Advertisment

ବଡ଼ ବିପର୍ଯ୍ୟୟ: ମାନଶେହରାରୁ ହାରିଗଲେ ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ଶରିଫ

ପାକିସ୍ତାନର ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ଶରିଫଙ୍କୁ ମାତ୍ର ୮୦,୩୮୨ ଖଣ୍ଡ ଭୋଟ ମିଳିଛି। କିନ୍ତୁ ଖାନ ୧,୦୫,୨୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।

author-image
Hemant Lenka
Sharif

Sharif

ପାକିସ୍ତାନ ସାଧାରଣ ନିର୍ବାଚନରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏଲଏଲ-ଏନର ସୁପ୍ରିମୋ ନବାଜ ଶରିଫଙ୍କୁ ବଡ଼ ଝଟକା ଲାଗିଛି।

Advertisment

ସେ ନ୍ୟାଶନାଲ ଆସେମ୍ବ୍ଲି ୧୫ ମାନଶେହରା ଆସନରୁ ହାରି ଯାଇଛନ୍ତି। ଶରିଫ ପାକିସ୍ତାନ ତେହରିକ ଇ ଇନସାଫ(ପିଟିଆଇ)ର ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଘଜନାଫର ଖାନଙ୍କ ଠାରୁ ପ୍ରାୟ ୨୪ ହଜାର ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।

ପାକିସ୍ତାନର ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ଶରିଫଙ୍କୁ ମାତ୍ର ୮୦,୩୮୨ ଖଣ୍ଡ ଭୋଟ ମିଳିଛି। କିନ୍ତୁ ଖାନ ୧,୦୫,୨୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।

Advertisment

ଶରିଫ ଏନଏ ୧୫ ମାନଶେହରା ଆସନରୁ ହାରିଥିଲେ ମଧ୍ୟ ଲାହୋରର ଏନଏ ୧୩୦ରେ ବିଜୟୀ ହୋଇଛନ୍ତି। ତାଙ୍କୁ ଏଠାରେ ୧,୭୨,୦୦୦ ଭୋଟ ମିଳିଛି। ତାଙ୍କ ବିରୋଧରେ ଏଠାରେ ପ୍ରାର୍ଥୀ ହୋଇଥିବା ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ୧,୧୩,୦୦୦ ଭୋଟ ପାଇଛନ୍ତି।

ସେହିପରି ଲାହୋର ଏନଏ ୧୧୯ରୁ ଶରିଫଙ୍କ ଝିଅ ମରୟମ ଶରିଫ, ଏନଏ ୧୧୮ରୁ ଶରିଫଙ୍କ ପୁତୁରା ହାମଜା ଓ ଏନଏ ୧୨୩ରୁ ଶରିଫଙ୍କ ସାନ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବିଜୟୀ ହୋଇଛନ୍ତି।

Pakistan Nawaz Sharif