Advertisment

Iran Protest: ଇରାନ ବିକ୍ଷୋଭ ଯୋଗୁ ଗଲାଣି ୨ ହଜାର ଲୋକଙ୍କ ଜୀବନ

ଇରାନୀୟ ଅଧିକାରୀ ଜଣଙ୍କ ଏହି ସୂଚନା ଦେଇଥିବା ବେଳେ ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ପଛରେ ଆତଙ୍କବାଦୀଙ୍କ ହାତ ରହିଥିବା ସେ କହିଛନ୍ତି। ତେବେ କେଉଁମାନେ ସବୁ ପ୍ରାଣ ହରାଇଛନ୍ତି, ତା’ର ବିସ୍ତୃତ ସୂଚନା ଅଧିକାରୀ ଜଣଙ୍କ ଦେଇ ନାହାନ୍ତି।

author-image
Hemant Lenka
Iran

ଇରାନ ବିକ୍ଷୋଭ

ଇରାନରେ ୧୮ ଦିନ ହେଲା ଜାରି ରହିଥିବା ସରକାରୀ ବିରୋଧୀ ଆନ୍ଦୋଳନ(Iran Protest) ତୀବ୍ର ହେବାରେ ଲାଗିଛି। ବିକ୍ଷୋଭ ସମୟରେ ସୁରକ୍ଷାକର୍ମୀଙ୍କୁ ମିଶାଇ ପ୍ରାୟ ୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଜଣେ ଇରାନୀୟ ଅଧିକାରୀ ପ୍ରଥମଥର ସୂଚନା ଦେଇଛି। ଦେଶବ୍ୟାପୀ ଚାଲିଥିବା ସରକାରୀ ବିରୋଧୀ ଆନ୍ଦୋଳନ ସମୟରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରଥମଥର ପାଇଁ ଇରାନ ପକ୍ଷରୁ ସ୍ୱୀକାର କରାଯାଇଛି। 

Advertisment

ରୟଟର୍ସକୁ ଇରାନୀୟ ଅଧିକାରୀ ଜଣଙ୍କ ଏହି ସୂଚନା ଦେଇଥିବା ବେଳେ ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ପଛରେ ଆତଙ୍କବାଦୀଙ୍କ ହାତ ରହିଥିବା ସେ କହିଛନ୍ତି। ତେବେ କେଉଁମାନେ ସବୁ ପ୍ରାଣ ହରାଇଛନ୍ତି, ତା’ର ବିସ୍ତୃତ ସୂଚନା ଅଧିକାରୀ ଜଣଙ୍କ ଦେଇ ନାହାନ୍ତି। କିନ୍ତୁ ମୃତକଙ୍କ ମଧ୍ୟରେ ଅଧିକାଂଶ ବିକ୍ଷୋଭକାରୀ ରହିଛନ୍ତି। ସରକାରୀ ବିରୋଧୀ ଆନ୍ଦୋଳନକୁ ଦମନ କରିବା ପାଇଁ ସୁରକ୍ଷାକର୍ମୀମାନେ ଗୁଳିମାଡ଼ କରିବାରୁ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଛି। 

ଗତବର୍ଷ ଜୁନ ମାସରେ ଇସ୍ରାଏଲ ପକ୍ଷରୁ ଇରାନରେ ଅପରେସନ ରାଇଜିଂ ଲାୟନ କରାଯାଇଥିଲା। ଏହି ୧୨ ଦିନିଆ ଯୁଦ୍ଧରେ ଇରାନର ବରିଷ୍ଠ ସାମରିକ କମାଣ୍ଡରମାନେ ପ୍ରାଣ ହରାଇଥିଲେ। ଆମେରିକା ସମର୍ଥନରେ ଇସ୍ରାଏଲ ଏପରି କରିଥିଲା।

Advertisment

ସେହିପରି ଆମେରିକା ମଧ୍ୟ ଇରାନର ଆଣବିକ ପ୍ରତିଷ୍ଠାନକୁ ଧ୍ୱଂସ କରି ଦେଇଥିଲା। ସେବେଠାରୁ ଇରାନର ଆର୍ଥିକ ସ୍ଥିତି ବିଗିଡ଼ିବା ସହ ଖାମେନେଇ ଶାସନ ବିରୋଧରେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଗତ ୧୮ ଦିନ ହେଲା ସରକାରୀ ବିରୋଧୀ ଆନ୍ଦୋଳନ ଆହୁରି ତୀବ୍ର ହୋଇଛି। 

ଗୋଟିଏ ପଟେ ଇରାନରେ ବିକ୍ଷୋଭ ତୀବ୍ର ହେଉଥିବା ବେଳେ ଆମେରିକାର ଘାତକ ଡେଲ୍ଟା ଫୋର୍ସ ନର୍ଦ୍ଦନ ଇରାକରେ ଥିବା ଅଲ ହାରିର ଏୟାର ବେସରେ ପହଞ୍ଚିଛନ୍ତି। ଇରାକୀ କୁର୍ଦିସ୍ତାନର ଇରବିଲ ସହରରେ ଏୟାରବର୍ଣ୍ଣ ୟୁନିଟର ଉପସ୍ଥିତି ଇରାନର ଚିନ୍ତା ବଢ଼ାଇ ଦେଇଛି।

ଚିନ୍ତାରେ ଥିବା ଇରାନ ଏବେ ଦେଶରେ ବଢ଼ୁଥିବା ବିକ୍ଷୋଭ ପାଇଁ ଆମେରିକା ଓ ଇସ୍ରାଏଲକୁ ଦାୟୀ କରିଛି। ତଥାପି ଖାମେନେଇ ଏକାକୀ ମୂଷା ଭଳି ଲୁଚି ରହିଥିବା ଇରାନୀୟ-ଆମେରିକୀୟ ସାମ୍ବାଦିକ ମସିହ ଅଲୀନେଜାଦ କହିଛନ୍ତି। 
ଗତ ସପ୍ତାହରେ ଗୁଇନ୍ଦା ବିଭାଗ ହାସଲ କରିଥିବା ଦସ୍ତାବିଜରେ ଖାମେନେଇ ଦେଶ ଛାଡ଼ିବା ଯୋଜନାରେ ରହିଥିବା ମଧ୍ୟ ଉଲ୍ଲେଖ ରହିଥିଲା। 

Protest Iran