Advertisment

ମସଜିଦ ବାହାରେ ଇମାମଙ୍କୁ ଗୁଳି କରି ହତ୍ୟା

ଇମାମଙ୍କୁ ତାଙ୍କ କାର୍‌ ଭିତରେ ହିଁ ଗୁଳି କରାଯାଇଥିଲା।

shot-outside-mosque

shot-outside-mosque

Advertisment

ମସଜିଦ ବାହାରେ ଫୁଟିଲା ଗୁଳି। ଇମାମଙ୍କ ଉପରେ ହେଲା ଗୁଳି ବର୍ଷା। ଜଣେ ଅଜ୍ଞାତ ବନ୍ଧୁକଧାରୀ ସକାଳୁ ସକାଳୁ ମସଜିଦ ବାହାରେ ଇମାମାଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ଇମାମଙ୍କ ମୃତ୍ୟୁ ହୋଇଛି। ଆମେରିକାର ନ୍ୟୁଜର୍ସିରେ ଘଟିଛି ଏଭଳି କିଛି ଗୁଳିକାଣ୍ଡ।

Advertisment

ନ୍ୟୁଜର୍ସିରେ ଥିବା ଏକ ମସଜିଦ ବାହାରେ ସକାଳ ୬ଟାରେ ଜଣେ ଇମାମଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅଧିକାରୀଙ୍କ କହିବା ମୁତାବକ, ଇମାମଙ୍କୁ ତାଙ୍କ କାର୍‌ ଭିତରେ ଗୁଳି କରାଯାଇଥିଲା। ଗୁଳିକାଣ୍ଡ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମସଜିଦର ପ୍ରବେଶ ପଥଠାରୁ ୧୦ ଫୁଟ୍‌ ଦୂରରେ ଥିବା ପାର୍କିଂସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ଶରିଫ୍‌ ପଡ଼ିଥିଲେ। ତାଙ୍କ ଦେହରେ ଏକାଧିକ ଗୁଳି ମାଡ଼ ହୋଇଥିଲା।

ଏହାପରେ ଅତି ସଙ୍କଟଜନକ ଅବସ୍ଥାରେ ଇମାମ୍‌ ହସନ୍‌ ଶରିଫ୍‌ଙ୍କୁ ୟୁନିଭର୍ସିଟି ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଇମାମ୍‌ଙ୍କୁ ଡାକ୍ତରମାନେ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ‘ନେୱାର୍କ ପବ୍ଲିକ୍‌ ସେଫ୍ଟି ଡାଇରେକ୍ଟର୍‌’ ଫ୍ରିଜ୍‌ ଫ୍ରାଞ୍ଜି ସୂଚନା ଦେଇଛନ୍ତି। ତେବେ କେଉଁ କାରଣ ଯୋଗୁ ଇମାମ୍‌ଙ୍କୁ ଗୁଳି କରି ହତ୍ୟା କରାଗଲା ସେ ନେଇ କୌଣସି ସୂଚନା ମିଳିନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Advertisment

ଶରିଫ୍‌ ୫ ବର୍ଷ ଯାଏଁ ସ୍ଥାନୀୟ ଏକ ମସଜିଦରେ ଇମାମ୍‌ ଥିଲେ। ସେ ଇମାମ୍‌ ହେବା ସହ ୨୦୦୬ରୁ ‘ନେୱାର୍କ ଲିବର୍ଟି ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟ’ରେ ଜଣେ ପରିବହନ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଥିଲେ।

Shot Dead United States Imam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe