Advertisment

ଆଜି ଫ୍ଲୋର୍‌ ଟେଷ୍ଟ ଦେବେ ପ୍ରଚଣ୍ଡ

ନେପାଳର ପ୍ରଚଣ୍ଡ ସରକାରରେ ସହଯୋଗୀ ଥିବା ଅନେକ ଦଳ ଗୋଟିଏ ପରେ ଗୋଟିଏ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ।

nepal-pm-prachanda

nepal-pm-prachanda

Advertisment

ଭାରତର ପଡୋଶୀ ଦେଶ ନେପାଳରେ ଜାରି ରହିଛି ରାଜନୈତିକ ହଲଚଲ। ଜନତା ସମାଜବାଦୀ ପାର୍ଟି (ଜେଏସ୍‌ପି) ଗତ ସପ୍ତାହରେ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲା। ଏହା ପରଠାରୁ ନେପାଳ ସରକାରଙ୍କ ସଙ୍କଟ ଘନେଇବାରେ ଲାଗିଛି। ସେଠାକାର ସରକାର ଭାଙ୍ଗିବା ପରେ ଆଜି ପୁଣି ଥରେ ଫ୍ଲୋର ଟେଷ୍ଟ ଦେବେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ। ଦୁଇ ବର୍ଷ ମଧ୍ୟରେ ପ୍ରଚଣ୍ଡ ଚତୁର୍ଥ ଥର ପାଇଁ ନିଜ ସଂଖ୍ୟାଗରିଷ୍ଟତା ପ୍ରମାଣ କରିବେ।

Advertisment

ପ୍ରକୃତରେ ନେପାଳର ପ୍ରଚଣ୍ଡ ସରକାରରେ ସହଯୋଗୀ ଥିବା ଅନେକ ଦଳ ଗୋଟିଏ ପରେ ଗୋଟିଏ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ। ଏହି କାରଣରୁ ସରକାରକୁ ବଞ୍ଚାଇବା ପାଇଁ ଲୋକସଭାରେ ଆସ୍ଥା ଭୋଟ୍ ପାଇବା ଲାଗି ପ୍ରଚଣ୍ଡ ଆହ୍ୱାନ ସମ୍ମୁଖୀନ ହୋଇଛନ୍ତି। ଆଜି ସେ ସଂସଦରେ ନିଜ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ତେବେ ଏହା ପୂର୍ବରୁ ପ୍ରଚଣ୍ଡ ଆସ୍ଥା ଭୋଟ୍‌ ଜିତିବା ନେଇ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।

୬୯ ବର୍ଷୀୟ ପ୍ରଚଣ୍ଡ ନେପାଳର କମ୍ୟୁନିଷ୍ଟ ପାର୍ଟିର ନେତା ଅଟନ୍ତି। ନେପାଳ ଲୋକସଭାରେ କମ୍ୟୁନିଷ୍ଟ ପାର୍ଟି ହେଉଛି ତୃତୀୟ ବୃହତ୍ତମ ଦଳ। ୨୦୨୨ ଡିସେମ୍ବର ୨୫ରେ କାର୍ଯ୍ୟଭାର ଗ୍ରହଣ କରିବାର ୧୮ମାସ ମଧ୍ୟରେ ପ୍ରଚଣ୍ଡ ଚତୁର୍ଥ ଥର ପାଇଁ ସଂସଦରେ ଟ୍ରଷ୍ଟ ଭୋଟର ସମ୍ମୁଖୀନ ହେବେ। ଶନିବାର କାଠମାଣ୍ଡୁରେ ଏକ ଶାସକ ଦଳ କାର୍ଯ୍ୟକ୍ରମରେ ପୂର୍ବତନ ଗୁରିଲା ନେତା ପ୍ରଚଣ୍ଡ ନିଶ୍ଚିତ ରୂପେ ଆମ ସରକାର ଫ୍ଲୋର ଟେଷ୍ଟରେ ସଫଳ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Advertisment

ସମ୍ବିଧାନର ଧାରା ଅନୁଯାୟୀ, ଯଦି ମେଣ୍ଟ ସରକାରରେ କୌଣସି ସଦସ୍ୟ ସମର୍ଥନ ପ୍ରତ୍ୟାହାର କରନ୍ତି, ତେବେ ତାଙ୍କୁ ୩୦ ଦିନ ମଧ୍ୟରେ ଆସ୍ଥା ଭୋଟ୍ ଦେବାକୁ ପଡିବ। ପ୍ରଚଣ୍ଡଙ୍କୁ ଆସ୍ଥା ଭୋଟ୍‌ ଜିତିବାକୁ ହେଲେ ୨୭୫ ସଦସ୍ୟ ବିଶିଷ୍ଟ ନେପାଳ ଲୋକସଭାରେ ଅତି କମରେ ୧୩୮ ଭୋଟ୍ ଆବଶ୍ୟକ ପଡିବ।

Nepal Politics Floor Test Nepal PM Prachanda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe