Advertisment

ଭାରତକୁ ନାଲି ଆଖି ଦେଖାଇଲେ ନାଟୋ ମୁଖ୍ୟ

ଆମେରିକା ସାଂସଦମାନଙ୍କୁ ବୁଧବାର ଭେଟିବା ପରେ ମାର୍କ ଋଟ୍ଟେ ଗଣମାଧ୍ୟମ ଜରିଆରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଚାପ ପକାଇ ତାଙ୍କୁ ଶାନ୍ତି ଆଲୋଚନା ଟେବୁଲକୁ ଆଣିବା ଦିଗରେ ବେଜିଂ, ନୂଆଦିଲ୍ଲୀ ଓ ବ୍ରାସିଲିଆର ନେତୃବୃନ୍ଦମାନେ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି।

Nato

Nato

Advertisment

ନାଟୋର ସେକ୍ରେଟାରୀ ଜେନେରାଲ ମାର୍କ ଋଟ୍ଟେ ବ୍ରାଜିଲ, ଚାଇନା ଓ ଭାରତକୁ ନାଲି ଆଖି ଦେଖାଇଛନ୍ତି। ରୁଷ ସହ ଯଦି ଏହି ଦେଶଗୁଡ଼ିକ ବ୍ୟବସାୟିକ ସମ୍ପର୍କ ଜାରି ରଖିବେ, ତା’ହେଲେ ସେମାନଙ୍କୁ ସାଂଘାତିକ ଆର୍ଥିକ କଟକଣାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ନାଟୋ ମୁଖ୍ୟ ମାର୍କ ଚେତାବନୀ ଦେଇଛନ୍ତି।

Advertisment

ଆମେରିକା ସାଂସଦମାନଙ୍କୁ ବୁଧବାର ଭେଟିବା ପରେ ମାର୍କ ଋଟ୍ଟେ ଗଣମାଧ୍ୟମ ଜରିଆରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଚାପ ପକାଇ ତାଙ୍କୁ ଶାନ୍ତି ଆଲୋଚନା ଟେବୁଲକୁ ଆଣିବା ଦିଗରେ ବେଜିଂ, ନୂଆଦିଲ୍ଲୀ ଓ ବ୍ରାସିଲିଆର ନେତୃବୃନ୍ଦମାନେ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି।

ସେ କହିଛନ୍ତି, “ଯଦି ଚାଇନାର ରାଷ୍ଟ୍ରପତି, ଭାରତର ପ୍ରଧାନମନ୍ତ୍ରୀ କିମ୍ବା ବ୍ରାଜିଲର ରାଷ୍ଟ୍ରପତି ପୂର୍ବଭଳି ରୁଷ ସହ ବ୍ୟବସାୟିକ ସମ୍ପର୍କ ରଖିବେ ଓ ସେଠାରୁ ତେଲ ଏବଂ ଗ୍ୟାସ କିଣିବେ, ତା’ହେଲେ ଆପଣମାନେ ଜାଣିଛନ୍ତି ଯେ ଏହାର ପରିଣାମ କ’ଣ ହେବ। ମସ୍କୋରେ ଥିବା ବ୍ୟକ୍ତି ଜଣଙ୍କ ଯଦି ଶାନ୍ତି ବୁଝାମଣାକୁ ଗୁରୁତ୍ୱର ସହ ନ ନେବେ, ତା’ହେଲେ ମୁଁ ନିଶ୍ଚିତ ଭାବେ ୧୦୦% ସେକେଣ୍ଡାରୀ କଟକଣା ଲଗାଇବି।

Advertisment

ମୁଁ ବ୍ୟକ୍ତିଗତ ଭାବେ ଏହି ୩ ଦେଶକୁ କହିବାକୁ ଚାହୁଁଛି ଯେ ଯଦି ଆପଣ ଏବେ ବେଜିଂ କିମ୍ବା ଦିଲ୍ଲୀ କିମ୍ବା ବ୍ରାଜିଲରେ ରହୁଛନ୍ତି, ତା’ହେଲେ ଏହାକୁ ଭଲ ଭାବେ ବିଚାରକୁ ନିଅନ୍ତୁ। କାରଣ ଏହା ସମ୍ଭବତଃ ଆପଣଙ୍କୁ ବଡ଼ ଧକ୍କା ଦେଇପାରେ।”

ମାର୍କ ଋଟ୍ଟେ ୩ ଦେଶର ନେତୃବୃନ୍ଦଙ୍କୁ ସିଧାସଳଖ ପୁଟିନଙ୍କୁ ବୁଝାସୁଝା କରି ଶାନ୍ତି ଆଲୋଚନା ପାଇଁ ଉତ୍ସାହିତ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ଦୟା କରି ଭ୍ଲାଦିମିର ପଟିନଙ୍କୁ ଫୋନ କରନ୍ତୁ। ସେ ଶାନ୍ତି ଆଲୋଚନାକୁ ଗୁରୁତ୍ୱର ସହ ନିଅନ୍ତୁ ବୋଲି ତାଙ୍କୁ ବୁଝାନ୍ତୁ। ଅନ୍ୟଥା ଏହା ବ୍ରାଜିଲ ଉପରେ, ଭାରତ ଉପରେ ଓ ଚାଇନା ଉପରେ ବଡ଼ ପ୍ରଭାବ ପକାଇବ।”

ନାଟୋ ମୁଖ୍ୟଙ୍କ ଏପରି ବୟାନର ଦିନକ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ ନୂଆ ସାମରିକ ସହାୟତା ସହ ରୁଷ ଉପରେ ଟାରିଫ କଟକଣା ଲଗାଇବାକୁ ଘୋଷଣା କରିଥିଲେ। ଟ୍ରମ୍ପ ଘୋଷଣା କରିଥିଲେ ଯେ ଆମେରିକା ପକ୍ଷରୁ ୟୁକ୍ରେନକୁ ଅତ୍ୟାଧୁନିକ ପାଟ୍ରିଅଟ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଯୋଗାଇ ଦିଆଯିବ। ୟୁକ୍ରେନ ନିଜର ସୁରକ୍ଷା ପାଇଁ ହକଦାର। କାରଣ ପୁଟିନ ଦିନରେ ବେଶ ଭଲ କଥା କହୁନ୍ତି, କିନ୍ତୁ ସନ୍ଧ୍ୟାରେ ସେ ସମସ୍ତଙ୍କ ଉପରେ ବୋମା ମାଡ଼ କରନ୍ତି।

Russia-Ukraine War USA NATO Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe