Advertisment

ଗୋଟିଏ ପରେ ଗୋଟିଏ ମାମଲାରୁ ମୁକୁଳୁଛନ୍ତି ମହମ୍ମଦ ୟୁନୁସ, ଏବେ ବି ବହୁ ମାମଲା ବିଚାରାଧୀନ

ଅନ୍ତରୀଣ ସରକାରର ମୁଖିଆ ଭାବେ ଶପଥ ନେଇଥିବା ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନାଁରେ ଥିବା ଗୋଟିଏ ପରେ ଗୋଟିଏ ମାମଲା ପ୍ରତ୍ୟାହାର ହେବାକୁ ଲାଗିଛି।

author-image
Niharika Rout
muhammad-yunus

muhammad-yunus

ଅଶାନ୍ତ ବାଂଲାଦେଶରେ ହିଂସା ଥମିବା ନାଁ ଧରୁନି। ଏବେ ବି ହିଂସାର ନିଆଁରେ ଜଳୁଛି ବାଂଲାଦେଶ, ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହେଉଛି ଆକ୍ରମଣ। ଏପରି ସ୍ଥିତିରେ ଅନ୍ତରୀଣ ସରକାରର ମୁଖିଆ ଭାବେ ଶପଥ ନେଇଥିବା ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନାଁରେ ଥିବା ଗୋଟିଏ ପରେ ଗୋଟିଏ ମାମଲା ପ୍ରତ୍ୟାହାର ହେବାକୁ ଲାଗିଛି।

Advertisment

ମହମ୍ମଦ ୟୁନୁସ ଗତ ୮ ତାରିଖରେ ଶପଥ ନେଇଥିବା ବେଳେ ଏହା ମଧ୍ୟରେ ତାଙ୍କ ନାଁରେ ଥିବା ଭ୍ରଷ୍ଟାଚାର ବିରୋଧୀ ମାମଲାରେ ତାଙ୍କୁ ମୁକ୍ତ କରି ଦିଆଯାଇଛି। ଢାକାର ଏକ କୋର୍ଟରେ ଏହି ମାମଲା ପ୍ରତ୍ୟାହାର ନିମନ୍ତେ ଆବେଦନ ହୋଇଥିବା ବେଳେ ବିଚାରପତି ଏହାକୁ ସ୍ୱିକୃତୀ ଦେଇ ଦେଇଛନ୍ତି।

ଏହା ପୂର୍ବରୁ ଗତ ୭ ତାରିଖରେ ଢାକାର ଏକ କୋର୍ଟ ୟୁନୁସ ଓ ଅନ୍ୟ ୩ ଜଣଙ୍କୁ ଶ୍ରମ ନିୟମ ଉଲ୍ଲଘଂନ ଅଭିଯୋଗରେ ହୋଇଥିବା ମାମଲାରେ ମୁକ୍ତ କରିଛନ୍ତି।

Advertisment

୮୪ ବର୍ଷୀୟ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେଇଥିଲେ। ୟୁନୁସଙ୍କ ନାମରେ ପୂର୍ବରୁ ବାଂଲାଦେଶର ବିଭିନ୍ନ କୋର୍ଟରେ ବହୁ ମାମଲା ବିଚାରାଧୀନ ଥିବା ବେଳେ ଖୁବ୍‌ ଶୀଘ୍ର ସେ ଏହି ସବୁ ମାମଲାରେ ବି ମୁକ୍ତ ହେବେ ବୋଲି ଜଣାଯାଇଛି।

ଶେଖ ହସିନାଙ୍କ ସରକାର ସହ ଦୀର୍ଘ ଦିନ ଧରି ୟୁନୁସଙ୍କ ବିବାଦ ଚାଲୁଥିଲା। ଫଳରେ ହସିନାଙ୍କ ଶାସନ କାଳରେ ୟୁନୁସରେ ନାଁରେ ବହୁ ମାମଲା ରୁଜୁ ହୋଇଥିଲା। ଗତ ଜାନୁଆରୀରେ ଶ୍ରମ ଆଇନ ଉଲ୍ଲଘଂନ ମାମଲାରେ ବାଂଲାଦେଶର ଏକ କୋର୍ଟ ୟୁନୁସଙ୍କୁ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଥିଲେ।

ସୂଚନା ଅନୁଯାୟୀ, ୨୦୦୭ ମସିହାରେ ବାଂଲାଦେଶରେ ସେନା ସମର୍ଥିତ ସରକାର ଶାସନ କ୍ଷମତାରେ ଥିବା ବେଳେ ହସିନା ଜେଲ୍‌ରେ ଥିଲେ। ଉକ୍ତ ସମୟରେ ୟୁନୁସ ଏକ ରାଜନୈତିକ ପାର୍ଟି ଗଠନ ନିମନ୍ତେ ଘୋଷଣା କରିଥିଲେ ଯାହାକୁ ନେଇ ହସିନା ରାଗି ଯାଇଥିଲେ । ଏହାପରେ ତାଙ୍କ ନାଁରେ ବିଭିନ୍ନ ନିୟମ ଉଲ୍ଲଘଂନ ଅଭିଯୋଗରେ ମାମଲା ଅଭିଯୋଗ ହୋଇଥିଲା।

ଚାକିରିରେ ସଂରକ୍ଷଣ ପ୍ରସଙ୍ଗକୁ  ଅଶାନ୍ତ ହୋଇ ପଡ଼ିଥିବା ବାଂଲାଦେଶରେ ହିଂସା ଥମିବା ନାଁ ଧରୁନି।  ଦେଶରେ ଆରମ୍ଭ ହୋଇଥିବା ପ୍ରତିବାଦ, ବିକ୍ଷୋଭ ଥମିବା ନାଁ ନ ଧରିବାରୁ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ସେ ଇସ୍ତଫା ଦେବା ସହିତ ଦେଶ ମଧ୍ୟ ଛାଡ଼ି ଦେଇଛନ୍ତି। ସେ କେଉଁ ଦେଶରେ ଶରଣ ନେବେ, ତାହା ସ୍ପଷ୍ଟ ହୋଇପାରି ନଥିବା ବେଳେ ଏବେ ଭାରତରେ ଅଛନ୍ତି।  

ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ପଳାଇ ଆସିବା ପରେ ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଆକ୍ରମଣ କରାଯାଉଛି।  ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ। ଏହା ଘୃଣ୍ୟ କାର୍ଯ୍ୟ ବୋଲି ସେ କହିଛନ୍ତି।

ବିକ୍ଷୋଭ କରି ଶେଖ ହସିନାଙ୍କ ସରକାରର ପତନର ବାହକ ସାଜିଥିବା ବାଂଲାଦେଶର ହଜାର ହଜାର ଶିକ୍ଷାର୍ଥୀ ହିନ୍ଦୁ, ଖ୍ରୀଷ୍ଟିଆନ ଓ ବୌଦ୍ଧ ପରିବାରଗୁଡ଼ିକୁ ସୁରକ୍ଷା ଯୋଗାଇ ଦେବାକୁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ମହମ୍ମଦ ୟୁନୁସ। 

ଅଗଷ୍ଟ ୫ରେ ଶେଖ ହସିନାଙ୍କ ନେତୃତ୍ୱାଧୀନ ସରକାରର ପତନ ପରେ ବାଂଲାଦେଶର ୫୨ଟି ଜିଲ୍ଲାରେ ସଂଖ୍ୟାଲଘୁ ସଂପ୍ରଦାୟଗୁଡ଼ିକ ବିରୋଧରେ ୨୦୫ଟି ଆକ୍ରମଣ ଘଟଣା ଘଟିସାରିଲାଣି। ଏହି ଆକ୍ରମଣରେ ଶତାଧିକ ହିନ୍ଦୁ ମୃତାହତ ଓ ଆହତ ହୋଇଛନ୍ତି। ସେମାନଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯାଇଛି। ଅନେକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଯାଇଛି। ଶେଖ ହସିନାଙ୍କ ଆୱାମି ଲିଗ୍ ସହିତ ଜଡ଼ିତ ଦୁଇ ଜଣ ହିନ୍ଦୁ ନେତାଙ୍କୁ ହତ୍ୟା କରାଯାଇଛି। ହଜାର ହଜାର ବାଂଲାଦେଶୀ ହିନ୍ଦୁ ଦେଶ ଛାଡ଼ି ଭାରତକୁ ପଳାୟନ କରିବାକୁ ପ୍ରୟାସ ମଧ୍ୟ କରିଛନ୍ତି। 

Bangladesh Bangladesh Violence