Advertisment

ନେପାଳରେ ବି ବ୍ୟାନ ହେଲା Everest ଓ MDH ମସଲା

ସିଙ୍ଗାପୁର ଓ ହଂକଂ ପରେ ନେପାଳ ଏଭରେଷ୍ଟ ଏବଂ MDH ମସଲା ବ୍ୟବହାର ଓ ବିକ୍ରୟ ଉପରେ କଟକଣା ଲଗାଇଛି।

MDH & Everest

MDH & Everest

Advertisment

ସିଙ୍ଗାପୁର ଓ ହଂକଂ ପରେ ଏଭରେଷ୍ଟ ଏବଂ MDH ମସଲା ଉପରେ ପ୍ରତିବନ୍ଧକ ଲଗାଇଛି ନେପାଳ। ନେପାଳ ସରକାରଙ୍କ ପକ୍ଷରୁ ଭାରତର ଏହି ଦୁଇ ମସଲା ଉତ୍ପାଦର ବ୍ୟବହାର ଓ ବିକ୍ରୟ ଉପରେ କଟକଣା ଲଗାଯାଇଛି।

Advertisment

ଫୁଡ୍ ଟେକ୍ନୋଲୋଜି ଏବଂ ଗୁଣବତ୍ତା ନିୟନ୍ତ୍ରଣ ବିଭାଗ ଏଭରେଷ୍ଟ ଏବଂ MDH ମସଲାରେ ଥିବା ଇଥାନଲ ଅକ୍ସାଇଡ କର୍କଟ ସୃଷ୍ଟି କରୁଛି କି ନାହିଁ ତାର ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛି। ପରୀକ୍ଷଣ ଶେଷ ନ ହେବା ପର୍ଯ୍ୟନ୍ତ ଏହି ଦୁଇ ମସଲା ବ୍ୟବହାର ନ କରିବାକୁ ଉରଦେଶ ଦିଆଯାଇଛି। 

ନେପାଳର ଫୁଡ୍ ଟେକ୍ନୋଲୋଜି ମୁଖପାତ୍ର ମୋହନ କୃଷ୍ଣ ମହାରଜନ କହିଛନ୍ତି, "ଦେଶରେ ଏଭରେଷ୍ଟ ଏବଂ MDH ବ୍ରାଣ୍ଡ ମସଲା ଆମଦାନୀ ଉପରେ ବାରଣ କରାଯାଇଛି। ବଜାରରେ ମଧ୍ୟ ସେଗୁଡିକର ବିକ୍ରୟକୁ ନିଷିଦ୍ଧ କରିଛୁ। ଏହି ଦୁଇଟି ନିର୍ଦ୍ଦିଷ୍ଟ ବ୍ରାଣ୍ଡର ମସଲାରେ ଥିବା ରାସାୟନିକ ପଦାର୍ଥ ପାଇଁ ପରୀକ୍ଷା ଚାଲିଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଷେଧାଦେଶ ଜାରି ରହିବ।"

Advertisment
Everest MDH Nepal Ban Indian Masala Everest Ban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe