Advertisment

ଭାଙ୍ଗିଲା ନେପାଳର ମେଣ୍ଟ ସରକାର

ଦୀର୍ଘ ୧୫ ମାସ ପରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ(ପ୍ରଚଣ୍ଡ) ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ମେଣ୍ଟ ଭାଙ୍ଗି ଯାଇଛି।

Nepal PM Prachanda

Nepal PM Prachanda

Advertisment

ନେପାଳରେ ଭାଙ୍ଗିଲା ମେଣ୍ଟ ସରକାର। ଅଲଗା ହେଲେ ପ୍ରଚଣ୍ଡ ଓ ଦେଉବା। ମାଳଦ୍ୱୀପ ପରେ ଭାରତର ପଡୋଶୀ ଦେଶ ନେପାଳରେ ଦେଖିବାକୁ ମିଳିଛି ବଡ଼ ଧରଣର ରାଜନୈତିକ ହଲ୍‌ଚଲ। ଦୀର୍ଘ ୧୫ ମାସ ପରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ(ପ୍ରଚଣ୍ଡ) ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ମେଣ୍ଟ ଭାଙ୍ଗି ଯାଇଛି। ଏନେଇ ଖୋଦ୍‌ ନେପାଳ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment

ଦେଉବାଙ୍କ ଠାରୁ ଭିନ୍ନ ହୋଇ କେପି ଓଲିଙ୍କ ସହ ମେଣ୍ଟ କରି ନୂଆ ସରକାର ଗଠନ କରିବାକୁ ଘୋଷଣା କରିଛନ୍ତି ନେପଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ। ଅର୍ଥମନ୍ତ୍ରୀ ସୁରେନ୍ଦ୍ର ପାଣ୍ଡେଙ୍କ ମୁତାବକ ସୋମବାର ଦିନ ନୂଆ ମନ୍ତ୍ରିମଣ୍ଡଳର ନେତା ଶପଥ ନେଇପାରନ୍ତି।

ଦୀର୍ଘ ଦିନ ହେବ ପୁଷ୍ପ କମଲ ଓ ଶେର ବାହାଦୂରଙ୍କ ନେତାଙ୍କ ମଧ୍ୟରେ କୌଣସି ଏକ କଥା ନେଇ ବିବାଦ ଲାଗି ରହିଥିଲା ବୋଲି କୁହାଯାଉଛି। ଏହି କାରଣ ଯୋଗୁ ୧୫ ମାସର ମେଣ୍ଟ ସରକାର ଧରାଶାୟୀ ହୋଇଛି। ଏହା ବ୍ୟତୀତ ଏହି ମେଣ୍ଟ ଭାଙ୍ଗିବା ପଉରେ ଚୀନ୍‌ର ହସ୍ତକ୍ଷେପ ଥିବା ମଧ୍ୟ କୁହାଯାଉଛି। ପୁଷ୍ପ କମଲ ଓ ଶେର ବାହାଦୂରଙ୍କୁ ଭିନ୍ନ କରିବାରେ ଚାଇନାର ରାଜଦୂତଙ୍କ ମୁଖ୍ୟ ଭୂମିକା ରହିଥିବା ଆଶଙ୍କା କରାଯାଉଛି।

Advertisment

ଚୀନ ରାଜଦୂତ ନେପାଳରେ ବାମପନ୍ଥୀ ଏକତା ଉପରେ ଜୋର ଦେଉଛନ୍ତି। ଏହା ପଛର କାରଣ ନେପାଳରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି ଚୀନ। ସେହିପରି ଶେର ବାହାଦୁର ଦେଉବାଙ୍କୁ ବିଶେଷ ଭାବେ ଭାରତର ସମର୍ଥକ ବୋଲି କୁହାଯାଏ ଅନ୍ୟପଟେ ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତା କେପି ଓଲି ଜଣେ ଚୀନ ସମର୍ଥକ। ଏହି କାରଣରୁ ସି ଜିନପିଙ୍ଗ କେପି ଓଲିଙ୍କୁ କ୍ଷମତାକୁ ଫେରାଇ ଆଣିବାକୁ ପ୍ରୟାସ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

Nepal Politics Neapl Govt Nepal PM Prachanda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe