Advertisment

ହେଜବୁଲ୍ଲାକୁ ପୁଣି ଝଟକା; ନସ୍ରଲ୍ଲାଙ୍କ ଉତ୍ତରାଧିକାରୀ ବି ନିପାତ

ହାସନ ନସ୍ରଲ୍ଲାଙ୍କ ମୃତ୍ୟୁ ପରେ ହେଜବୁଲ୍ଲାର ନୂଆ ମୁଖିଆଙ୍କୁ ନିପାତ କରିଛି ଇସ୍ରାଏଲ।

ଅଦ୍ୟତନ ହୋଇଛି
Hashem Safieddine

Hashem Safieddine

Advertisment

ଇରାନ ସମର୍ଥିତ ସଂଗଠନ ହେଜବୁଲ୍ଲାର ସମସ୍ତ ଶକ୍ତି ହ୍ରାସ। ସଂଗଠନର ମୁଖିଆ ହାସନ ନସ୍ରଲ୍ଲାଙ୍କ ମୃତ୍ୟୁ ପରେ ଯିଏ ଦାୟିତ୍ୱ ନେଇଥିଲେ ତାଙ୍କୁ ବି ନିପାତ କରିଛି ଇସ୍ରାଏଲ। ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହେଜବୁଲ୍ଲାର ମୁଖ୍ୟ ଭାବେ ନୂଆ କରି ଦାୟିତ୍ୱ ନେଇଥିବା ହାଶିମ ସୈଫୁଦ୍ଦିନର ମୃତ୍ୟୁ ଘଟିଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

Advertisment

ସୂଚନା ଅନୁସାରେ, ଆଜି ପୁଣି ଲେବାନନର ରାଜଧାନୀ ବେରୁଟରେ ଏୟାର ଷ୍ଟ୍ରାଇକ୍ କରିଥିଲା ଇସ୍ରାଏଲ। ଏଥିରେ ସୈଫୁଦ୍ଦିନର ମୃତ୍ୟୁ ହୋଇଛି। ରାନର ସର୍ବୋଚ୍ଚ ନେତା ଅୟାଚୋଲ୍ଲା ଅଲି ଖାମନେଇ ଦେଶବାସୀଙ୍କୁ ସମ୍ବୋଧିତ କରି ଇସ୍ରାଏଲକୁ ଖୋଲା ଧମକ ଦେବା ପରେ ଆଜି ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ।

ଗତକାଲି ଦେଶବାସୀଙ୍କୁ ସମ୍ବୋଧିତ କରି ଖାମନେଇ କହିଥିଲେ, "ଇସ୍ରାଏଲ ବେଶି ଦିନ ତିଷ୍ଠିବନି। ତେଲ ଅବିବି ଉପରେ ହୋଇଥିବା ଆକ୍ରମମ ଯଥାର୍ଥ।ଇସ୍ରାଏଲକୁ ଦୁର୍ବଳ କରିବା ପାଇଁ ମୁଁ ସମସ୍ତ ମୁସଲିମ ରାଷ୍ଟ୍ରଙ୍କୁ ଏକଜୁଟ ହେବାକୁ ଅପିଲ କରୁଛି।"

Advertisment

ଏହାପରେ ଆଜି ଲେବାନନର ବେରୁଟରେ ଥିବା ହେଜବୁଲ୍ଲା କ୍ୟାମ୍ପକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ। ସେପଟେ ହମାସର ମଧ୍ୟ ଜଣେ ବରିଷ୍ଠ ନେତାକୁ ନିପାତ କରିଛି ଇସ୍ରାଏଲ। ମୃତ ସୟଦ ଅଟ୍ଟାଲ୍ଲା ଅଲି ହମାସ କାସାମ ବ୍ରିଗେଡ୍ସର ସଦସ୍ୟ ଥିଲେ। ସୟଦଙ୍କ ସହ ତାଙ୍କ ପରିବାରର ମଧ୍ୟ ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। 

Strike In Beirut Nasrallah Israeli Strike Iran
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe