Advertisment

ବୁଡ଼ା ଜାହାଜ ନିଖୋଜ; ବଞ୍ଚିବାକୁ ଆଉ ୬ ଘଣ୍ଟାର ସମୟ

ଆମେରିକାର କୋଷ୍ଟଗାର୍ଡ ଅନୁଯାୟୀ, ନିଖୋଜ ହୋଇଥିବା ବୁଡ଼ା ଜାହାଜରେ ଥିବା ଯାତ୍ରୀଙ୍କ ପାଖରେ ମାତ୍ର କିଛି ଘଣ୍ଟାର ଅମ୍ଳଜାନ ବାକି ଅଛି, ଏହି କାରଣରୁ ଉଦ୍ଧାରକାରୀମାନେ ଦିନରାତି କାମ କରୁଛନ୍ତି।

author-image
Manoj Swain
ଅଦ୍ୟତନ ହୋଇଛି
missing Titanic sub

missing Titanic sub

ବିଶ୍ୱର ସବୁଠାରୁ ଚର୍ଚ୍ଚିତ ଜାହାଜ ଟାଇଟନିକ ଜାହାଜର ଧ୍ୱଂସାବଶେଷ ଦେଖାଇବା ପାଇଁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୁଡ଼ା ଜାହାଜ ନିଖୋଜ ହୋଇଯାଇଛି। ଆଟଲାଣ୍ଟିକ ସମୁଦ୍ରରେ ବୁଡିଯାଇଥିବା ଟାଇଟାନିକ ଜାହାଜର ଭଗ୍ନାବଶେଷକୁ ଦେଖିବାକୁ ଯାଇଥିଲେ ପର୍ୟ୍ୟଟକ, ହେଲେ ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳିପାରୁ ନାହିଁ।

Advertisment

ଗତ ରବିବାର ଦିନ ଟାଇଟାନିକର ଧ୍ୱଂସାବଶେଷ ଦେଖାଇବା ପାଇଁ ଯାଉଥିବାବେଳେ ଏହି ବୁଡ଼ାଜାହାଜ ନିଖୋଜ ହୋଇଯାଇଥିଲା। ତେବେ ବଞ୍ଚିବାକୁ ଆଉ କିଛି ଘଣ୍ଟାର ଅମ୍ଳଜାନ ବାକିଥିବାବେଳେ ଆମେରିକାର କୋଷ୍ଟଗାର୍ଡ, କାନାଡାର ନେଭି ଫୋର୍ସ ସହ ବେସରକାରୀ ଏଜେନ୍ସି ମଧ୍ୟ ଏହି ବୁଡା ଜାହାଜକୁ ଖୋଜିବା କାମରେ ନିୟୋଜିତ ହୋଇଛନ୍ତି। ଏଥି ସହିତ ଜାହାଜରେ ଥିବା ପାଞ୍ଚ ଜଣଙ୍କ ପାଇଁ ଅମ୍ଳଜାନ ଅଉ ମାତ୍ର ୬ ଘଣ୍ଟା ବାକି ଅଛି।

ଆମେରିକାର କୋଷ୍ଟଗାର୍ଡ ଅନୁଯାୟୀ, ନିଖୋଜ ହୋଇଥିବା ବୁଡ଼ା ଜାହାଜରେ ଥିବା ଯାତ୍ରୀଙ୍କ ପାଖରେ ମାତ୍ର କିଛି ଘଣ୍ଟା ଅମ୍ଳଜାନ ବାକି ଅଛି, ଏହି କାରଣରୁ ଉଦ୍ଧାରକାରୀମାନେ ଦିନରାତି କାମ କରୁଛନ୍ତି। 

Advertisment

ସୂଚନା ଅନୁଯାଇ ନିଖୋଜ ହୋଇଥିବା ବୁଡ଼ା ଜାହାଜରେ ପାକିସ୍ତାନୀ ଆରବପତି ଶାହାଜାଦ ଦାଉଦ ଓ ତାଙ୍କ ପୁଅ ସୁଲେମାନଙ୍କ ସହ ବ୍ରିଟିଶ ବ୍ୟବସାୟୀ ହମିଶା ହାଡିଂ, ଓସେନଗେଟ୍ କମ୍ପାନୀର ସିଇଓ ତଥା ବୁଡ଼ା ଜାହାଜ ମାଲିକ ଷ୍ଟକଟନ୍ ରଷ, ଏବଂ ଫରାସୀ ଅନୁସନ୍ଧାନକାରୀ ପଲ ହେନେରୀ ନାରଗୋଲେଟ ସାମିଲ ଥିଲେ। ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ଏହି ବୁଡା ଜାହାଜରେ ଯାତ୍ରା କରିବା ପାଇଁ ପ୍ରତି ପର୍ଯ୍ୟଟକଙ୍କ ନିକଟରୁ ୨.୨୮ କୋଟି ଟଙ୍କା ଭଡା ନେଇଛି ଓସେନଗେଟ୍ କମ୍ପାନୀ। ଏହି ଯାତ୍ରା ନ୍ୟୁଫାଉଣ୍ଡଲ୍ୟାଣ୍ଡର ସେଣ୍ଟ ଜୋନ୍ ଠାରୁ ଆରମ୍ଭ ହୋଇଥିଲା।

Titanic