Advertisment

ପ୍ରଥମଥର ଚନ୍ଦ୍ର ମିଶନରେ ଯିବେ ଜଣେ ମହିଳା

ସୋମବାର ନାସା ପକ୍ଷରୁ ଆଟ୍ରେମିସ୍-୨ ମିଶନ ଚନ୍ଦ୍ର ସମ୍ପର୍କରେ ବିସ୍ତୁତ ସୂଚନା ଦିଆଯାଇଛି। ଏହି ମିଶନରେ ସାମିଲ ହେବାକୁ ଥିବା ୪ ମହାକାଶଚାରୀଙ୍କ ନାଁ ଘୋଷଣା କରାଯାଇଛି। ୪ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଖ୍ରୀଷ୍ଟିନା ରହିଛନ୍ତି।

NASA

NASA

Advertisment

ନାସାରେ ମିଶନ ଚନ୍ଦ୍ରରେ ସାମିଲ ହୋଇଛନ୍ତି ଜଣେ ମହିଳା। ପ୍ରଥମଥର ଜଣେ ମହିଳା ଚନ୍ଦ୍ରକୁ ଯିବେ। ସୋମବାର ନାସା ଉକ୍ତ ମହିଳାଙ୍କ ନାଁ ଘୋଷଣା କରିଛନ୍ତି। ପ୍ରଥମ ମହିଳା ଭାବେ ଚନ୍ଦ୍ରକୁ ଯିବେ ଖ୍ରୀଷ୍ଟିନା କୋଚ୍‌। ନାସାର ଆଗାମୀ ଚନ୍ଦ୍ର ମିଶନ୍ ପାଇଁ ତାଙ୍କ ନାଁକୁ ଘୋଷଣା କରାଯାଇଛିା

Advertisment

ସୋମବାର ନାସା ପକ୍ଷରୁ ଆଟ୍ରେମିସ୍-୨ ମିଶନ ଚନ୍ଦ୍ର ସମ୍ପର୍କରେ ବିସ୍ତୁତ ସୂଚନା ଦିଆଯାଇଛି। ଏହି ମିଶନରେ ସାମିଲ ହେବାକୁ ଥିବା ୪ ମହାକାଶଚାରୀଙ୍କ ନାଁ ଘୋଷଣା କରାଯାଇଛି। ୪ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଖ୍ରୀଷ୍ଟିନା ରହିଛନ୍ତି।

ଗତ ୫୦ ବର୍ଷ ଭିତରେ କୌଣସି ମହିଳା ପ୍ରଥମଥର ପାଇଁ ଚନ୍ଦ୍ରକୁ ଯାଉଛନ୍ତିା ଖ୍ରୀଷ୍ଟିନା ହେଉଛନ୍ତି ଜଣେ ଇଞ୍ଜିନିୟର। ତାଙ୍କ ନାଁରେ ପୂର୍ବରୁ ଅନେକ ରେକର୍ଡ ରହିଛିା ସବୁଠୁ ଅଧିକ ବାଟ ନିୟମିତ ସ୍ପେଶ୍ ଫ୍ଲାଇଟ୍ ଚଳାଇବାରେ ସେ ପ୍ରଥମ ମହିଳା। ନାସା ପକ୍ଷରୁ କରାଯାଇଥିବା ସ୍ପେଶୱାଲ୍ସରେ ସାମିଲ ଥିବା ୩ ଜଣ ମହିଳାଙ୍କ ମଧ୍ୟରେ ଖ୍ରୀଷ୍ଟିନା ରହିଥିଲେ।

Advertisment

ଏବେ ତାଙ୍କୁ ଆଟ୍ରେମିସ-୨ର ସ୍ପେଶାଲିଷ୍ଟ ଭାବେ ଦାୟିତ୍ୱ ମିଳିଛି। ୨୦୨୪ରେ ନାସା ପକ୍ଷରୁ ଏହି ମିଶନ୍ ଆରମ୍ଭ ହେବ। ଯେଉଁଥିରେ ଚନ୍ଦ୍ରର କକ୍ଷପଥରେ ମହାକାଶଚାରୀମାନେ ବୁଲିବା ପରେ ପୁଣି ଥରେ ଫେରି ଆସିବେ। ୨୩ ଲକ୍ଷ କିଲୋମିଟରର ଏହି ଆର୍ଟିମିସ୍-୨ ମିଶନ୍ ପାଇଁ ଲାଗିବ ୧୦ ଦିନର ସମୟ। ସମ୍ପୂର୍ଣ୍ଣ ଲାଇଫ୍ ସପୋର୍ଟରେ ସମସ୍ତ ମହାକାଶଚାରୀ ରହିବେ।

ଏହି ୧୦ ଦିନିଆ ମୁନ୍ ମିଶନ ଅଭିଯାନର ପ୍ରକ୍ରିୟା କେମିତି ରହିବ, ସେ ବିଷୟରେ ମଧ୍ୟ ଜାଣିବା ଜରୁରୀ। ପ୍ରଥମେ କେନେଡି ସ୍ପେଶ୍ ସେଣ୍ଟରରୁ ୪ ଜଣିଆ ମହାକାଶଚାରୀ ଟିମ ଉଡ଼ାଣ ଭରିବେ। ସ୍ୱତନ୍ତ୍ର ରକେଟରେ ଏମାନେ ମିଶନ ଚନ୍ଦ୍ର ଆରମ୍ଭ କରିବେ।

ଏହାପରେ ପୃଥିବୀ କକ୍ଷପଥରେ ପରିଭ୍ରମଣ କରିବ ସ୍ୱତନ୍ତ୍ର ଯାନ। ତୃତୀୟ ପ୍ରକ୍ରିୟା ରହିବ ରକେଟ୍ ଲଞ୍ଚରରୁ ପୃଥକୀକରଣ। ୪ ଜଣିଆ କ୍ରୁ ମେମ୍ବର ବସିଥିବା କ୍ୟାପସୁଲଟି ରକେଟରୁ ଅଲଗା ହୋଇଯିବ। ଏହାପରେ ଆରମ୍ଭ ହେବ ଇଞ୍ଜିନରେ ଫାୟାର୍ ପ୍ରକ୍ରିୟା।

ଯାହା ଫଳରେ କ୍ୟାପସୁଲର ନିଜସ୍ୱ ଗତିର ବେଗ ଆହୁରି ବଢ଼ିବ। ସେହି ବେଗରେ ଚନ୍ଦ୍ରକୁ ଅର୍ଦ୍ଧ ପରିକ୍ରମା କରିବେ ୪ ଜଣ ମହାକାଶଚାରୀ। ଶେଷରେ ଆରମ୍ଭ ହେବ ପୃଥିବୀକୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା। କ୍ରୁ ମଡ୍ୟୁଲଟି ଅଲଗା ହେବା ସହ ପ୍ରଶାନ୍ତ ମହାସାଗରରେ ଅବତରଣ କରିବ। ଏହି ମିଶନରେ ଖ୍ରୀଷ୍ଟିନାଙ୍କ ବ୍ୟତୀତ ଭିକ୍ଟୋର ଗ୍ଲୋଭର ମଧ୍ୟ ଏହି ମିଶନରେ ଯିବେ।

ଭିକ୍ଟୋର ହେଉଛନ୍ତି ପ୍ରଥମ କୃଷ୍ଣକାୟ ଆମେରିକା ନାଗରିକ ଯିଏ ମିଶନ ଚନ୍ଦ୍ରରେ ଯାଉଛନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ ଜେର୍ମୀ ହାନସେନ ଓ ରେଇଡ ୱାଇମାନ ମଧ୍ୟ ମିଶନରେ ଯିବେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି।

NASA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe