Advertisment

ନେପାଳ ସରକାର ବନାମ ଜେନ ଜେଡ୍‌: ଗଲାଣି ୨୦ ଜୀବନ, ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା

ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ପୁଲିସ ଓ ସେନା ପକ୍ଷରୁ ଗୁଳି ମାଡ଼ କରାଯାଇଛି। ଏଥିରେ ୨୦ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇବାରୁ ଅସନ୍ତୋଷର ନିଆଁ ଆହୁରି ବ୍ୟାପକ ହୋଇଛି।

Nepal

Nepal

Advertisment

ସୋଶାଲ ମିଡିଆ ବ୍ୟାନ ବିରୋଧରେ ନେପାଳ ସରକାର ବିରୋଧୀ ସ୍ୱରକୁ ଜେନ ଜେଡ ପକ୍ଷରୁ ଶାଣିତ କରାଯାଇଛି। ହଜାର ହଜାର ଜେନ ଜେଡ ଆଜି କାଠମାଣ୍ଡୁରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ପୂରା ଦେଶ ଅଶାନ୍ତ ହୋଇ ଉଠିଛି। ପୋଡ଼ାଜଳା ସାଙ୍ଗାକୁ ଭଙ୍ଗା ରୁଜା ସ୍ଥିତିକୁ ଅସ୍ଥିର କରିଛି। ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ପୁଲିସ ଓ ସେନା ପକ୍ଷରୁ ଗୁଳି ମାଡ଼ କରାଯାଇଛି। ଏଥିରେ ୨୦ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇବାରୁ ଅସନ୍ତୋଷର ନିଆଁ ଆହୁରି ବ୍ୟାପକ ହୋଇଛି। ଏବେ ୨୫୦ରୁ ଅଧିକ ଯୁବକଯୁବତୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।  ଏ ସବୁ ଭିତରେ ନେପାଳର ରମେଶ ଲେଖାକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। 

Advertisment

ବିକ୍ଷୋଭ ବେଳେ ୨୦ ଜଣ ଶିକ୍ଷାର୍ଥୀଙ୍କ ଜୀବନ ଯାଇଥିବାରୁ ଏହାର ନୈତିକ ଦାୟିତ୍ୱ ସେ ଗୃହମନ୍ତ୍ରୀ ଭାବେ ନେଇଛନ୍ତି। ଏଥିଯୋଗୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫାପତ୍ରକୁ ସେ ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମା ଓ ନେପାଳର ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଦେଇଥିବା ଜଣାପଡ଼ିଛି। 

ସୂତ୍ର ଅନୁସାରେ, ନେପାଳୀ କଂଗ୍ରେସ ପଦାଧିକାରୀଙ୍କ ବୈଠକ ସମୟରେ ରମେଶ ପ୍ରଥମେ ନିଜର ଇସ୍ତଫା ପ୍ରସ୍ତାବ ଦେଇଥିଲେ। ଏହାପରେ ସେ ବିଧିବଦ୍ଧ ଭାବେ ନିଜ ପଦ ଛାଡ଼ିଛନ୍ତି। ଦେଶରେ ଅଶାନ୍ତିର ନିଆଁ ଜଳୁଥିବାରୁ ବିରୋଧୀ ରମେଶ ଓ ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମାଙ୍କ ଇସ୍ତଫା ଦାବି କରୁଛନ୍ତି। ୨୦ ଜଣଙ୍କ ମୃତ୍ୟୁ ପାଇଁ ବିରୋଧୀ ସିଧା ଗୃହ ମନ୍ତ୍ରୀ ରମେଶଙ୍କୁ ଦାୟୀ କରିଥିଲେ।

Advertisment

ଅନ୍ୟପକ୍ଷରେ ସ୍ଥିତିକୁ ଦେଖି ସମସ୍ତ ବଡ଼ବଡ଼ ରାଜନୀତିକ ଦଳ ଓ ବରିଷ୍ଠ ନେତାଙ୍କ ଠିକଣାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ି କଡ଼ି କରାଯାଇଛି। ଶାସକ ୟୁଏମଏଲ ଓ ନେପାଳୀ କଂଗ୍ରେସ ପାର୍ଟିର ମୁଖ୍ୟାଳୟର ଆଖପାଖ ଅଞ୍ଚଳରେ ମଧ୍ୟ କର୍ଫ୍ୟୁ ଲାଗୁ କରାଯାଇଛି। ଆଗାମୀ ଦୁଇ ଦିନ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଥିବା ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ ସେପ୍ଟେମ୍ବର ୯, ୧୦ ଓ ୧୧ ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍ଥିଗତ ରଖାଯାଇଛି।

୧୯୯୭ରୁ ୨୦୧୨ମଧ୍ୟରେ ଜନ୍ମ ହୋଇଥିବା ଲୋକଙ୍କୁ Gen-Z କୁହାଯାଏ। ଏମାନଙ୍କ ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ଅର୍ଥାତ ଏମାନେ ଦେଶର ଯୁବଗୋଷ୍ଠୀ। ଆଧୁନିକ ଟେକ୍ନୋଲୋଜି ସହ ମଧ୍ୟ ସେମାନେ ବେଶ ପାରଙ୍ଗମ। ଏବେ ଦେଶର ଯୁବଗୋଷ୍ଠୀ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେଣୁ ସେମାନଙ୍କୁ ଜେନ ଜେଡ କୁହାଯାଉଛି। ସେମାନଙ୍କ ବିକ୍ଷୋଭରେ ସରକାର ମଧ୍ୟ ଚେପା ହୋଇଯାଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମାଙ୍କ ଅଧ୍ୟକ୍ଷତାରେ ଘନଘଡ଼ ବୈଠକ ବସିବାରେ ଲାଗିଛି। 

ସେପ୍ଟେମ୍ବର ୪ରେ ନେପାଳ ସରକାର ୨୬ଟି ସୋଶାଲ ମିଡିଆକୁ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ସରକାରୀ ଗାଇଡଲାଇନକୁ ମାନୁ ନାହାନ୍ତି ଓ ସେମାନେ ନିଜକୁ ପଞ୍ଜୀକରଣ କରି ନଥିବାରୁ ସରକାର ସେଗୁଡ଼ିକୁ ବ୍ୟାନ କରିଥିଲେ। ସରକାର ଜାତୀୟ ସୁରକ୍ଷାର ଦ୍ୱାହି ଦେଉଥିବା ବେଳେ ବିକ୍ଷୋକାରୀ ଏହାକୁ ସାଧାରଣ ସ୍ୱରକୁ ବନ୍ଦ କରିବାର ପ୍ରୟାସ ବୋଲି କହିଛନ୍ତି।

Protest Nepal gen-z-protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe