Advertisment

ଆଫ୍ରିକା ଡେଇଁଲା ମଙ୍କିପକ୍ସ ମାମଲା, ସ୍ୱିଡେନରେ ପ୍ରଥମ ରୋଗୀ ଚିହ୍ନଟ

ଗତକାଲି  ସ୍ୱିଡେନରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ସଂକ୍ରମିତ ବ୍ୟକ୍ତିଜଣକ ଆଫ୍ରିକାର ଏକ ଅଞ୍ଚଳକୁ ଗସ୍ତ କରିଥିବା ବେଳେ ଏହି ଭୟଙ୍କର ରୋଗ ଦ୍ୱାରା କବଳିତ ହୋଇଛନ୍ତି।

Mpox

mpox

Advertisment

ସାରା ବିଶ୍ୱକୁ ଘାରିଲା ମଙ୍କିପକ୍ସ ବା M-ପକ୍ସ ଚିନ୍ତା। ୧୧୬ଟି ଦେଶରେ ଗ୍ରେଡ୍-ଥ୍ରୀ ସଂକ୍ରମଣ ବ୍ୟାପିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଏହାକୁ ପବ୍ଲିକ୍ ହେଲ୍‌ଥ ଏମର୍ଜେନ୍ସି ଅଫ୍ ଗ୍ଲୋବାଲ୍ କନସର୍ନ ବା ବୈଶ୍ୱିକ ଜନସ୍ୱାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରାଯାଇଛି । ଏହାର ଦିନକ ପରେ ସ୍ୱିଡେନରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ଜଣାଯାଇଛି। ଏହା ଖୁବ୍‌ ଶୀଘ୍ର ୟୁରୋପ ମହାଦେଶକୁ ବ୍ୟାପିପାରେ ବୋଲି WHO ଚେତାବନୀ ଦେଇଛି।

Advertisment

ଗତକାଲି  ସ୍ୱିଡେନରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି।  ସ୍ୱିଡେନ ପବ୍ଲିକ ହେଲଥ୍‌ ଏଜେନ୍ସିର ମହାନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ସଂକ୍ରମିତ ବ୍ୟକ୍ତିଜଣକ ଆଫ୍ରିକାର ଏକ ଅଞ୍ଚଳକୁ ଗସ୍ତ କରିଥିବା ବେଳେ ଏହି ଭୟଙ୍କର ରୋଗ ଦ୍ୱାରା କବଳିତ ହୋଇଛନ୍ତି। ସେ Clade 1b ଷ୍ଟ୍ରେନ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

୨୦୨୩ ମସିହାରେ ଏହି ଷ୍ଟ୍ରେନ୍‌ ବ୍ୟାପି କଙ୍ଗୋରେ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହା ମୁଖ୍ୟତଃ ଡିଆଁ ରୋଗ ଓ ନିକଟ ସମ୍ପର୍କୀୟଙ୍କଠାରୁ ଜଲଦି ଡେଇଁଥାଏ।

Advertisment

ସ୍ୱିଡେନର ସ୍ୱାସ୍ଥ ମନ୍ତ୍ରୀ ଏନେଇ କହିଛନ୍ତି, ଆମ ଦେଶରେ ମଙ୍କିପକ୍ସର ଏକ ଗଭୀର ମାମଲା ସାମନାକୁ ଆସିଛି । WHO ଚେତାବନୀ ପରେ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଏହାକୁ ବୈଶ୍ୱିକ ଜନସ୍ୱାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରିଛି।

କଙ୍ଗୋ, କେନିଆ, ଉଗାଣ୍ଡା ଓ ରୁଆଣ୍ଡା ସମେତ କିଛି ଆଫ୍ରିକୀୟ ଦେଶରେ ଏହା ମାରାତ୍ମକ ରୂପ ନେବାରେ ଲାଗିଛି। ଚଳିତ ବର୍ଷ ଜୁଲାଇ ସୁଦ୍ଧା ସେଠାରେ ୧୭ ହଜାରରୁ ଅଧିକ ମଙ୍କିପକ୍ସ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ୫ଶହ ଟପିଛି। ଏହାଖୁବ୍‌ ଶୀଘ୍ର ଅନ୍ୟ ରାଷ୍ଟ୍ରକୁ ବି ବ୍ୟାପିଯିବ ବୋଲି ଚେତାବନୀ ଦିଆଯାଇଛି।

ମଙ୍କିପକ୍ସର ଲକ୍ଷଣ

ଏହି ରୋଗରେ ଜଣେ ଆକ୍ରାନ୍ତ ହେଲେ ଜ୍ୱର, ମୁଣ୍ଡବିନ୍ଧା,ମାଂସପେଶୀ ଘୋଳାବିନ୍ଧା ଏବଂ ହାଡ଼ଫୁଟି ଆଦି ଲକ୍ଷଣ ଦେଖାଦେଇଥାଏ। ଏହି  ଲକ୍ଷଣ ୨ ରୁ ୪ ସପ୍ତାହ ଯାଏଁ ରହିଥାଏ। ଶିଶୁ, ଗର୍ଭବତୀ ମହିଳା ଏବଂ କ୍ଷୀଣ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ଠାରେ ଏହା ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।

ଏହାର କୌଣସି ସିଧାସଳଖ ଚିକିତ୍ସା ନାହିଁ। ମଙ୍କିପକ୍ସ ସଂକ୍ରମଣ ହେଲେ ପୋଷକ ଖାଦ୍ୟ ଖାଇବା, ଯଥେଷ୍ଟ ପାଣି ପିଇବା ଏବଂ ପର୍ଯ୍ୟାପ୍ତ
ନିଦ୍ରା ସହିତ ଚର୍ମକୁ ନକୁଣ୍ଡାଇବା ପାଇଁ ପରାମର୍ଶ ଦିଆଯାଇଛି। ୨୦୨୨ରେ ଭାରତରେ ମଧ୍ୟ ଅଳ୍ପ କିଛି ଜଣ ମଙ୍କିପକ୍ସ ଦ୍ୱାରା ସଂକ୍ରମିତ ହୋଇଥିଲେ ।

Monkeypox
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe