Advertisment

ସୁନକ, ମାକ୍ରନ ଓ ଜେଲେନସ୍କିଙ୍କ ସହ ମୋଦିଙ୍କ ଦ୍ୱିପାକ୍ଷିକ ଆଲୋଚନା

ଜେଲେନସ୍କିଙ୍କ ପରେ ମୋଦି ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ଓ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି।

PM Modi

PM Modi

Advertisment

ଜି-୭ ସମ୍ମିଳନୀ ପାଇଁ ଇଟାଲୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ବ୍ରିଟିଶ ପ୍ରତିପକ୍ଷ ଋଷି ସୁନକଙ୍କୁ ଭେଟିଛନ୍ତି। ସେହିପରି ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନ ଓ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କିଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି।

Advertisment

ଏହି ୩ ଦେଶର ମୁଖ୍ୟଙ୍କ ସହ ମୋଦି ହାତ ମିଳାଇବା ସହ ସେମାନଙ୍କୁ ଆଲିଙ୍ଗନ କରିଛନ୍ତି। ଏହାବାଦ ୩ ଦେଶ ସହ ମୋଦି ଦ୍ୱିପାକ୍ଷିକ ଆଲୋଚନା କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

Advertisment

ଜେଲେନସ୍କିଙ୍କ ସହ ଆଲୋଚନା କରିବା ବେଳେ ମୋଦି ତାଙ୍କ ଠାରୁ ରୁଷ ସହ ଚାଲିଥିବା ଯୁଦ୍ଧ ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିସହ ଯୁଦ୍ଧ ରୋକିବା ଓ ଯୁଦ୍ଧ ସମୟରେ ୟୁକ୍ରେନକୁ ଭାରତ ପଠାଇଥିବା ମାନବୀୟ ସହାୟତା ସମ୍ପର୍କରେ ସେ ମଧ୍ୟ ଜେଲେନସ୍କିଙ୍କୁ ଅବଗତ କରାଇଛନ୍ତି। ଦୁଇ ନେତା କିଛି ସମୟ କଥାବର୍ତ୍ତା କରିବା ପରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।

ବୈଠକ ପରେ ମୋଦି କହିଛନ୍ତି, ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କିଙ୍କ ସହ ଫଳପ୍ରଦ ବୈଠକ ହୋଇଛି। ୟୁକ୍ରେନ ସହ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ। ବର୍ତ୍ତମାନ ଜାରି ରହିଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ଭାରତ ପୁଣିଥରେ ଗୋଟିଏ ମାନବୀୟ ଆଭିମୁଖ୍ୟ ଓ ଆଲୋଚନା ଦ୍ୱାରା ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱାନ ଦେଉଛି। କୂଟନୀତିକ ଆଲୋଚନା ଦ୍ୱାରା ବିବାଦ ସମାଧାନ ସମ୍ଭବ ବୋଲି ମୋଦି କହିଛନ୍ତି।

ଜେଲେନସ୍କିଙ୍କ ପରେ ମୋଦି ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ଓ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି।

PM Modi Rishi Sunak Volodymyr Zelenskyy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe