Advertisment

ଲୋକ ଚିହ୍ନି ପାରୁନାହାନ୍ତି ଆମେରିକା ରାଷ୍ଟ୍ରପତି! ଜେଲେନସ୍କିଙ୍କୁ 'ପୁଟିନ', କମଲା ହାରିସଙ୍କୁ 'ଟ୍ରମ୍ପ' କହୁଛନ୍ତି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ଏବେ ଲୋକ ଚିହ୍ନି ପାରୁନଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
Joe Biden & Zelenskyy

Joe Biden & Zelenskyy

Advertisment

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ଏବେ ଲୋକ ଚିହ୍ନି ପାରୁନଥିବା କୁହାଯାଉଛି। ବହୁ ବିଶିଷ୍ଟ ରାଷ୍ଟ୍ରନେତାଙ୍କ ନାଁକୁ ଭୁଲ୍ କହୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ନାଟୋ ରାଷ୍ଟ୍ରମାନଙ୍କୁ ନେଇ ଚାଲିଥିବା ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ 'ରାଷ୍ଟ୍ରପତି ପୁଟିନ' ଏବଂ କମଲା ହାରିସଙ୍କୁ 'ଟ୍ରମ୍ପ' ବୋଲି କହିଛନ୍ତି। 

Advertisment

ଆମେରିକାର ୱାଶିଂଟନ୍‌ରେ ନାଟୋ ଦେଶଗୁଡ଼ିକୁ ନେଇ ବୈଠକ ଚାଲିଛି। ଏହି ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ମଧ୍ୟ ଯୋଗ ଦେଇଛନ୍ତି। ଏହି ସମୟରେ ସଭାକୁ ସମ୍ବୋଧିତ କରିବା ବେଳେ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ 'ରାଷ୍ଟ୍ରପତି ପୁଟିନ' ବୋଲି କହିଥିଲେ। ଏହାପରେ ସେ ନିଜ ଭୁଲ୍ ସଂଶୋଧନ କରି ପୁଟିନଙ୍କୁ ପରାସ୍ତ କରିବା ଉପରେ ତାଙ୍କ ଧ୍ୟାନ ରହିଛି, ତେଣୁ ଏପରି କହିଦେଲେ ବୋଲି ସଫେଇ ଦେଇଛନ୍ତି। 

କେବଳ ଏତିକି ନୁହେଁ, ଆମେରିକାର ଉପରାଷ୍ଟ୍ରପତିଙ୍କ ନାଁକୁ ମଧ୍ୟ ଭୁଲ୍ କହିଛନ୍ତି ବାଇଡେନ। ସେ କମଲା ହାରିସଙ୍କୁ ଟ୍ରମ୍ପ ବୋଲି ସମ୍ବୋଧିତ କରିଥିଲେ। ବାଇଡେନଙ୍କ ଏହି ଭାଷଣ ସମୟର ଭିଡିଓ କ୍ଲିପ୍ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisment

ରାଷ୍ଟ୍ରପତି ନିର୍ବାଚନରେ ​​ବାଇଡେନଙ୍କ ପ୍ରାର୍ଥୀତ୍ୱକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସେ ଏପରି ସାଧାରଣ ଭୁଲ୍ କରି ବିବାଦରେ ଫସି ଯାଇଛନ୍ତି।ବାଇଡେନଙ୍କ ଏହି ତ୍ରୁଟି କାରଣରୁ ତାଙ୍କ ସମର୍ଥକମାନେ ମଧ୍ୟ ରାଷ୍ଟ୍ରପତି ଦୌଡ଼ରୁ ତାଙ୍କୁ ଓହରି ଯିବାକୁ ନିବେଦନ କରୁଥିବା ଚର୍ଚ୍ଚା ହେଉଛି। ସେପଟେ ସର୍ଭେ ରିପୋର୍ଟ ଅନୁସାରେ ବାଇଡେନ ରାଷ୍ଟ୍ରପତି ରେସରୁ ଓହରି ଯାଆନ୍ତୁ ବୋଲି ୫୬% ଲୋକ ଚାହୁଁଛନ୍ତି।  

ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ୮୧ ବର୍ଷ ବୟସ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିବା ଅନେକ ସମୟରେ ମିଡିଆ ରିପୋର୍ଟରେ ପ୍ରକାଶ ପାଇଥାଏ। କିନ୍ତୁ ସେ ଆଗାମୀ ଆମେରିକା ନିର୍ବାଚନରେ ମଧ୍ୟ ଡେମୋକ୍ରାଟ୍ସ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। 

Kamala Harris President Putin Zelenskyy NATO Summit Donald Trump Joe Biden
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe