Advertisment

ଗୁପ୍ତ ସ୍ଥାନରେ ଅସ୍ଥାୟୀ ଭାବେ ନସ୍ରଲ୍ଲାଙ୍କୁ ଦିଆଗଲା କବର!

କୁହାଯାଉଛି ଯେ ଲେବାନନ କିମ୍ବା ଇରାକରେ ନସ୍ରଲ୍ଲାଙ୍କୁ କବର ଦିଆଯିବ। କିନ୍ତୁ ଏହାର ସ୍ଥାନ କିମ୍ବା ସମୟ ସମ୍ପର୍କରେ ହେଜବୁଲ୍ଲା ପକ୍ଷରୁ କିଛି ବି କୁହାଯାଇ ନାହିଁ।

Nasrallah

Nasrallah

Advertisment

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ହେଜବୁଲ୍ଲା ମୁଖ୍ୟ ହାସନ ନସ୍ରଲ୍ଲାଙ୍କୁ ଗୋଟିଏ ଗୁପ୍ତ ସ୍ଥାନରେ ଅସ୍ଥାୟୀ ଭାବେ କବର ଦିଆଯାଇଛି। ପରବର୍ତ୍ତୀ ଅବସ୍ଥାରେ ସର୍ବସମ୍ମୁଖରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ସର୍ବସମ୍ମୁଖରେ ଅନ୍ତିମ ସଂସ୍କାର ପାଇଁ ସମୟ ପରବର୍ତ୍ତୀ ଅବସ୍ଥାରେ ଚୟନ କରାଯିବ। ସେଯାଏ ନସ୍ରଲ୍ଲାଙ୍କ ମରଶରୀର ଅସ୍ଥାୟୀ କବରରେ ରହିବ ବୋଲି ଜଣାପଡ଼ିଛି।

Advertisment

ସୂତ୍ର ଅନୁସାରେ, ସେପ୍ଟେମ୍ବର ୨୭ରେ ଲେବନାନନର ବେରୁଟରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ନସ୍ରଲ୍ଲାଙ୍କ ମୃତ୍ୟୁ ହୋଇଥିଲା। ଏହାର ଦିନକ ପରେ ବେରୁଟ ସ୍ଥିତ ହେଜବୁଲ୍ଲାର ଧ୍ୱଂସବିଧ୍ୱଂସ୍ତ ମୁଖ୍ୟାଳୟର ବଙ୍କର ମଧ୍ୟରୁ ନସ୍ରଲ୍ଲାଙ୍କ ମୃତଦେହ ମିଳିଥିଲା।

କୁହାଯାଉଥିଲା ଯେ ଆଜି ବିଶାଳ ଶୋଭାଯାତ୍ରା ମାଧ୍ୟମରେ ନସ୍ରଲ୍ଲାଙ୍କ ଅନ୍ତିମ ସଂସ୍କାର କରାଯିବ। କିନ୍ତୁ ଏବେ ସର୍ବସାଧାରଣରେ ଅନ୍ତିମ ସଂସ୍କାର ପାଇଁ ହେଜବୁଲ୍ଲା ସକ୍ଷମ ନୁହେଁ। ଇସ୍ରାଏଲ ପୁଣି ଆକ୍ରମଣ କରିବାର ଆଶଙ୍କା ଥିବାରୁ ନସ୍ରଲ୍ଲାଙ୍କୁ ଏକ ଗୁପ୍ତ ସ୍ଥାନରେ ଅସ୍ଥାୟୀ ଭାବେ ସଂଗଠନ ପକ୍ଷରୁ କବର ଦିଆଯାଇଛି।

Advertisment

କୁହାଯାଉଛି ଯେ ଲେବାନନ କିମ୍ବା ଇରାକରେ ନସ୍ରଲ୍ଲାଙ୍କୁ କବର ଦିଆଯିବ। କିନ୍ତୁ ଏହାର ସ୍ଥାନ କିମ୍ବା ସମୟ ସମ୍ପର୍କରେ ହେଜବୁଲ୍ଲା ପକ୍ଷରୁ କିଛି ବି କୁହାଯାଇ ନାହିଁ।

ଇରାକର ପ୍ରଧାନମନ୍ତ୍ରୀ ମହମ୍ମଦ ଶିଆ ଅଲ ସୁଦାନିଙ୍କ ପରାମର୍ଶଦାତା ଅବଦୁଲ ଆମୀର ଅଲ ତେଇବାନ ଏକ୍ସରେ କହିଛନ୍ତି ଯେ ନସ୍ରଲ୍ଲା ଇରାକର କାରବାଲାରେ କବର ନେବେ। ଇମାମ ହୁସେନଙ୍କ କବର ନିକଟରେ ତାଙ୍କୁ ଅନ୍ତିମ ବିଦାୟ ଜଣାଯିବ। ଏହି ସ୍ଥାନଟି ଶିଆ ମୁସଲିମଙ୍କ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସ୍ଥାନ।

ଅନ୍ୟପକ୍ଷରେ ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଅଲି ଖାମେନେଇଙ୍କ ନେତୃତ୍ୱରେ ଆଜି ତେହରାନରେ ନସ୍ରଲ୍ଲାଙ୍କ ପୋଷ୍ଟର ଧରି ଶତାଧିକ ଲୋକ ଏକାଠି ହୋଇଥିଲେ। ସେଠାରେ ପ୍ରତିକାତ୍ମକ ଭାବେ ନସ୍ରଲ୍ଲାଙ୍କ ଅନ୍ତିମ ସଂସ୍କାର ହୋଇଛି।

ଖାମେନେଇ ମଧ୍ୟ ୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଲୋକଙ୍କୁ ଶୁକ୍ରବାର ଧର୍ମସଭାରେ ସମ୍ବୋଧନ କରିଛନ୍ତି। ସେ ନସ୍ରଲ୍ଲାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

Israel Lebanon Hassan Nasrallah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe