Advertisment

କୃତ୍ରିମ ବୁଦ୍ଧି ଯୋଗୁ ମେ’ ମାସରେ ଚାକିରି ହରାଇଲେ ୪ ହଜାର ଲୋକ

ଏଆଇ ସବୁ କାମ କରୁଥିବାରୁ କମ୍ପାନୀଗୁଡ଼ିକ ଏବେ ଲୋକବଳ ହ୍ରାସ କରୁଛନ୍ତି। ଆଗକୁ ଆହୁରି ଅନେକ ଲୋକ ଚାକିରି ହରାଇବେ ବୋଲି ଚ୍ୟାଲେଞ୍ଜର, ଗ୍ରେ ଓ ଖ୍ରୀଷ୍ଟମାସ ନାମକ ଗୋଟିଏ ସର୍ଭେ ସଂସ୍ଥା ରିପୋର୍ଟ ଦେଇଛି।

author-image
Hemant Lenka
AI

AI

କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର କୁପ୍ରଭାବ ମଣିଷ ଉପରେ ପଡ଼ିବା ଆରମ୍ଭ ହୋଇଗଲାଣି। ମଣିଷ ସଭ୍ୟତା ପାଇଁ ଏଆଇ ଘାତକ ବୋଲି ବିଶେଷଜ୍ଞମାନେ କରୁଥିବା ଆକଳନ ଧୀରେଧୀରେ ସତ ପ୍ରମାଣିତ ହେବାରେ ଲାଗିଛି। ଏଆଇ ଯୋଗୁ କେବଳ ମେ’ ମାସରେ ଆମେରିକାର ୪ ହଜାର ଲୋକ ଚାକିର ହରାଇଛନ୍ତି।

Advertisment

ଏଆଇ ସବୁ କାମ କରୁଥିବାରୁ କମ୍ପାନୀଗୁଡ଼ିକ ଏବେ ଲୋକବଳ ହ୍ରାସ କରୁଛନ୍ତି। ଆଗକୁ ଆହୁରି ଅନେକ ଲୋକ ଚାକିରି ହରାଇବେ ବୋଲି ଚ୍ୟାଲେଞ୍ଜର, ଗ୍ରେ ଓ ଖ୍ରୀଷ୍ଟମାସ ନାମକ ଗୋଟିଏ ସର୍ଭେ ସଂସ୍ଥା ରିପୋର୍ଟ ଦେଇଛି।

ସର୍ଭେ ସଂସ୍ଥା କହିଛି ଯେ ମେ’ ମାସରେ ଏଆଇ ଯୋଗୁ ୩,୯୦୦ ଜଣ ଲୋକ ଚାକିରି ହରାଇଛନ୍ତି। ମେ’ ମାସରେ ଆମେରିକାରେ ହୋଇଥିବା ମୋଟ ଛଟେଇର ଏହା ହେଉଛି ୪.୯%। ଗୁରୁବାର ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ ଜାନୁଆରୀରୁ ମେ’ ମାସ ମଧ୍ୟରେ ୪,୧୭,୫୦୦ ଜଣ ଲୋକ ଚାକିରି ହରାଇ ସାରିଛନ୍ତି। ୨୦୨୦ ମହାମାରୀ କରୋନା ଠାରୁ କମ୍ପାନୀଗୁଡ଼ିକ ଛଟେଇ ପ୍ରକ୍ରିୟା ଆରମ୍ଭ କରିଥିଲେ।

Advertisment

ତେବେ ଚଳିତ ବର୍ଷର ପ୍ରଥମ ୫ ମାସରେ ସର୍ବାଧିକ ଛଟେଇ ହୋଇଛି। କରୋନା ପରଠାରୁ ବର୍ତ୍ତମାନ ସୁଦ୍ଧା ୧.୪ ମିଲିୟନରୁ ଅଧିକ ଲୋକ ଚାକିରି ହରାଇ ସାରିଲେଣି। ୨୦୦୯ରେ ରେକର୍ଡ ୮,୨୦,୦୦୦ ଲୋକଙ୍କୁ ଛଟେଇ କରାଯାଇଥିଲା। ୨୦୨୩ରେ ଏହି ରେକର୍ଡ ଭାଙ୍ଗିବ ବୋଲି ସମସ୍ତେ ଆଶଙ୍କା କରିଛନ୍ତି।

ସର୍ଭେରୁ ଜଣାପଡ଼ିଛି ଯେ ଗ୍ରାହକଙ୍କ ବିଶ୍ୱାସ ୬ ମାସ ମଧ୍ୟରେ ସବୁଠାରୁ କମ ରହିଛି। ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉନି। କମ୍ପାନୀଗୁଡ଼ିକ ନୂଆ ଲୋକଙ୍କୁ ନେବା କମ କରି ଦେଇଛନ୍ତି। ଏଆଇ ବ୍ୟତୀତ ମେ’ ମାସରେ ହୋଇଥିବା ଛଟେଇର ଅନ୍ୟତମ ପ୍ରମୁଖ କାରଣ ହେଲା ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ହେବା। ତେଣୁ ମେ’ ମାସରେ ହଜାର ହଜାର ଲୋକ ଚାକିରି ହରାଇଛନ୍ତି।

USA Job Lost