Advertisment

ସ୍କୁଲ ଭିତରେ ପୁଣି ଫୁଟିଲା ଗୁଳି, ୭ ମୃତ

ଗୁଳିମାଡ଼ରେ ୩ ଛାତ୍ର ସମତେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି।

Shooting in US School

Shooting in US School

Advertisment

ସ୍କୁଲ ଭିତରେ ପୁଣି ଫୁଟିଲା ଗୁଳି। ଗୁଳିମାଡ଼ରେ ଟଳି ପଡିଲେ ୭ ଜଣ। ଆମେରିକର ଏକ ସ୍କୁଲ ଭିତରେ ଏହି  ଗୁଳିକାଣ୍ଡ ଘଟିଛି। କୁହାଯାଉଛି କି ଆକ୍ରମଣକାରୀ ଏଥର ଏକ ସ୍କୁଲରେ ଆଖିବିଜା ଗୁଳି ଚଳାଇଛନ୍ତି। 

Advertisment

ସୂଚନା ମୁତାବକ, ଆମେରିକା ସ୍ଥିତ ନ୍ୟାଶଭିଲ ଖ୍ରୀଷ୍ଟିଆନ ସ୍କୁଲରେ ଗୁଳିମାଡ଼ ହୋଇଛି। ଏହି ଗୁଳିକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି କି ଆକ୍ରମଣକାରୀ ହେଉଛନ୍ତି ଜଣେ ଯୁବତୀ। ସନ୍ଦିଗ୍ଧ ଏକ ସାଇଡ କବାଟ ଦେଇ ପ୍ରବେଶ ଦ୍ୱାର ମାଧ୍ୟମରେ ସ୍କୁଲ ବିଲ୍ଡିଂ ଭିତରକୁ ପ୍ରବେଶ କରିଥିଲେ। ଗୁଳିକାଣ୍ଡ ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସନ୍ଦିଗ୍ଧ ମହିଳାଙ୍କୁ ସ୍କୁଲର ଦ୍ୱିତୀୟ ମହଲାରେ ଘେରିଥିଲା। 

ତେବେ ପୁଲିସ ଉପରେ ଆକ୍ରମଣକାରୀ ଗୁଳିମାଡ଼ କରିଥିଲେ। ପୁଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ଶେଷରେ ପୁଲିସ ଗୁଳିରେ ସନ୍ଦିଗ୍‌ଓ ମହିଳା ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହି ଗୁଳିମାଡ଼ରେ ୩ ଛାତ୍ର ସମତେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

Advertisment

ଏହି ଘଟଣା ପରେ ବିଦ୍ୟାଳୟରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରମାନଙ୍କୁ ପୁଲିସର ସୁରକ୍ଷା ଅନ୍ତର୍ଗତ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଭୟଭୀତ ଛାତ୍ରମାନଙ୍କୁ ସେମାନଙ୍କ ବାପାମା’ଙ୍କ ସହ ଚର୍ଚ୍ଚକୁ ଅଣାଯାଇଥିଲା। ବିଦ୍ୟାଳୟର ୱେବସାଇଟ୍ ଅନୁଯାୟୀ, ୨୦୦୧ ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅଛନ୍ତି। ଏଥିସହ ୩୩ ଜଣ ଶିକ୍ଷକ ଅଛନ୍ତି।

ସେପଟେ ଆମେରିକା ରାଷ୍ଟ୍ରପତି ସ୍କୁଲ ଭିତରେ ଗୁଳିମାଡ଼ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏହାକୁ ଏକ ରୋଗ ବୋଲି କହିଛନ୍ତି। ବନ୍ଧୁକ ହିଂସାକୁ ରୋକିବା ପାଇଁ ଆମେରିକା ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ଆମେରିକାରେ ବନ୍ଧୁକ ହିଂସା ଦେଶର ପ୍ରାଣକୁ କ୍ଷତି ପହଞ୍ଚାଉଛି ବୋଲି ବିଡେନ କହିଛନ୍ତି। ଏଥି ସହିତ ଆମେରିକା କଂଗ୍ରେସ (ସଂସଦ) କୁ ଅସ୍ତ୍ରଶସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ଅନୁରୋଧ କରିଛନ୍ତି।

America School Shooter Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe