Advertisment

ନୈମ କ୍ୱାସୀମ ହେଜବୁଲ୍ଲାର ନୂଆ ମୁଖ୍ୟ

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହେଜବୁଲ୍ଲା ମୁଖ୍ୟ ଭାବେ କାମ କରୁଥିବା ହାସନ ନସ୍ରଲ୍ଲା ସେପ୍ଟେମ୍ବର ୨୭ରେ ପ୍ରାଣ ହରାଇଥିଲେ। ଏବେ ତାଙ୍କ ସ୍ଥାନ ନୈମ କ୍ୱାସୀମ ନେବେ।

author-image
Hemant Lenka
Naim

Naim

ଇରାନ ସମର୍ଥିତ ସଂଗଠନ ହେଜବୁଲ୍ଲାର ନୂଆ ମୁଖ୍ୟ ଭାବେ ଚୟନ ହୋଇଛନ୍ତି ନୈମ କ୍ୱାସୀମ। ବର୍ତ୍ତମାନ ସେ ହେଜବୁଲ୍ଲାର ଉପ ମହାସଚିବ ଓ ସେକେଣ୍ଡ ଇନ କମାଣ୍ଡ ଭାବେ କାମ କରୁଛନ୍ତି।

Advertisment

ବରିଷ୍ଠ ଓ ଅଭିଜ୍ଞତା ଦୃଷ୍ଟିରୁ ସେ ହେଜବୁଲ୍ଲାର ମୁଖ୍ୟ ଭାବେ ଚୟନ ହୋଇଛନ୍ତି। ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହେଜବୁଲ୍ଲା ମୁଖ୍ୟ ଭାବେ କାମ କରୁଥିବା ହାସନ ନସ୍ରଲ୍ଲା ସେପ୍ଟେମ୍ବର ୨୭ରେ ପ୍ରାଣ ହରାଇଥିଲେ। ଏବେ ତାଙ୍କ ସ୍ଥାନ ନୈମ କ୍ୱାସୀମ ନେବେ।

ସଂଗଠନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ହେଜବୁଲ୍ଲାର ଶୁରା ପରିଷଦ ୭୧ ବର୍ଷୀୟ କ୍ୱାସୀମଙ୍କୁ ମହାସଚିବ ଭାବେ ନିଯୁକ୍ତ କରିଛି। ୧୯୯୧ ମସିହାରୁ ସେ ସଂଗଠନ ଉପ ମହାସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ତାଙ୍କୁ ସଂଗଠନର ମୁଖ୍ୟ ଭାବେ ନିଯୁକ୍ତ କରାଯାଉଛି।

Advertisment

ନସ୍ରଲ୍ଲାଙ୍କ ମୃତ୍ୟୁ ପରେ କ୍ୱାସୀମ ବେଶ ସକ୍ରିୟ ହୋଇ ଉଠିଥିଲେ। ସେ ନିଜର ସମର୍ଥକମାନଙ୍କୁ ବେରୁଟରେ ଗୋଟିଏ ଥର ଓ ଇରାନର ରାଜଧାନୀ ତେହରାନ ଠାରେ ଦୁଇ ଥର ସମ୍ବୋଧନ କରିଛନ୍ତି।

ଗୋଟିଏ ଭାଷଣରେ ସେ ଇସ୍ରାଏଲ-ହେଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ଲାଗୁ କରିବାକୁ ମଧ୍ୟ ମତ ରଖିଥିଲେ। ତେଣୁ ସେ ହେଜବୁଲ୍ଲାର ମୁଖ୍ୟ ହୋଇଥିବାରୁ ଆଗକୁ ଇସ୍ରାଏଲ ସହ ଚାଲିଥିବା ଲଢ଼େଇ କେଉଁ ମୋଡ ନେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ନସ୍ରଲ୍ଲାଙ୍କ ମୃତ୍ୟୁ ପରେ ହାଶୀମ ସୈଫିଦ୍ଦିନ ହେଜବୁଲ୍ଲାର ମୁଖ୍ୟ ହେବେ ବୋଲି କୁହାଯାଉଥିଲା। କିନ୍ତୁ ଇସ୍ରାଏଲ ବେରୁଟରେ ଏୟାର ଷ୍ଟ୍ରାଇକ କରି ହାଶୀମଙ୍କୁ ମଧ୍ୟ ହତ୍ୟା କରିଥିଲା। ଏହାପରେ ଜୀବନ ବଞ୍ଚାଇବା ପାଇଁ କ୍ୱାସୀମ ଇରାନ ଚାଲି ଯାଇଥିବା କୁହାଯାଇଥିଲା।

ୟୁଏଇ ଭିତ୍ତିକ ଗୋଟିଏ ନ୍ୟୁଜ ଏଜେନ୍ସି ରିପୋର୍ଟ ଦେଇଥିଲା ଯେ ଅକ୍ଟୋବର ୫ରୁ କ୍ୱାସୀମ ବେରୁଟ ଛାଡ଼ି ଇରାନ ଚାଲି ଯାଇଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରାଗଚି ଲେବାନନର ଓ ସିରିୟାକୁ ସରକାର ଗସ୍ତରେ ଆସିଥିଲେ। ତାଙ୍କରି ବିମାନରେ କ୍ୱାସୀମ ଇରାନ ଚାଲି ଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା।

୧୯୯୧ ମସିହାରେ କ୍ୱାସୀମଙ୍କୁ ହେଜବୁଲ୍ଲାର ତତ୍କାଳୀନ ମହାସଚିବ ଆବାସ ଅଲ ମୁସାୱି ଉପ ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ। ଏହି ସମୟସୀମା ମଧ୍ୟରେ ସଂଗଠନରେ ସେ ତାଙ୍କର ପ୍ରଭାବ ବିସ୍ତାର କରିବାକୁ ସକ୍ଷମ ହୋଇଛନ୍ତି।

ଲେବାନନର ଶିଆ ଅମାଲ ବିପ୍ଳବରୁ ତାଙ୍କର ରାଜନୀତିକ ଯାତ୍ରା ଆରମ୍ଭ ହୋଇଥିଲା। ୧୯୭୯ରେ ସେ ଇରାନର ଇସଲାମିକ ବିପ୍ଳବ ଯୋଗୁ ସଂଗଠନକୁ ଛାଡ଼ି ଦେଇଥିଲେ।

ହେଜବୁଲ୍ଲା ଗଠନ ପାଇଁ ଇରାନର ରେଭ୍ୟୁଲେସନାରୀ ଗାର୍ଡସ ପ୍ରଥମେ କରିଥିବା ବୈଠକରେ ମଧ୍ୟ କ୍ୱାସୀମ ସାମିଲ ହୋଇଥିଲା। ୧୯୮୨ରେ ଇସ୍ରାଏଲର ଅନୁପ୍ରବେଶ ପରେ ହେଜବୁଲ୍ଲା ଗଠନ ହୋଇଥିଲା।

ହେଜବୁଲ୍ଲାର ସଂସଦୀୟ ନିର୍ବାଚନର ପ୍ରଚାର ବେଳେ ସେ ସାଧାରଣ ସଂଯୋଜକ ରହିଥିଲେ। ହେଜବୁଲ୍ଲା ୧୯୯୨ରେ ପ୍ରଥମଥର ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ କ୍ୱାସୀମ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Israel Hezbollah Hezbollah Chief