପ୍ରଖ୍ୟାତ କଲେଜରୁ ସେ ଗ୍ରାଜ୍ୟୁଏଟ ହୋଇଥିଲେ। UC Berkeleyରେ ସେ କେମିକାଲ ଓ ବାଓମୋଲେକୁଲାର ଇଞ୍ଜିନିୟରିଂରେ ମାଷ୍ଟର୍ସ କରୁଥିଲେ।
ସାକେତ ନିଖୋଜ ହେବା ପରେ ତାଙ୍କ ରୁମମେଟ ବନୀତ ସିଂହ ସୋଶାଲ ମିଡିଆରେ ସହାୟତା ଲୋଡ଼ିଥିଲେ। ସାକେତଙ୍କ ପତ୍ତା ମିଳୁ ନଥିବା ସେ କହିବା ପରେ ପୁଲିସ୍ ଆକ୍ସନ ମୋଡକୁ ଆସିଥିଲା। ବନୀତ ମଧ୍ୟ ପୁଲିସର ଦ୍ୱାରସ୍ଥ ହେବା ସହ ସମସ୍ତଙ୍କୁ ନିଜ ସାଙ୍ଗ ସାକେତଙ୍କୁ ଖୋଜି ଆଣିବାକୁ ଅନୁରୋଧ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/15/saket-2026-02-15-14-00-38.jpg)