Advertisment

କାହାକୁ ୮ହଜାର କୋଟିର ଅଫର ଦେଲେ ମସ୍କ ?

ଡିସେମ୍ବର ୨୪ରେ ଏପରି ପୋଷ୍ଟ ହୋଇଥିବା ବେଳେ ଆଜି ଏହା ଉପରେ ପ୍ରତିକ୍ରିୟା ଦେଇ ମସ୍କ କହିଛନ୍ତି ଯେ ଏହି ଅଫର ଏବେ ବି ବଳବତ୍ତର ରହିଛି।

author-image
Hemant Lenka
Elon Musk

Elon Musk

ପୁଣି ଚର୍ଚ୍ଚାରେ ଟେସଲା ଓ ସ୍ପେସ୍ ଏକ୍ସର ସିଇଓ ଏଲନ ମସ୍କଙ୍କ ଲୋଭନୀୟ ଅଫର। ସେ ପୁଣିଥରେ ନିଜର ୧ ବିଲିୟନ ଡଲାର ବା ୮ ହଜାର କୋଟି ଟଙ୍କାର ଅଫରକୁ ଦୋହରାଇଛନ୍ତି। ମସ୍କଙ୍କ ଏହି ଅଫରକୁ ନେଇ ସୋଶାଲ ମିଡିଆରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ତେବେ କାହା ପାଇଁ ଏହି ଅଫରକୁ ସେ ଦୋହରାଇଛନ୍ତି? ପୂର୍ବରୁ କାହା ପାଇଁ ସେ ଏପରି ଅଫର ଘୋଷଣା କରିଥିଲେ?

Advertisment

ପ୍ରକୃତରେ ଏ ଅଫର ମସ୍କ ଉଇକିପିଡିଆକୁ ଦେଇଛନ୍ତି। ଯଦି ସଂସ୍ଥା ତା ନାଁ ପରିବର୍ତ୍ତନ କରି ଦେବ, ତା’ହେଲେ ମସ୍କ ସଂସ୍ଥାକୁ ୮ ହଜାର କୋଟି ଟଙ୍କା ଦେବେ। ଉଇକିପିଡିଆ ନିଜର ନାଁକୁ ବଦଳାଇ ଡିକିପିଡିଆ ରଖୁ ବୋଲି ମସ୍କ ଚାହୁଁଛନ୍ତି।

ଏଥିପାଇଁ ସେ ସଂସ୍ଥାକୁ ୧ ବିଲିୟନ ଡଲାର ବା ପ୍ରାୟ ୮୫୩୯ କୋଟି ଟଙ୍କାର ଅଫର ଦେଇଛନ୍ତି। ଏହାର ଅର୍ଥ କେବଳ ନାଁ ବଦଳାଇବାକୁ ମସ୍କ ଏଭଳି ଲୋଭନୀୟ ଅଫର ଦେଇଛନ୍ତି।

Advertisment

ଡୋଜ୍ ଡିଜାଇନର୍ ନାମକ ଗୋଟିଏ ଏକ୍ସ ଆକାଉଣ୍ଟରୁ ପ୍ରଥମେ ଏନେଇ ସୂଚନା ଆସିଥିଲା। ଉକ୍ତ ଆକାଉଣ୍ଟରେ ଦାବି କରାଯାଇଥିଲା ଯେ ମସ୍କ ଉଇକିପିଡିଆର ନାଁ ବଦଳୁ ବୋଲି ଚାହୁଁଛନ୍ତି। ଉଇକିପିଡିଆ ନିଜର ନାଁକୁ ବଦଳାଇ ଡିକିପିଡିଆ ରଖିଲେ ମସ୍କ ୧ ବିଲିୟନ ଡଲାର ଦେବେ ବୋଲି ‌ଉକ୍ତ ଆକାଉଣ୍ଟରେ କୁହାଯାଇଥିଲା। ଡିସେମ୍ବର ୨୪ରେ ଏପରି ପୋଷ୍ଟ ହୋଇଥିବା ବେଳେ ଆଜି ଏହା ଉପରେ ପ୍ରତିକ୍ରିୟା ଦେଇ ମସ୍କ କହିଛନ୍ତି ଯେ ଏହି ଅଫର ଏବେ ବି ବଳବତ୍ତର ରହିଛି।

ତେବେ ଉଇକିପିଡିଆ ଏପର୍ଯ୍ୟନ୍ତ ଏହି ଅଫର ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ଏହି ଅଫର ଆଗାମୀ ଏକ ବର୍ଷ ପାଇଁ ଖୋଲା ରହିବ ବୋଲି ମସ୍କ କହିଛନ୍ତି। କିନ୍ତୁ ଉଇକିପିଡିଆ ଏହାକୁ ଗ୍ରହଣ କରୁଛି କି ନାହିଁ ତାହା କେବଳ ସମୟ ଆସିଲେ ଜଣାପଡ଼ିବ।

ଏହା ପୂର୍ବରୁ ଯେତେବେଳେ ମସ୍କ ଟ୍ୱିଟରକୁ କିଣିଲେ ସେ ଏହାର ନାଁ ଆଉ ଲୋଗକୁ ତୁରନ୍ତ ପରିବର୍ତ୍ତନ କରିଦେଇଥିଲେ। ଉଡୁଥିବା ଚଢ଼େଇ ବଦଳରେ ଇଂରାଜୀ ଏକ୍ସ ଥିବା ଲୋଗୋ ଲଗାଇ ଏହାକୁ ଏକ୍ସ ବୋଲି ନାମକରଣ କରିଥିଲେ ମସ୍କ।

Elon Musk Wikipedia