Advertisment

ବିବାହ ମଣ୍ଡପ, ଶ୍ମଶାନ ଓ ହସ୍ପିଟାଲରେ ଆତ୍ମଘାତୀ ବିସ୍ଫୋରଣ, ୧୮ ମୃତ

ମୃତକଙ୍କ ମଧ୍ୟରେ ଶିଶୁ, ପୁରୁଷ, ମହିଳା ଏବଂ ଗର୍ଭବତୀ ମହିଳା ଅଛନ୍ତି।

Nigeria Suicide Attack

Nigeria Suicide Attack

Advertisment

ଚାଲିଥିଲା ବିବାହ। ବେଦିରେ ଥିଲେ ବର-କନ୍ୟା। ଚାରିଆଡେ ଅତିଥି ଓ ପରିବାର ଲୋକେ ମଧ୍ୟ ଏକାଠି ହୋଇଥିଲେ। ଠିକ୍‌ ଏତିକି ବେଳେ ହେଲା ଆତ୍ମଘାତୀ ବିସ୍ଫୋରଣ। ଆଖିପିଛୁଳାକେ ଖୁସିର ମୁହୂର୍ତ୍ତ ଶୋକରେ ପରିଣତ ହୋଇଗଲା। ଚାରିଆଡେ ବିଛାଡି ହୋଇ ପଡିଲା ମୃତଦେହ। କେବଳ ବିବାହ ମଣ୍ଡପ ନୁହେଁ ଶ୍ମଶାନ ଓ ହସ୍ପିଟାଲରେ ମଧ୍ୟ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ନାଇଜେରିଆରେ ଘଟିଛି ଏଭଳି କିଛି ଭୟଙ୍କର ଘଟଣା।

Advertisment

ନାଇଜେରିଆରେ ସିରିଜ ଆତ୍ମଘାତୀ ବିସ୍ପୋରଣରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୪୨ ଜଣ ଗୁରୁତର ଅଛନ୍ତି। ଶନିବାର ପୂର୍ବୋତ୍ତର ନାଇଜେରିଆର ଗ୍ୱେଜା ସହରରେ ତିନୋଟି ସିରିଜ ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିବାହ ସମାରୋହକୁ ଜଣେ ମହିଳା ପିଠିରେ ଛୁଆକୁ ବାନ୍ଧି ସାମିଲ ହୋଇଥିଲେ। ଏହାପରେ ସେଠାରେ ନିଜକୁ ସେ ବିସ୍ଫୋରଣରେ ଉଡାଇ ଦେଇଥିଲେ।

ଅଧିକାରୀଙ୍କ ସୂଚନା ମୁତାବକ, କେମରୁନ୍‌ ସୀମାବର୍ତ୍ତୀ ସହରରେ ହୋଇଥିବା ଆତ୍ମଘାତୀ ହମ୍‌ଲାରେ ଗୋଟିଏ ହସ୍ପିଟାଲକୁ ମଧ୍ୟ ଟାର୍ଗେଟ୍‌ କରାଯାଇଛି।  ଏଥିସହ ଅନ୍ତିମ ସଂସ୍କାର ସ୍ଥାନରେ ମଧ୍ୟ ଆତ୍ମଘାତୀ ବିସ୍ଫୋରଣ ହୋଇଛି।

Advertisment

ବୋର୍ନୋ ଷ୍ଟେଟ ଜରୁରୀକାଳୀନ ପରିଚାଳନା ଏଜେନ୍ସି (ସିଏମଏ) ରିପୋର୍ଟ କରିଛି ଏହି ଆକ୍ରମଣରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ଆହତ ହୋଇଛନ୍ତି। ଏଜେନ୍ସି ମୁଖ୍ୟ ବାରକିଣ୍ଡୋ ସୈଦୁ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଶିଶୁ, ପୁରୁଷ, ମହିଳା ଏବଂ ଗର୍ଭବତୀ ମହିଳା ଅଛନ୍ତି। ସୈଦୁ କହିଛନ୍ତି ଯେ ୧୯ ଜଣ ଗୁରୁତର ଆହତଙ୍କୁ ରାଜଧାନୀ ମୈଦୁଗୁରିକୁ ନିଆଯାଇଥିବା ବେଳେ ଅବଶିଷ୍ଟ ଲୋକଙ୍କ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

କହିରଖୁ ଯେ, ୨୦୧୪ରେ ବୋକୋ ହରାମ ଆତଙ୍କବାଦୀମାନେ ଗ୍ୱେଜା ସହରକୁ କବଜା କରିଥିଲେ।୨୦୧୫ରେ ଚାଡିଆନ୍ ସୈନ୍ୟଙ୍କ ସହାୟତାରେ ନାଇଜେରିଆ ସେନା ବାହିନୀ ଏହି ସହର ଉପରେ ପୁନଃ କବ୍‌ଜା କରିଥିଲା। ସେବେଠାରୁ ବୋକୋ ହରାମ ଆତଙ୍କବାଦୀମାନେ ସହର ନିକଟସ୍ଥ ପାର୍ବତ୍ୟ ଅଞ୍ଚଳରେ ଆକ୍ରମଣ ଜାରି ରଖିଛନ୍ତି।

Bomb Blast Multiple Suicide Attacks Blast In Nigeria
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe