Advertisment

ବଳାତ୍କାର ଅଭିଯୋଗରେ ବନ୍ଧା ହେଲେ ନେପାଳର ‘ବୁଦ୍ଧ ବୟ’

ବହୁ ଲୋକ ତାଙ୍କୁ ଗୌତମ ବୁଦ୍ଧଙ୍କ ଅବତାର ମାନୁଥିବା ବେଳେ ତାଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ ।

author-image
Niharika Rout
nepals-miraculous-buddha-boy

nepals-miraculous-buddha-boy

ନେପାଳରେ ‘ବୁଦ୍ଧ ବୟ’ ନାମରେ ଖୁବ ପରିଚିତ ଆଧ୍ୟାତ୍ମିକ ନେତା ରାମ ବାହାଦୁର ବୋମଜନଙ୍କୁ ବାନ୍ଧିଛି ପୁଲିସ୍‌। ବହୁ ଲୋକ ତାଙ୍କୁ ବୁଦ୍ଧଙ୍କ ଅବତାର ମାନୁଥିବା ବେଳେ ତାଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ‘ବୁଦ୍ଧ ବୟ’ଙ୍କ ନାଁରେ ବଳାତ୍କାର ପରି ସାଂଘାତିକ ଅଭିଯୋଗ ଆସିଥିବା ବେଳେ ନିଜ ଆଶ୍ରମରୁ ଅନୁଗାମୀଙ୍କୁ ଗାଏବ କରିବା ପରି ଅଭିଯୋଗ ବି ତାଙ୍କ ବିରୋଧରେ ଲାଗିଛି।

Advertisment

ଖୁବ୍‌ କମ୍‌ ବୟସରୁ ବେଶ୍‌ ପ୍ରସିଦ୍ଧି ଲାଭ କରି ପାରିଥିବା ‘ବୁଦ୍ଧ ବୟ’ ବହୁ ବର୍ଷ ହେବ ବିବାଦରେ ଫସି ରହିଛନ୍ତି। ଏହି ବୌଦ୍ଧ ଧର୍ମ ଗୁରୁଜଣକ ଖାଦ୍ୟ, ପାଣି, ଭୋଜନ ବିନା ମାସ ମାସ ଧରି ଧ୍ୟାନ କରି ପାରୁଥିବା ତାଙ୍କ ଶ୍ରଦ୍ଧାଳୁ ଦାବି କରିଛନ୍ତି।

ନେପାଳ ପୁଲିସ୍‌ର CBI ପକ୍ଷରୁ କୁହାଯାଇଛି, ୩୩ବର୍ଷ ବୟସ୍କ ରାମ ବାହାଦୁର ବୋମଜନଙ୍କୁ ମଙ୍ଗଳବାର କାଠମାଣ୍ଡୁ ବାହାରୁ ଏକ ଘରୁ ଗିରଫ କରାଯାଇଛି। ଗିରଫଦାରୀ ସମୟରେ ତାଙ୍କ ନିକଟରୁ ୨୨୫ ହଜାର ଡଲାର ନେପାଳୀ ମୁଦ୍ରା ଓ ୨୨, ୫୦୦ ବିଦେଶୀ ମୁଦ୍ରା ଜବତ କରାଯାଇଛି।

Advertisment

ନିଜ ଶ୍ରଦ୍ଧାଳୁଙ୍କ ଯୌନ ଉତ୍ପୀଡ଼ନ ଦେବା ସହ ଶୋଷଣ କରୁଥିବା ନେଇ ତାଙ୍କ ନାମରେ ଦୀର୍ଘ ଦିନ ହେଲା ଅଭିଯୋଗ ଆସୁଥିବା ବେଳେ ସେ ଫେରାର ହୋଇ ଯାଇଥିଲେ। ଏଥିସହ ୨୦୧୮ ମସିହାରେ ନିଜ ଆଶ୍ରମରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ତାଙ୍କ ନାମରେ ଜାମିନ ବିହୀନ ୱାରେଣ୍ଟ ଜାରି ହୋଇଥିଲା। ଏହାପରେ ସେ ସ୍ଥାନ ବଦଳାଇ ବିଭିନ୍ନ ଜାଗାରେ ଲୁଚି ରହୁଥିଲେ। ମାତ୍ର ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ୍‌ ଗତକାଲି ତାଙ୍କୁ ଗିରଫ କରିଥିଲା।

ବୋମଜନଙ୍କ ବିରୋରେ ଅଭିଯୋଗ ଆସିବା ନୂଆ କଥା ନୁହେଁ। ୨୦୧୦ ମସିହାରେ ତାଙ୍କ ନାମରେ ଲୋକଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଥିଲା। ଗତ ବର୍ଷ ତାଙ୍କ ଆଶ୍ରମରୁ ୪ ଶ୍ରଦ୍ଧାଳୁ ଗାଏବ ହୋଇ ଯାଇଥିବା ସୂଚନା ମିଳିଥିବା ବେଳେ ଏପର୍ଯନ୍ତ ସେମାନଙ୍କ ପତ୍ତା ମିଳି ପାରିନି।

ମାତ୍ର ୧୬ ବର୍ଷ ବୟସରେ ବୋମଜନ ପୂର୍ବ ନେପାଳର ଜଙ୍ଗଲକୁ ବୁଲିବାକୁ ଯାଇ ୯ ମାସ ପର୍ଯ୍ୟନ୍ତ ନିଖୋଜ ହୋଇ ଯାଇଥିଲେ। ସେ ଫେରିବା ପରେ ବୌଦ୍ଧ ଭିକ୍ଷୁକମାନେ ତାଙ୍କ ଉପରେ ୨୪ ଘଣ୍ଟା ନିରୀକ୍ଷଣ ରଖୁଥିଲେ। ଏହାପରେ ସେ ଲୋକଙ୍କ ମଧ୍ୟରେ ‘ବୁଦ୍ଧ ବୟ’ ନାମରେ ବେଶ୍‌ ପରିଚିତ ଲାଭ କରିଥିବା ବେଳେ ଭାରତ ପର୍ଯ୍ୟନ୍ତ ତାଙ୍କ ଅନୁଗାମୀଙ୍କ ତାଲିକା ଲମ୍ବି ରହିଛି।

Nepal Arrest