Advertisment

ଲକ୍ଷେ ଟଙ୍କିଆ କ୍ୟାପ୍‌ ପିନ୍ଧି ପ୍ରଚାର କଲେ ନବାଜ, ହେଲେ ହଟହଟା

ଲୋକେ ତାଙ୍କୁ ତାତ୍ସଲ୍ୟ କରି ପାକିସ୍ତାନର ଆର୍ଥିକ ସଙ୍କଟ କଥା ମନେ ପକାଇଛନ୍ତି।

Ex-PM Nawaz Sharif

Ex-PM Nawaz Sharif

Advertisment

ପାଖେଇ ଆସିଲାଣି ପାକିସ୍ତାନ ନିର୍ବାଚନ। ଏଥିପାଇଁ ଜୋରସୋରେ୍‌ ଚାଲିଛି ପ୍ରଚାର। ଭୋଟିଂ ପୂର୍ବରୁ ସମସ୍ତ ଦଳର ହେଭିଓ୍ୱେଟ୍‌ ନେତା ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ଚାଲିଛି ଘନ ଘନ ରାଲି। ଏହାରି ଭିତରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ଶରିଫ ନିର୍ବାଚନ ପ୍ରଚାର କରିବାକୁ ଯାଇ ହଟହଟା ହୋଇଛନ୍ତି। ଲୋକେ ତାଙ୍କୁ ତାତ୍ସଲ୍ୟ କରି ପାକିସ୍ତାନର ଆର୍ଥିକ ସଙ୍କଟ କଥା ମନେ ପକାଇଛନ୍ତି।

Advertisment

ପୁଣିଥରେ କ୍ଷମତାକୁ ଆସିବା ପାଇଁ ନିକଟରେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ନବାଜ ଶରିଫ। ପଞ୍ଜାବର ନନକାନା ସାହିବରେ ତାଙ୍କ ପାର୍ଟି ପିଏମଏଲଏନର ଏକ ରାଲିରେ ସେ ଯୋଗ ଦେଇଥିଲେ। ଏହି ସମୟରେ ତାଙ୍କ ମୁଣ୍ଡରେ ଥିଲା ଲକ୍ଷେ ଟଙ୍କିଆ ଟୋପି। ସେ ଦାମି ଟୋପି ପିନ୍ଧି ପ୍ରଚାର କରିଥିଲେ। କିନ୍ତୁ ଏଭଳି କରିବା ଏବେ ତାଙ୍କୁ ମହଙ୍ଗା ପଡିଛି। ଏହି ରାଲିର ଫଟୋ ଏବଂ ଭିଡିଓ ପାକିସ୍ତାନରେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ଲୋକେ ତାଙ୍କୁ ଟାହିଟାପରା କରିଛନ୍ତି। ପାକିସ୍ତାନବାସୀଙ୍କୁ ନବାଜ ଶରିଫଙ୍କ ଏଭଳି ଦାମୀ ଟୋପି ପିନ୍ଧି ପ୍ରଚାର କରିବା ପସନ୍ଦ ଆସି ନାହିଁ।

ବାସ୍ତବରେ ନୱାଜ ସରିଫ ରାଲିରେ ଯୋଗ ଦେବା ସମୟରେ ଯେଉଁ କ୍ୟାପ୍‌ ବା ଟୋପି ପିନ୍ଧିଥିଲେ ତାହା ହେଉଛି ଗୁଚି କମ୍ପାନୀର। ଯାହାର ମୂଲ୍ୟ ହଜାରେ କି ୧୦ ଜହାର ନୁହେଁ ଏକ ଲକ୍ଷରୁ ଅଧିକ। ଏହି କ୍ୟାପ୍‌ରେ ତିଆରି ହୋଇଥିବା ଲାଇନ୍‌ଗୁଡିକ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। କ୍ୟାପର ଡିଜାଇନରେ ଏପରି ଷ୍ଟ୍ରାଇପ ଥିଲା, ଯାହା ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ପତାକା ସଦୃଶ। ଏହାକୁ ନେଇ ମଧ୍ୟ ଲୋକ ତାଙ୍କ ଉପରକୁ ପ୍ରଶ୍ନ ଉଠାଇଛନ୍ତି। ତାଙ୍କୁ ତାତ୍ସଲ୍ୟ କରିଛନ୍ତି।

Advertisment

ପାକିସ୍ତାନର ସୋସିଆଲ ମିଡିଆ ୟୁଜରମାନେ ନୱାଜ ଶରିଫ ଏବଂ ତାଙ୍କ ଦଳର ନେତାମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଦେଶରେ ଲୋକେ ଖାଇବାକୁ ପାଉ ନ ଥିବାବେଳେ ନବାଜ ଲକ୍ଷେ ଟଙ୍କାର କ୍ୟାପ ପିନ୍ଧିବା କେତେଦୂର ଯୁକ୍ତିଯୁକ୍ତ। ଜଣେ ୟୁଜର ତାଙ୍କ କ୍ୟାପର ଡିଜାଇନ ଏବଂ ପିଟିଆଇ ପତାକା ମଧ୍ୟରେ ସମାନତା ଦର୍ଶାଇ ନବାଜ ଶରିଫ କ୍ୟାପ ପିନ୍ଧି ଇମ୍ରାନ ଖାନଙ୍କୁ ସମର୍ଥନ କରୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି।

ପାକିସ୍ତାନ ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଭଳି ସ୍ଥିତି ଖାଦ୍ୟ ପେୟ ଜିନିଷ, ପେଟ୍ରୋଲ ଡିଜେଲ, ବିଦ୍ୟୁତ ଓ ଇନ୍ଧନ ଗ୍ୟାସର ଦାମ୍‌ ଆକାଶଛୁଆଁ ରହିଛି। ଏହାକୁ ନେଇ ଲୋକେ ନାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦେଶରେ ଲଗାତର ଗରିବ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁସାରେ କରୋନା ମହାମାରୀ ପରେ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦାମୀ ଟୋପି ପ୍ରଚାର କରିବାକୁ ପାକିସ୍ତାନବାସୀ ହଜମ କରିପାରୁ ନାହାନ୍ତି।

Nawaz Sharif Economic Crisis Pakistan Pakistan Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe