Advertisment

ମସ୍କୋ ବିସ୍ଫୋରଣ ଘଟଣା: ମୃତ୍ୟୁସଂଖ୍ୟା ୧୧୫କୁ ବୃଦ୍ଧି, ୧୧ ସନ୍ଦିଗ୍ଧ ଗିରଫ

ହମଲାରେ ଆତଙ୍କବାଦୀ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି।

author-image
Debibandita Barick
ଅଦ୍ୟତନ ହୋଇଛି
File Photo

File Photo

ରୁଷର ରାଜଧାନୀ ମସ୍କୋ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି। ସଦ୍ୟତମ ରିପୋର୍ଟ ଅନୁସାରେ ମୃତକଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଛି। ଏହି ଘଟଣାରେ ପୁଲିସ ଆଜି ୪ ଜଣ ଆତଙ୍କବାଦୀଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି। ଏହି ଆକ୍ରମଣ ପାଇଁ ଇସ୍‌ଲାମିକ ଷ୍ଟେଟ୍‌ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି।

Advertisment

ଗତକାଲି ରାତିରେ ମସ୍କୋ ସ୍ଥିତ କ୍ରକୋସ୍‌ ସିଟି ହଲ୍‌ ନିକଟରେ ରୁଷର ପ୍ରମୁଖ ରକ୍ ବ୍ୟାଣ୍ଡ ପିକନିକ୍ ପକ୍ଷରୁ ଏକ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ୬ ହଜାରରୁ ଅଧିକ ଦର୍ଶକ ସେଠାରେ ଉପସ୍ଥିତ ଥିଲେ। ହଠାତ୍ ଜନ ଗହଳି ସ୍ଥାନ ଉପରକୁ ଆଖି ବୁଜା ଗୁଳି ଚଳାନା କରିବା ସହ  ବିସ୍ଫୋରଣ କରିଥିଲେ ଦୁର୍ବୃତ୍ତ। 

ବିସ୍ଫୋରଣ ଯୋଗୁ କନସର୍ଟ ହଲରେ ନିଆଁ ଲାଗିଯାଇଥିଲା। ଏଥିରେ ୧୧୫ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବାର ଆଶଙ୍କା କରାଯାଉଛି।

Advertisment

ମସ୍କୋର ଉତ୍ତର-ପଶ୍ଚିମ କ୍ରସନଗୋରସ୍କ ସହରରେ ଥିବା କ୍ରୋକସ ସିଟି ହଲରେ ଏହି ଗୁଳିମାଡ ହୋଇଥିଲା। ୪ ଜଣ ଆତଙ୍କବାଦୀ ସେନା ପୋଷାକରେ ସେଠାରେ ପହଞ୍ଚି ଏଭଳି କାଣ୍ଡ ଭିଆଇଥିବା ଋଷର ଫେଡେରାଲ ସିକ୍ୟୁରିଟି ସର୍ଭିସ କହିଥିଲା।

ଆତତାୟୀଙ୍କ ସମ୍ପର୍କରେ ଏଯାଏ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଏହା ଆତଙ୍କୀ ହମଲା ହୋଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ  ଆତଙ୍କବାଦୀ ସଂଗଠନ ଆଇଏସ୍ ଏହି ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିଥିବା କୁହାଯାଉଛି। 

Russia Moscow Attack Russia Terror Tttack