Advertisment

ମଝି ଆକାଶରେ ଆତଙ୍କ, ବିମାନ ଖାଦ୍ୟରୁ ବାହାରିଲା ଜିଅନ୍ତା ମୂଷା

ଯେଉଁ ସଂସ୍ଥା ବିମାନକୁ ଖାଦ୍ୟ ଯୋଗାଇଥିଲା ତାକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Mouse inside Flight Meal

Mouse inside Flight Meal

ବିମାନ ଖାଦ୍ୟରୁ ବାହାରିଲା ଜିଅନ୍ତା ମୂଷା। ପ୍ୟାକେଟ୍ ଖୋଲୁ ଖୋଲୁ ଡେଇଁ ପଡିଲା ମୂଷା। ଚକିତ ହୋଇଗଲେ ଯାତ୍ରୀ। ମଝି ଆକଶରରେ ଖେଳିଗଳା ଆତଙ୍କ। ହୋହାଲ୍ଲା କଲେ ଯାତ୍ରୀ। ଫଳରେ ଜରୁରୀକାଳୀନ ଅବତରଣ କଲା ବିମାନ। ଡେନମାର୍କର କୋପେନହାଗନରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏହି ଘଟଣା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଗତ ବୁଧବାର ସ୍କାଣ୍ଡେନାଭିଆନର ଏକ ବିମାନ ଓସଲୋରୁ ମାଲେଗା ଅଭିମୁଖେ ଯାଉଥିଲା। ଫ୍ଲାଇଟରେ ସମସ୍ତ ଯାତ୍ରୀଙ୍କୁ ବିମାନ ପକ୍ଷରୁ ଖାଦ୍ୟ ପ୍ୟାକେଟ ଦିଆଯାଇଥିଲା। ଜଣେ ଯାତ୍ରୀ ନିଜ ଖାଦ୍ୟ ପ୍ୟାକେଟ ଖୋଲିବା ବେଳେ ସେଥିରୁ ଏକ ଜୀବନ୍ତ ମୂଷା ବାହାରିଥିଲା। ଏହାକୁ ନେଇ ବିମାନରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଏହାକୁ ସମସ୍ତେ ବିରୋଧ କରିଥିଲେ ଏହାପରେ ଡେନମାର୍କର କୋପେନହାଗନରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା।

କିଛି ସମୟର ବିରତି ପରେ ବିମାନ ପୁଣି ନିଜ ଗନ୍ତବ୍ୟ ସ୍ଥଳକୁ ନିଆଯାଇଥିଲା। ଘଟଣାକୁ SAS ବିମାନ କର୍ତ୍ତୃପକ୍ଷ ଗୁରୁତର ସହ ନେଇଛନ୍ତି। ଯେଉଁ ସଂସ୍ଥା ବିମାନକୁ ଖାଦ୍ୟ ଯୋଗାଇଥିଲା ତାକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଖାଦ୍ୟ ଯୋଗାଣ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Advertisment
Emergency Landing SAS Flight SAS Airlines Mouse In Airplane Meal