Advertisment

ଆଗ୍ନେୟ ଉଦ୍‌ଗୀରଣ, ୧୧ ପର୍ବତାରୋହୀ ମୃତ

ଅନେକ ପର୍ବତାରୋହୀ ନିଖୋଜ ଅଛନ୍ତି। ଚାରିଆଡେ ପାଉଁଶ ଉଡୁଥିବାରୁ ଲୋକଙ୍କୁ ଚଷମା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

indonesia-volcano

indonesia-volcano

Advertisment

ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପିରେ ଆଗ୍ନେୟ ଉଦ୍‌ଗୀରଣ ହୋଇଛି। ଏଥିରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଅନେକ ପର୍ବତାରୋହୀ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜାଖୋଜି କରାଯାଉଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।

Advertisment

ସୂଚନା ଅନୁଯାୟୀ, ଆଗ୍ନେୟଗିରି ନିକଟରେ ତିନି ଜଣ ପର୍ବତାରୋହୀଙ୍କ ମୃତଦେହ ମିଳିଥିବା ଉଦ୍ଧାରକାରୀ ଦଳ କହିଛି। ସେହିପରି ଅନ୍ୟ ୩ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଅନେକ ପର୍ବତାରୋହୀ ନିଖୋଜ ଅଛନ୍ତି। ସୁମାତ୍ରା ଦ୍ୱୀପରେ ଥିବା ମେରାପି ଶୃଙ୍ଗରେ ରବିବାର ଦିନ ଆଗ୍ନେୟଗିରି ଉଦ୍‌ଗୀରଣ ହେବାରୁ ଆକାଶକୁ ୩,୦୦୦ ମିଟର୍‌ ଉଚ୍ଚର ପ୍ରବଳ କଳା ଧୂଆଁ ଉଠିଥିଲା। ଫଳରେ ଆଖପାଖ ଅଞ୍ଚଳରେ ଆଗ୍ନେୟଗିରି ଉଦ୍‌ଗୀରଣଜନିତ ଭଗ୍ନାଂଶ ଖସିବା ସହିତ ଚାରିଆଡେ ପାଉଁଶ ପଡ଼ିଛି।

ଉଦ୍ଧାକାରୀ ଏଜେନ୍‌ସି’ର ମୁଖ୍ୟ ଅବ୍‌ଦୁଲ୍‌ ମଲିକ କହିଛନ୍ତି, ସପ୍ତାହାନ୍ତରେ ସେଠାରେ ୭୫ରୁ ଅଧିକ ପର୍ବତାରୋହୀ ଥିଲେ। ସେମାନଙ୍କ ମଧ୍ୟରୁ ୨୬ଜଣଙ୍କୁ ସ୍ଥାନାନ୍ତର କରାଯାଇ ପାରି ନ ଥିଲା। ୨୬ଜଣଙ୍କ ମଧ୍ୟରୁ ଆମେ ୧୪ଜଣଙ୍କୁ ପାଇଛୁ। ୧୪ଜଣଙ୍କ ମଧ୍ୟରୁ ୧୧ଜଣଙ୍କୁ ମୃତାବସ୍ଥାରେ ଓ ୩ ଜଣଙ୍କୁ ଜୀବିନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ୧୨ଜଣ ଏବେବ ନିଖୋଜ ଅଛନ୍ତି।

Advertisment

ଘଟଣାସ୍ଥଳରେ ସୃଷ୍ଟି ହୋଇଥିବା ଗୋଟାଏ ବଡ଼ ଖାଲ ନିକଟରୁ ଉଦ୍ଧାର ହୋଇଥିବା ୩ ଜୀବନ୍ତ ବ୍ୟକ୍ତିଙ୍କ ଦେହରେ ‌ପୋଡ଼ାକ୍ଷତ ରହିଛି। ଏଥିସହ ସେମାନେ ଦୁର୍ବଳିଆ ଦିଶୁଛନ୍ତି। ଉଦ୍ଧାରକାରୀ ଟିମ୍‌ ସେମାନଙ୍କୁ ପର୍ବତ ଉପରୁ ତଳକୁ ଆଣିଛନ୍ତି। ଆଗ୍ନେୟଗିରିରୁ ଗଳିତଧାତୁ ବା ଲାଭା ଉଦ୍‌ଗୀରଣ ହେବାର ଆଶଙ୍କା ଥିବାରୁ ଗ୍ରାମବାସୀଙ୍କୁ ୩ କିଲୋମିଟର୍‌ ଦୂ‌ରରେ ରହିବାକୁ ସରକାରୀ ଅଧିକାରୀମାନେ କହିଛନ୍ତି। ଚାରିଆଡେ ପାଉଁଶ ଉଡୁଥିବାରୁ ଲୋକଙ୍କୁ ଚଷମା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। 

Indonesia Volcano Erupts Mount Merapi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe