Advertisment

ନେପାଳରେ ପ୍ରବଳ ବର୍ଷା; ୩୯ ମୃତ, ଏକାଧିକ ନିଖୋଜ

ରାଜଧାନୀ କାଠମାଣ୍ଡୁରେ ୯ ଜଣ ଲୋକଙ୍କ ମୃତ୍ୟୁ ସହ ୨୨୬ଟି ଘର ଜଳମଗ୍ନ ହୋଇଯାଇଛି।

ଅଦ୍ୟତନ ହୋଇଛି
Floods Area

Floods Area

Advertisment

ନେପାଳରେ ଲଗାଣ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ଏବଂ ଭୂସ୍ଖଳନ ଘଟି ୩୯ ଜଣଙ୍କର ମୃତ୍ୟୁ ଘଟିଲାଣି। 

Advertisment

ସୂଚନା ଅନୁସାରେ, ଗତକାଲି ନେପାଳର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ରାସ୍ତାଘାଟ ସବୁଠି ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳରେ ପାଣି ମାଡ଼ି ଯାଇଥିବାରୁ ଲୋକେ ଘରୁ ବାହାରି ପାରୁନାହାନ୍ତି। 

ରାଜଧାନୀ କାଠମାଣ୍ଡୁରେ ୯ ଜଣ ଲୋକଙ୍କର ମୃତ୍ୟୁ ଘଟି ଥିବାବେଳେ ଲଳିତପୁରରେ ୧୬ ଜଣ, ଭକ୍ତପୁରରେ ୫ ଜଣ, କଭରେପାଲନଚୌକରେ ୩ ଜଣ, ପଞ୍ଚଚର ଏବଂ ଧନକୁଟାରେ ଦୁଇଜଣ ଲେଖାଏ ଏବଂ ଝାପା ଓ ଧଦିଙ୍ଗରେ ଜଣେ ଲେଖାଏ ଲୋକଙ୍କ ମୃତ୍ୟୁ ଘଟିଛି। ସର୍ବମୋଟ ୩୯ ଜଣଙ୍କ ମୃତ୍ୟୁ ହୋଇଛି। 

Advertisment

ବନ୍ୟାରେ ମଧ୍ୟ ଅନେକ ଲୋକ ଭାସି ଯାଇଛନ୍ତି। ୧୧ ଜଣ ନିଖୋଜ ଅଛନ୍ତି, ସେମାନଙ୍କ ପତ୍ତା ମିଳୁନଥିବା ସୂଚନା ମିଳିଛି। ସେହିପରି ପୁଲିସ ରିପୋର୍ଟ ଅନୁସାରେ, କାଠମାଣ୍ଡୁରେ ୨୨୬ଟି ଘର ଜଳମଗ୍ନ ହୋଇଯାଇଛି। ପ୍ରଭାବିତ ଅଞ୍ଚଳରେ ନେପାଳ ପୁଲିସରୁ ପ୍ରାୟ ୩୦୦୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।

Landslide Nepal Floods Heavy Rainfall
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe