Advertisment

ଆଜି ବାଂଲାଦେଶର ମଙ୍ଗ ଧରିବେ ମହମ୍ମଦ ୟୁନୁସ, ନେବେ ଶପଥ

ଶେଖ୍ ହସିନା ସରକାରର ପତନ ପରେ, ବାଂଲାଦେଶରେ ନବଗଠିତ ଅନ୍ତରୀଣ ସରକାରର ନେତୃତ୍ୱ ନେବେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ। ଦେଶରେ ରାଜନୈତିକ ଅସ୍ଥିରତା ଭିତରେ ଆଜି ହେବ ଶପଥଗ୍ରହଣ ଉତ୍ସବ।

Muhammad Yunus

Muhammad Yunus

Advertisment

ଶେଖ୍ ହାସିନା ସରକାରର ପତନ ପରେ, ବାଂଲାଦେଶରେ ନବଗଠିତ ଅନ୍ତରୀଣ ସରକାରର ନେତୃତ୍ୱ ନେବେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ। ଦେଶରେ ରାଜନୈତିକ ଅସ୍ଥିରତା ଭିତରେ ଆଜି ହେବ ଶପଥଗ୍ରହଣ ଉତ୍ସବ।

Advertisment

ଆଜି ୮୪ ବର୍ଷୀୟ ୟୁନୁସ୍ ଫ୍ରାନ୍ସରୁ ଢାକା ଫେରିବେ। ଏହାପରେ ରାତି ପ୍ରାୟ ୮ଟାରେ ୮୪ ବର୍ଷୀୟ ୟୁନୁସ୍ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେବା କାର୍ଯ୍ୟକ୍ରମ ରହିଛି। ଏଭଳି ସ୍ଥିତିରେ ଦେଶବାସୀଙ୍କୁ ଶାନ୍ତ ରହିବାକୁ ଆହ୍ୱାନ ଦେବା ସହ ନୂଆ ବାଂଲାଦେଶ ଗଠନ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ୟୁନୁସ।

ସେ କହିଛନ୍ତି, “ମୁଁ ଘରକୁ ଫେରିବାକୁ ବେଶ ଉତ୍ସାହିତ। କ’ଣ ସବୁ ଘଟୁଛି ଓ ଆମେ କେମିତି ଏକାଠି ସମସ୍ୟାରୁ ମୁକୁଳିବା, ତା’ ହିଁ ମୁଖ୍ୟ ପ୍ରସଙ୍ଗ।”

Advertisment

ବାଂଲାଦେଶରେ ହିଂସା ଜାରି ରହିଥିବାରୁ ସେ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ କହିଛନ୍ତି। ଯଦି ଆପଣମାନେ ହିଂସାର ରାସ୍ତା ବାଛିବେ, ତା’ହେଲେ ସବୁ କିଛି ଧ୍ୱଂସ ହୋଇଯିବ ବୋଲି କହିଛନ୍ତି ୟୁନୁସ୍ ।

ନୂଆ ସରକାର ପାଇଁ ଏକ ୧୫ ଜଣିଆ ପରାମର୍ଶଦାତା ପରିଷଦ ମଧ୍ୟ ଗଠନ ହେବ। ରାଷ୍ଟ୍ରପତି ଶାହାବୁଦ୍ଦିନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। କୁହାଯାଉଛି, ଏହି ସରକାର ୩ ମାସ ପାଇଁ କାର୍ଯ୍ୟ କରିବ ଏବଂ ତାହା ମଧ୍ୟରେ ଭିତରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ସଂପୂର୍ଣ୍ଣ କରାଯିବ ।

ସେପଟେ ବାଂଲାଦେଶରେ ଏବେ ବି ରାଜନୈତିକ ହିଂସାକାଣ୍ଡ ଜାରି ରହିଛି। ଆୱାମୀ ଲିଗ୍ ନେତାଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗ ହୋଇଛି। ଏପଟେ ଭାରତରେ ଆଉ କିଛି ଦିନ ରହିପାରନ୍ତି ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। ତାଙ୍କ ପୁଅ ସଜୀବ ୱାଜିଦ ଏହି ସୂଚନା ଦେଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ସେ କୁଆଡେ ଯିବେ ତାହା ସ୍ପଷ୍ଟ ହୋଇନାହିଁ।

ଶେଖ ହସିନା ତାଙ୍କ ଭଉଣୀ ରେହାନାଙ୍କ ସହ ଭାରତରୁ ଲଣ୍ଡନ ଯାଇ ସେଠାରେ ଆଶ୍ରୟ ନେବାକୁ ଯୋଜନା କରିଥିଲେ। କିନ୍ତୁ ତାଙ୍କର ଏହି ଯୋଜନା ଏବେ ବିଫଳ ହୋଇଛି। କାରଣ ବ୍ରିଟେନ୍‌ ତାଙ୍କୁ ଶରଣ ଦେବାକୁ ଇଚ୍ଛୁକ ନାହିଁ। ଏହାରି ଭିତରେ ଏବେ ଆମେରିକା ମଧ୍ୟ ଶେଖ ହସିନାଙ୍କ ବାଟ ଓଗାଳି  ତାଙ୍କ ଭିସା ରଦ୍ଦ କରିଦେଇଛି।

ହିଂସା ଏବଂ ରାଜନୈତିକ ସଙ୍କଟ ଦେଇ ବାଂଲାଦେଶ ଗତି କରୁଥିବାରୁ ସେଠାକାର ଭାରତୀ ବିରୋଧୀ ନାଗରିକ ଭାରତ ସୀମାରେ ପ୍ରବେଶ କରିବାର ଆଶଙ୍କା ସୃଷ୍ଟି ହୋଇଛି। ସମ୍ଭାବ୍ୟ ସ୍ଥିତିକୁ ଦେଖି ଭାରତ-ବାଂଲାଦେଶ ସୀମା ଏବଂ ସମୁଦ୍ର ପଥରେ ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ହାଇ ଆଲର୍ଟ।

କିଛି ଭାରତ ବିରୋଧୀ ସଂଗଠନର ବ୍ୟକ୍ତି ସମୁଦ୍ର ପଥରେ ଭାରତକୁ ଆସି ଅଘଟଣ ଘଟାଇବାର ଆଶଙ୍କା ରହିଛି। ତେଣୁ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ବି ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି।

Bangladesh Bangladesh Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe