Advertisment

ନଇଁଲେ ନେପାଳ ସରକାର, ହଟିଲା କଟକଣା

ନେପାଳ ସରକାର କହିଥିଲେ ଯେ ସୋଶାଲ ମିଡିଆ ୟୁଜର୍ସ ମିଛ ଆଇଡି ତିଆରି କରି ସେଗୁଡ଼ିକୁ ମିଛ ଖବର ପ୍ରଚାର କରିବାରେ ଓ ଘୃଣା ବାଣ୍ଟିବାରେ ବ୍ୟବହାର କରୁଛନ୍ତି। ପୁଣି ତା’ ମାଧ୍ୟମରେ ଠକେଇ ଓ ଅନ୍ୟାନ୍ୟ ଅପରାଧ ଘଟାଉଛନ୍ତି।

Nepal Protest

Nepal Protest

Advertisment

ଜେନ୍ ଜେଡ୍‌ (୧୮ରୁ ୩୦ ବର୍ଷର ଯୁବଗୋଷ୍ଠୀ)ଙ୍କ ବଡ଼ ଧରଣର ବିକ୍ଷୋଭ ଓ ୨୦ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ପରେ ନେପାଳ ସରକାର ସୋମବାର ବିଳମ୍ବିତ ରାତିରେ ସୋଶାଲ ମିଡିଆ ଉପରେ ଲଗାଇଥିବା ନିଷେଧାଦେଶକୁ ଉଠାଇ ଦେଇଛନ୍ତି। ନେପାଳର ଯୋଗାଯୋଗ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପୃଥିବୀ ସୁବ୍ବା ଗୁରୁଙ୍ଗ ଏହି ଘୋଷଣା କରିଛନ୍ତି। କ୍ୟାବିନେଟ୍ ବୈଠକ ପରେ ସେ ଏହି ଘୋଷଣା କରିଥିଲେ।

Advertisment

ଗୁରୁଙ୍ଗ କହିଥିଲେ ଯେ ଜେନ୍ ଜେଡ୍‌ଙ୍କ ଦାବିକୁ ସରକାର ଗ୍ରହଣ କରିଛନ୍ତି ଓ ସୋଶାଲ ମିଡିଆ ଉପରେ ଲଗାଯାଇଥିବା ବ୍ୟାନକୁ ହଟାଇ ଦେଇଛନ୍ତି। ତେବେ ସରକାର ତାଙ୍କ ପୂର୍ବ ନିଷ୍ପତ୍ତିକୁ ନେଇ ଆଦୌ ପଶ୍ଚାତାପ କରୁନାହାନ୍ତି, ଯେଉଁଥିରେ ସୋଶାଲ ମିଡ଼ିଆ ପ୍ଲାଟଫର୍ମଗୁଡ଼ିକୁ ବନ୍ଦ କରିବାକୁ କୁହାଯାଇଥିଲା। ଏହା ସହିତ ସେ ଜେନ୍ ଜେଡ୍ ଗ୍ରୁପ୍‌କୁ ବିକ୍ଷୋଭ ପ୍ରତ୍ୟାହାର କରି ନେବାକୁ ଅନୁରୋଧ କରିଥିଲେ।

ସରକାର ସୋଶାଲ ମିଡିଆ ଉପରେ ଲଗାଇଥିବା ବ୍ୟାନକୁ ହଟାଇବା ସହିତ ବିକ୍ଷୋଭକାରୀଙ୍କ ଦ୍ୱାରା ଘଟାଯାଇଥିବା ହିଂସାର ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି। କ୍ୟାବିନେଟ୍ ପକ୍ଷରୁ ଏହି କମିଟି ଗଠନ କରାଯାଇଥିବା ବେଳେ ୧୫ ଦିନରେ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଗତ ସପ୍ତାହରେ ନେପାଳ ସରକାର ଅନେକ ସୋଶାଲ ମିଡିଆ ପ୍ଲାଟଫର୍ମକୁ ବ୍ଲକ୍ କରି ଦେଇଥିଲେ। କାରଣ ସେମାନେ ନେପାଳ ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ନିଜକୁ ପଞ୍ଜୀକରଣ କରି ନଥିଲେ। ସୋଶାଲ ମିଡିଆ ପ୍ଲାଟଫର୍ମଗୁଡ଼ିକର ଅପବ୍ୟବହାର ରୋକିବାକୁ ନେପାଳ ସରକାର ନୂଆ ଗାଇଡଲାଇନ ତିଆରି କରିଥିବା ବେଳେ ଅନେକ ସୋଶାଲ ମିଡିଆ ପ୍ଲାଟଫର୍ମ ସେଥିରେ ସହମତ ହୋଇନାହାନ୍ତି।

ନେପାଳ ସରକାର କହିଥିଲେ ଯେ ସୋଶାଲ ମିଡିଆ ୟୁଜର୍ସ ମିଛ ଆଇଡି ତିଆରି କରି ସେଗୁଡ଼ିକୁ ମିଛ ଖବର ପ୍ରଚାର କରିବାରେ ଓ ଘୃଣା ବାଣ୍ଟିବାରେ ବ୍ୟବହାର କରୁଛନ୍ତି। ପୁଣି ତା’ ମାଧ୍ୟମରେ ଠକେଇ ଓ ଅନ୍ୟାନ୍ୟ ଅପରାଧ ଘଟାଉଛନ୍ତି।

ଏହର ସହିତ ପଞ୍ଜୀକରଣ କରି ନଥିବା ସୋଶାଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବନ୍ଦ କରି ଦେବା ପାଇଁ ସରକାର ନେପାଳ ଟେଲିକମ୍ୟୁନିକେସନ ଅଥରିଟୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କେଉଁ ସୋଶାଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବନ୍ଦ କରାଯାଇଥିଲା, ସେ ନେଇ ସରକାର କୌଣସି ସୂଚନା ଦେଇ ନଥିଲେ।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମେଟାର ଫେସ୍‌ବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟ୍‌ସଆପ୍‌, ଆଲ୍‌ଫାବେଟ୍‌ର ୟୁଟ୍ୟୁବ ସହିତ ସ୍ପାନଚାଟ ଓ ଏକ୍ସ ଆଦି ଉପରେ ବ୍ୟାନ ଲଗାଇଥିଲେ।

ଜୁଲାଇ ମାସରେ ନେପାଳ ସରକାର ଟେଲିଗ୍ରାମ ମେସେଜିଙ୍ଗ ଆପ୍ ଉପରେ ବ୍ୟାନ ଲଗାଇଥିଲେ। ଅନ୍‌ଲାଇନ ଠକେଇ ଓ ମନି ଲଣ୍ଡରିଂ ଭଳି ମାମଲାର ବୃଦ୍ଧି ପାଉଥିବା ଦର୍ଶାଇ ସରକାର ଏହି ନିଷ୍ପତ୍ତି ନେଇଥିଲେ। ଗତ ବର୍ଷ ଅଗଷ୍ଟ ମାସରେ ସରକାର ଟିକ୍‌ଟକ୍ ଉପରୁ କଟକଣା ହଟାଇଥିଲେ। ଟିକ୍‌ଟକ୍ ନେପାଳ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌କୁ ମାନି ନିଜକୁ ପଞ୍ଜୀକରଣ କରିବା ପରେ ଏହା ଉପରୁ ବ୍ୟାନ ହଟିଥିଲା।

Nepal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe