Advertisment

କିଏ ହେବେ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ଆଗରେ ମହମ୍ମଦ ୟୁନୁସ

ରେସ୍‌ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିୟା ଓ ତାଙ୍କ ବଡ଼ ପୁଅ ତାରିକ୍ ରେହମାନଙ୍କ ନାଁ ମଧ୍ୟ ଅଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
mohammad-yunus

mohammad-yunus

କିଏ ହେବେ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ବାଂଲାଦେଶ ହିଂସା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡି ଦେଇଛନ୍ତି। ଏବେ ପ୍ରଶ୍ନ ହେଉଛି ହାସିନାଙ୍କ ପରେ ଦେଶର ପ୍ରଧାନମନ୍ତ୍ରୀ କିଏ ହେବେ। ଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ଦାୟିତ୍ୱ କିଏ ନେବ। କାହା ହାତରେ ନ୍ୟସ୍ତ ହେବ ଦେଶର ଶାସନ ଭାର। ଏମିତି କିଛି ପ୍ରଶ୍ନ ଏବେ ଉଙ୍କି ମାରୁଥିବା ବେଳେ ସାମ୍ନାକୁ ଆସୁଛି ଅନେକ ନେତାଙ୍କ ନାଁ।

Advertisment

ନୋବେଲ ବିଜେତା ମହମ୍ମଦ ୟୁନୁସ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ତାଙ୍କ ନାଁ ସବୁଠୁ ଆଗରେ ରହିଛି। ମଧ୍ୟବର୍ତ୍ତିକାଳୀନ ସରକାର ନେତୃତ୍ୱ ନେବାକୁ ପ୍ରସ୍ତାବ ଦେଇଛନ୍ତି ସରକାର ବିରୋଧୀ ଛାତ୍ର ସଂଗଠନର ନେତା। ତାଙ୍କୁ ପ୍ରଧାନମନ୍ତ୍ରୀ କରବାକୁ ଛାତ୍ର ସଙ୍ଗଠନ ଦାବି କରୁଛି।

ସେପଟେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିୟାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି। ହାସିନା ଦେଶ ଛାଡ଼ିବା ପରେ ଖାଲେଦା ଜିୟାଙ୍କୁ ଜେଲରୁ ମୁକ୍ତି ଆଦେଶ ଦେଇଛନ୍ତି ରାଷ୍ଟ୍ରପତି। ୧୯୯୧ରେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ ଖାଲେଦା। ୨୦୧୮ରେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଜେଲ୍ ଦଣ୍ଡାଦେଶ ଦିଆଯାଇଥିଲା। ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇଥିଲେ ଖାଲେଦା ଜିୟା।

Advertisment

ତାଙ୍କ ବ୍ୟତୀତ ଏହି ରେସ୍‌ରେ ଅଛନ୍ତି ଶଫିକୁର ରେହମାନ। ବର୍ତ୍ତମାନ ସେ ବାଂଲାଦେଶ ଜମାତ-ଏ-ଇସଲାମି ମୁଖ୍ୟ ଅଛନ୍ତି। ଆଉ ଜଣେ ଦାବିଦାର ହେଉଛନ୍ତି ଜିଏମ୍ କାଦର। ବର୍ତ୍ତମାନ ସେ ବାଂଲାଦେଶ ସଂସଦରେ ବିରୋଧୀ ଦଳ ନେତା ଅଛନ୍ତି। ପୂର୍ବରୁ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବାଣିଜ୍ୟ, ବେସାମରିକ ବିମାନ ଚଳାଚଳ ଓ ପର୍ଯ୍ୟଟନ ମନ୍ତ୍ରୀ ଥିଲେ।

ଏମାନଙ୍କ ସହ ଚର୍ଚ୍ଚାରେ ଅଛନ୍ତି ଖାଲେଦା ଜିୟାଙ୍କ ବଡ଼ ପୁଅ ତାରିକ୍ ରେହମାନ। ସେ ବର୍ତ୍ତମାନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି। ସେହିପରି ଶେଖ ହସିନାଙ୍କ ବଡ଼ ପୁଅ ସଜିବ ୱାଜେଦଙ୍କ ନାଁକୁ ନେଇ ବି କଳ୍ପନାଜଳ୍ପନା ହେଉଛି। ସେ ବିଦେଶରୁ ତାଙ୍କ ପ୍ରଶାସନକୁ ସମର୍ଥନ କରନ୍ତି। ଜଣେ ଡିଜିଟାଲ ପରାମର୍ଶଦାତା ଭାବରେ ସେ ଦେଶରେ ଇଣ୍ଟରନେଟ ସେବାକୁ ଆଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Bangladesh Violence Bangladesh PM Mohammad Yunus