Advertisment

ନିଖୋଜ ବିମାନ ଦୁର୍ଘଟଣାଗ୍ରସ୍ତ, ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ମୃତ

ଦୁର୍ଘଟଣା ଯୋଗୁ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି।

Flight

Flight

Advertisment

ଉଡ଼ାଣ ପରେ ନିଖୋଜ ହୋଇଯାଇଥିବା ରୁଷର ଗୋଟିଏ ଯାତ୍ରୀବାହୀ ବିମାନ କ୍ରାଶ ହୋଇଯାଇଛି। ଏଥିରେ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୫୦ ଜଣ ଲୋକ ରହିଥିଲେ। ଦୁର୍ଘଟଣା ଯୋଗୁ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ବିମାନଟି ରୁଷର ପୂର୍ବ ପ୍ରାନ୍ତରୁ ଅନେକ ଦୂର ଚାଇନା ସୀମାନ୍ତରେ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଜଳି ଯାଇଥିବା ନ୍ୟୁଜ ଏଜେନ୍ସି ରୟଟର୍ସ ପକ୍ଷରୁ ରିପୋର୍ଟ ପ୍ରକାଶ କରାଯାଇଛି।

Advertisment

ବିମାନଟି ମଝି ଆକାଶରେ ଥିବା ବେଳେ ଏୟାର ଟ୍ରାଫିକ କଣ୍ଟ୍ରୋଲର୍ସ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା। ଏହାପରେ ସ୍ୱତନ୍ତ୍ର ଟିମ ଏହାକୁ ଠାବ କରିବାକୁ ବାହାରି ଯାଇଥିଲେ। ଏବେ ଉଦ୍ଧାରକାରୀ ଟିମ ବିମାନର ମୁଖ୍ୟ ଭାଗର ପୋଡ଼ା ଅଂଶକୁ ଠାବ କରିଛନ୍ତି। ବିମାନଟି କ୍ରାଶ ହେବା ପରେ ଜଳି ଯାଇଥିବା ସେମାନେ ଆକଳନ କରିଛନ୍ତି। ତେଣୁ ଏଥିରେ ଥିବା ସମସ୍ତ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଆଶଙ୍କା କରାଯାଉଛି।

ସ୍ଥାନୀୟ ଏମର୍ଜେନ୍ସି ମନ୍ତ୍ରଣାଳୟ କହିଛି ଯେ ସିବେରିଆ ଭିତ୍ତିକ ଅଙ୍ଗାରା ଏୟାରଲାଇନ୍ସ ପକ୍ଷରୁ ସେବା ଯୋଗାଉଥିବା ଏଲନ-୨୪ ବିମାନ ନିଜର ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବେଳେ ଅମୌର ରିଜନର ଟୟଣ୍ଡା ସହର ନିକଟରେ ହଠାତ୍‌ ରାଡାରରୁ ବାହାରି ଯାଇଥିଲା।

Advertisment

ବିମାନଟି ରାଡାରରୁ ବାହାରି ଯିବାରୁ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ପ୍ରଥମେ ବିମାନଟି ଟୟଣ୍ଡା ଏୟାରପୋର୍ଟରେ ଅବତରଣ କରିବାକୁ ଚେଷ୍ଟା କରିଥିଲା। ହେଲେ ଏହା ସଫଳ ହୋଇ ନଥିଲା। ଦ୍ୱିତୀୟ ଥର ପାଇଁ ଲ୍ୟାଣ୍ଡିଂ ପ୍ରୟାସ ବେଳେ ଏହାସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ରିଜନାଲ ଗଭର୍ଣ୍ଣର ଭାସିଲ ଓରଲୋଭ କହିଛନ୍ତି, ପ୍ରାଥମିକ ତଥ୍ୟ ଅନୁସାରେ ୫ ଜଣ ଛୋଟ ପିଲାଙ୍କ ସହ ବିମାନରେ ୪୩ ଜଣ ଯାତ୍ରୀ ଓ ୭ ଜଣ କ୍ରୁ ସଦସ୍ୟ ରହିଥିଲେ। ନିଖୋଜ ପରେ ବିମାନକୁ ଠାବ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ଏବେ ବିମାନଟି କ୍ରାଶ ହୋଇଯାଇଥିବା ଆଶଙ୍କା କରାଯାଉଛି।

Russia Plane Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe