Advertisment

ଭାରତ ଏୟାରଲିଫ୍ଟ ହେଲେ ଅସୁସ୍ଥ ନେପାଳ ରାଷ୍ଟ୍ରପତି, ଏମ୍ସରେ ହେବ ଚିକିତ୍ସା

ଗତ ମାସ ନେପାଳ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ରାମଚନ୍ଦ୍ର ପୌଡେଲ ମାସକ ମଧ୍ୟରେ ଅସୁସ୍ଥତା ହେତୁ ୨ ଥର ହସ୍ପିଟାଲରେ ଭର୍ତ୍ତି ହେଲେଣି।

Nepal President

Nepal President

Advertisment

ଗତ କିଛି ଧରି ଅସୁସ୍ଥ ଥିବା ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଆଜି ଅଧିକ ଚିକିତ୍ସା ନିମନ୍ତେ ଭାରତ ଆସୁଛନ୍ତି। ନୂଆଦିଲ୍ଲୀସ୍ଥିତି ଏମ୍ସରେ ସେ ଚିକିତ୍ସାଧୀନ ହେବେ ବୋଲି ନେପାଳ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ ଗଣମାଧ୍ୟମ ପରାମର୍ଶଦାତା ଏହି ସୂଚନା ଦେଇଛନ୍ତି।

Advertisment

ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ୭୮ ବର୍ଷୀୟ ରାଷ୍ଟ୍ରପତି ପୌଡ଼େଲଙ୍କୁ ଗତ ୨ ତାରିଖରେ ନେପାଳର କାଠମାଣ୍ଡୁସ୍ଥିତ ତ୍ରିଭୁବନ ୟୁନିଭରସିଟି ଟିଚିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବ ସତ୍ତ୍ୱେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁନି। ତାଙ୍କ ଅକ୍ସିଜେନ ସ୍ତର କମିବାରେ ଲାଗିଛି। ତେଣୁ ଉନ୍ନତ ମାନର ଚିକିତ୍ସା ପାଇଁ ତାଙ୍କୁ ଆଜି ଭାରତ ଏୟାରଲିଫ୍ଟ କରାଯାଉଛି।

ଗତ ମାସ ନେପାଳ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ରାମଚନ୍ଦ୍ର ପୌଡେଲ ମାସକ ମଧ୍ୟରେ ଅସୁସ୍ଥତା ହେତୁ ୨ ଥର ହସ୍ପିଟାଲରେ ଭର୍ତ୍ତି ହେଲେଣି। ତାଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ଏକ ଟିମ୍‌ ଗଠିତ ହୋଇଥିବା ବେଳେ ଏହା ସ୍ୱାସ୍ଥ୍ୟ ବିଭାଗକୁ ନିୟମିତ ଅପଡେଟ୍‌ ଦେଉଥିଲା।

Advertisment

ଗତକାଲି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ, ଉପପ୍ରଧାନମନ୍ତ୍ରୀ ଓ ରକ୍ଷା ମନ୍ତ୍ରୀ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟର ସମୀକ୍ଷା କରିଥିଲେ। ଏହାପରେ ତାଙ୍କୁ ଭାରତ ପଠାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।

୧୯୪୪ ମସିହା ଅକ୍ଟୋବର ୧୪ ତାରିଖରେ ବାହୁନପୋଖରୀର ଏକ ମଧ୍ୟବିତ୍ତ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ପୌଡେଲ ଅଳ୍ପ ବୟସରେ ରାଜନୀତିରେ ଯୋଗ ଦେଇଥିଲେ। ସେ ୧୯୭୦ ମସିହାରେ ନେପାଳ କଂଗ୍ରେସର ଛାତ୍ର ସଂଗଠନର ସଂସ୍ଥାପକ ସଦସ୍ୟ ହୋଇଥିଲେ। ୧୯୮୦ ମସିହାରେ ସେ ନେପାଳୀ କଂଗ୍ରେସର ତହ୍ନୁ ଜିଲ୍ଲା କମିଟିର ଉପ-ସଭାପତି ଭାବରେ ନିଯୁକ୍ତ ହୋଇଥିଲେ। ୧୯୮୭ ମସିହାରେ ତାଙ୍କୁ ପଦୋନ୍ନତି ଦିଆଯାଇଥିଲା ଏବଂ ଦଳର କେନ୍ଦ୍ରୀୟ କାର୍ଯ୍ୟ କମିଟିରେ ସ୍ଥାନ ମିଳିଲା। ସେହି ବର୍ଷ ତାଙ୍କୁ ଦଳର ପ୍ରଚାର କମିଟିର ସଦସ୍ୟ କରାଯାଇଥିଲା। ୨୦୦୫ ରେ, ପୌଡେଲ ଦଳର ସାଧାରଣ ସମ୍ପାଦକ ହୋଇଥିଲେ । ୨୦୦୭ ରେ ସେ ଦଳର ଉପାଧ୍ୟକ୍ଷ ପଦରେ ବସିଥିଲେ। ସେ ୨୦୧୫ ରେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ମଧ୍ୟ ଦାୟିତ୍ ଗ୍ରହଣ କରିଥିଲେ। ଏହାପରେ ଗତ ମାସରେ ଦେଶର ପ୍ରଥମ ନାଗରିକ ଭାବେ ନିର୍ବାଚିତ ହୋଇଥିଲେ।

Nepal AIIMS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe